)
HL1-Odisha Election Results 2024: ଏଥରର ନିର୍ବାଚନ ଅନେକ କାରଣରୁ ସ୍ମରଣୀୟ ରହିବ। ଏଥିରୁ ଗୋଟିଏ ହେଉଛି ବିଜେଡି ମୂଳ ପୋଛ ହେବା ଅଥବା ଲୋକସଭାରେ ନିଶ୍ଚିହ୍ନ ହୋଇଯିବା। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟିରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିବା ଏହାର ଉଦାହରଣ। କିନ୍ତୁ ଏହାକୁ କୌଣସି ରାଜନୀତିକ ପଣ୍ଡିତ କେବେ ଆଶା କରି ନଥିଲେ କି ପୂର୍ବାନୁମାନ କରି ନଥିଲେ। ହେଲେ ଓଡ଼ିଶାର ଜନତା ଯେଉଁ ରାୟ ଦେଲେ ସେଥିରେ ଏକ ଶକ୍ତ ରାଜନୀତିକ ପରିବର୍ତ୍ତନ ହେଲା, କେବଳ ରାଜ୍ୟରେ ନୁହେଁ, କେନ୍ଦ୍ରରେ ମଧ୍ୟ।
HL2-V. K. Pandian: ରାଜ୍ୟ ରାଜନୀତିରେ କୌଣସି ପ୍ରତିନିଧି ନହୋଇ ବା କୌଣସି ନିର୍ବାଚନ ନଲଢ଼ି ନେତାଙ୍କୁ ନିୟନ୍ତ୍ରଣ କରୁଥିବା ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ଙ୍କର କ’ଣ ହେବ। ତାଙ୍କ ଭବିଷ୍ୟତରେ ରାଜନୀତି ରହିବ ନା ନାହିଁ? ସେ ଓଡ଼ିଶାରେ ରହିବେ ନା ରାଜ୍ୟ ଛାଡ଼ି ନିଜ ରାଜ୍ୟକୁ ଫେରିଯିବେ? ଏମିତି ଅନେକ ପ୍ରଶ୍ନ ଏବେ ସାହିଠୁ ଆରମ୍ଭ କରି ଛକ ବଜାର ଯାଏ। ଗାଁଠୁ ଆରମ୍ଭ କରି ଖଟି ଯାଏ ସବୁଠାରେ ଶୁଣିବାକୁ ମିଳୁଛି। ସୋଶାଲା ମିଡିଆରେ ଅନେକ ମେମ୍ସ ଆଉ ରିଲ୍ସରେ ପାଣ୍ଡିଆନ୍ଙ୍କୁ ନେଇ ଅନେକ ବ୍ୟଙ୍ଗ ଭିଡିଓ ବି ପ୍ରସାରିତ ହେଉଛି। ବାସ୍ତବରେ ତାଙ୍କର ହେବ କ’ଣ?
HL3-Odisha Election Results 2024: ଓଡ଼ିଶା ବିଧାନସଭାର ୧୪୭ ଆସନ ଲାଗି ପ୍ରତିନିଧିଙ୍କ ନାମ ଘୋଷଣା କରାଯାଇଛି। ଏହି ନବ ନିର୍ବାଚିତ ପ୍ରତିନିଧି ମାନେ ସପ୍ତଦଶ ବିଧାନସଭାର ସଦସ୍ୟ ଭାବେ ଆସନ୍ତା ୫ ବର୍ଷ କାର୍ଯ୍ୟ କରିବେ। ଏହି ଆସନ ଭିତରୁ ବିଜେପିରୁ ୭୮ ଆସନ ମିଳିଥିବା ବେଳେ ବିଜେଡିକୁ ୫୧, କମ୍ୟୁନିଷ୍ଟ ପାର୍ଟିକୁ ୧ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ଘୋଷଣା କରିଛନ୍ତି। ବିଧି ଅନୁସାରେ ରାଜ୍ୟରେ ସରକାର ଗଠନ ଲାଗି ସର୍ବନିମ୍ନ ୭୪ ଆସନ ଆବଶ୍ୟକତା ରହିଛି। ଏଣୁ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏଥର ସରକାର ଗଠନ କରିବ। ଅର୍ଥାତ୍ ଆଗକୁ ୫ ବର୍ଷ ଏକ ସ୍ଥିର ସରକାର ପ୍ରଦାନ ପାଇଁ ରାଜ୍ୟ ଭୋଟର ବିଜେପିକୁ ବାଛିଛନ୍ତି।
HL4-Cm Naveen Patnaik: ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ପରାଜୟ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସୋସିଆଲ୍ ମିଡିଆ ଯୋଗେ ସେ କହିଛନ୍ତି ଯେ,ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି।
HL5-NDA: ଏନଡିଏ ଓ ଇଣ୍ତିଆ ମେଣ୍ଟ ବୈଠକ ଆଜି ନୂଆଦିଲ୍ଲୀରେ ବସିବ। ସରକାର ଗଠନ ନେଇ ରଣନୀତି ପ୍ରସ୍ତୁତ ନିମନ୍ତେ ଏହି ୨ ମେଣ୍ଟର ବୈଠକ ବସୁଥିବା ଜଣାପଡୁଛି। ଏନଡିଏ ବୈଠକରେ ସରକାର ଗଠନ ନେଇ ନିଷ୍ପତ୍ତି ହେବ। ଏ-ହି ବୈଠକରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ବଡ଼ ବଡ଼ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏବଂ ଏଥିରେ ଅମିତ୍ ଶାହ ମଧ୍ୟ ଉପସ୍ଥିତ ରହିବେ। ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ନେତାମାନେ ଭବିଷ୍ୟବାଣୀ ସ୍ଥିର କରିବେ। ଏହାସହ କ୍ୟାବିନେଟ୍ ଗଠନକୁ ନେଇ ଆଲୋଚନା ମଧ୍ୟ ହୋଇପାରେ।
HL6-Puri News: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହେବ। ଦ୍ବୀତିୟ ଭୋଗ ମଣ୍ତପ ନୀତି ପରେ, ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ନୀତି ସମୟ ଧାର୍ଯ୍ୟ ହେବା ନେଇ ସୂଚନା ରହିଛି।
HL7-Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଗତ ୨ ଦିନ ପୂର୍ବରୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହୋଇଥିଲା। ଯାହା ଫଳରେ ରାଜ୍ୟବାସୀ ତାତିରୁ ମୁକ୍ତି ପାଇଥିଲେ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଜି କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, କନ୍ଧମାଳ ,ମୟୂରଭଞ୍ଜ,ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା ଓ ବାଲେଶ୍ୱର।
HL8-Election Results 2024 Updates: ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଓଲଟଫେର ଦେଖିବାକୁ ମିଳିଛି। ଓଠାରେ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଉଭୟ ପ୍ରମୁଖ ଦଳର ମୁଖ୍ୟ ନିର୍ବାଚନ ହାରି ଯାଉଛନ୍ତି। ‘ଜମ୍ମୁ କାଶ୍ମୀର ଜାତୀୟ ସମ୍ମିଳନୀ’ (ଜେକେଏନ୍ଏଫ୍) ର ଉପାଧ୍ୟକ୍ଷ ଓମର ଅବଦୁଲ୍ଲା ଓ ‘ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି’ (ଜେକେପିଡିପି) ନିଜ ନିଜ ଆସନରୁ ନିର୍ବାଚନରେ ହାରିଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ବାରାମୁଲ୍ଲାରୁ ଓମର ଅବଦୁଲ୍ଲା ଓ ଅନନ୍ତନାଗ-ରାଜୌରୀରୁ ମେହବୁବା ମୁଫତିଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଜମ୍ମୁ କାଶ୍ମୀରରେ ବିଜେପି ୨ଟି ଆସନ, ଜେକେଏନଏଫ ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତି ନେଇଛି।
HL9-Yusuf Pathan: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ରାଜନୀତିରେ ବିସ୍ଫୋରକ ଡେବ୍ୟୁ କରିଛନ୍ତି। ସେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ଏକ ବଡ଼ ବିଜୟ ହାସଲ କରିଥିଲେ। ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ବାହାମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଟିଏମସି ୟୁସୁଫଙ୍କୁ ନିଜର ପ୍ରାର୍ଥୀ କରିଥିଲା। ସେ ଭେଟେରାନ କଂଗ୍ରେସ ନେତା ଆଦୀର ରଂଜନ ଚୌଧୁରୀଙ୍କୁ ୭୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଅଧିର ରଂଜନ ଏଠାରେ ପାଞ୍ଚ ଥର ସାଂସଦ ହୋଇଥିଲେ। ୧୯୯୯ ରୁ ସେ କ୍ରମାଗତ ଭାବରେ ଏଠାରୁ ଜିତିଥିଲେ କିନ୍ତୁ ୟୁସୁଫ୍ ତାଙ୍କୁ ଆଉଟ୍ କରିଦେଇଛନ୍ତି। ୪୧ ବର୍ଷୀୟ ୟୁସୁଫଙ୍କ ବିଜୟ ପରେ ଭାଇ ଇରଫାନ୍ ପଠାନ୍ ଗର୍ବିତ। ସେ ଖୁସି ବ୍ୟକ୍ତ କରିବା ସହ ଆଶା ପ୍ରକଟ କରିଛନ୍ତି ଯେ ୟୁସୁଫ ତାଙ୍କ ଦେଶବାସୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କଠିନ ପରିଶ୍ରମ କରିବେ।
HL10-Monsoon: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଦିନରେ ତାତି ଆଉ ରାତିରେ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଭଲ ଖବର ଦେଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡି଼ଶା ଛୁଇଁବ।