)
1-ପୁରୀରେ ହେବ ଗ୍ଲୋବାଲ୍ ଏନର୍ଜୀ ଲିଡର୍ସ ସମ୍ମିଳନୀ। ଜାତୀୟ ସ୍ତରରେ ହେଭିଓ୍ବେଟ୍ ପୁରୀରେ ଏକାଠି ହେବେ। ସମ୍ମିଳନୀରେ ସାମିଲ୍ ହେବେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଶକ୍ତି ଓ ଅକ୍ଷୟ ଉଜ୍ଜାକୁ ନେଇ ହେବ ଘମାଘୋଟ୍ ଆଲୋଚନା। ଆଜି ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।
2-ଖୁସି ଖବର, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡ୍ଲାଇନ୍ ଆସିଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଚିଠି କରିଛି। ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ ବୋଲି ଚିଠିରେ ଦର୍ଶାଯାଇଛି। ବିବାହ ପାଇଁ କନ୍ୟାକୁ ୫୧ ହଜାର ଟଙ୍କାର ସହାୟତା ରାଶି ମିଳିବ।
3-ବୋର୍ଡ଼ ପକ୍ଷରୁ ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ। ଫେବୃଆରୀ ୧୯ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା। ସକାଳ ୯ଟାରୁ ଦିନ ସାଢେ ୧୧ ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ବୋଡ଼ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କେଉଁ ଦିନ କେଉଁ ବିଷୟରେ ଏକଜାମ୍ ହେବ ସେନେଇ ସୂଚୀ ମଧ୍ୟ ପ୍ରକାଶ ପାଇଛି।
4-ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କୁ ୪୨୦୦ ଗ୍ରେଡ୍ ପେ ଆଧାରରେ ଦରମା ଦିଅ। ଏଥି ସହ ୨୦୦୧ ମସିହାରୁ କାର୍ଯ୍ୟ କରୁଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ୬ଟି ନୋ-ସ୍-ନାଲ୍ ଇନକ୍ରିମେଣ୍ଟ ପ୍ରଦାନ କର । ଏପରି ଦାବି କରି ହଜାର ହଜାର ପ୍ରାଥମିକ ଶିକ୍ଷକ ଗାନ୍ଧିମାର୍ଗରେ ବସିଛନ୍ତି।
5-ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ତିଗୋରେ ଲଗାତର ଚତୁର୍ଥ ଦିନରେ ଉଡାଣ ବାତିଲ୍ ରହିଥିଲା। ଦେଶର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଫ୍ଲାଇଟ୍ ଉଡାଣ ବାତିଲ୍ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ହଜାର ହଜାର ଲୋକେ ବିମାନ ବନ୍ଦରରେ ସମସ୍ୟାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ଏହି ସେବା ବନ୍ଦ ରହିବ ବୋଲି ଆଶା କରାଯାଉଛି।
6-ଇଣ୍ତିଗୋ ବିମାନେ ଉଡାଣରେ ଦେଖାଦେଇଥିବା ସଙ୍କଟ ପାଇଁ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଇଣ୍ଡିଗୋ ସିଇଓ ପିଟର ଏଲବର୍ସ। ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଶୁକ୍ରବାର (ଡିସେମ୍ବର ୫) ସବୁଠାରୁ ଖରାପ ଦିନ ଥିଲା। ଯେଉଁଥିରେ ୧୦୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ଏହି ପରିସ୍ଥିତି ପାଇଁ ଅନେକ କାରଣ ଥାଇପାରେ,ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତ୍ରିସ୍ତରୀୟ ରଣନୀତି କାର୍ଯ୍ୟକାରୀ ହେଉଛି।
7-ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ମିଳିତ ବିବୃତି ଜାରି କରିଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଓ ରୁଷ୍ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଥିବା କଥା କହିଛନ୍ତି। ଦୁଇ ଦିନିଆ ଭାରତ ଗସ୍ତରେ ଆସି ବିଭିନ୍ନ ପ୍ରକାର ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ବଡ଼ ବଡ଼ ଯୁକ୍ତ ସ୍ବାକ୍ଷରିତ କରିଛନ୍ତି।
8-ଆସନ୍ତା ଡିସେମ୍ବର ୮ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣିକୁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବାତିଲ କରାଯାଇଛି। ୧୭ତମ ବିଧାନସଭାର ପଞ୍ଚମ ଅଧିବେଶନ ଚାଲୁ ଥିବାରୁ ଏହି ବାତିଲ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ।
9- ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ ମ୍ୟାଚ୍ ଖେଳାଯିବ। ଏନେଇ ଶେଷ ହୋଇଛି ଟିକେଟ୍ ବିକ୍ରି।ସେପଟେ, ବାରବାଟୀ-ଟି-୨୦ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସାଉଥ୍ ଆଫ୍ରିକାର ୫ ଖେଳାଳୀ।
10-ଆଜି ଭାରତ ଆଫ୍ରିକା ତୃତୀୟ ଦିନିକିଆ। ବିଶାଖାପାଟଣାରେ ଦିନ ସାଢେ ଗୋଟାଏରୁ ମ୍ୟାଚ୍। ଉଭୟ ଦଳ ଏହି ମ୍ୟାଚ୍ ଜିତିବାକୁ ନିଜର ସମସ୍ତ ପ୍ରୟାସ କରିବେ। ବର୍ତ୍ତମାନ ସିରିଜ୍ ୧-୧ ରେ ବରାବର ରହିଛି। ଭାରତୀୟ ଦଳ ଏହି ମ୍ୟାଚର୍ ନିଜର ସବୁଠାରୁ ବଡ଼ ଦୁର୍ବଳତାକୁ ଦୂର କରିବାକୁ ଚେଷ୍ଟା କରିବ।