ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
)
1- ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜି ‘ସୁଭଦ୍ରା’ର ପ୍ରଥମ କିସ୍ତିର ୫ମ ପର୍ଯ୍ୟୟ ଟଙ୍କା ମିଳିବ। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ ସହାୟତା
ଦିନ ୧୨ଟାରେ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା।
2-ମାର୍ଚ୍ଚ ଆରମ୍ଭରୁ ରେକର୍ଡ କଲାଣି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଯଦି ମାର୍ଚ୍ଚ ପ୍ରଥମ ସପ୍ତାହରେ ପାରଦ ୩୯ ଡିଗ୍ରୀ ଛୁଇଁଛି। ତେବେ, ଆଗକୁ କିଭଳି ରହିବ ସ୍ଥିତି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଗକୁ ସ୍ଥିତି ଭୟଙ୍କର ହେବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବନି।
3-ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ।
4-ଏପ୍ରିଲ ୨ରେ ହେବ ଖଡିଛୁଆଁ । ନୂତନ ଶିକ୍ଷାନୀତି -୨୦୨୦ ଅନୁଯାୟୀ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଶିଶୁ ବାଟିକା’। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
5-ହମାସକୁ ଶେଷ ଚେତାବନୀ ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପଣବନ୍ଦୀ ଥିବା ସମସ୍ତଙ୍କୁ ଛାଡ଼ିବାକୁ ଚେତାବନୀ ଦେଲେ ଟ୍ରମ୍ପ । ପଣବନ୍ଦୀଙ୍କୁ ନଛାଡ଼ିଲେ ହମାସ ଭୟଙ୍କର ପରିସ୍ଥିତି ଦେଖିବ କହିଲେ ଟ୍ରମ୍ପ। କଥା ନମାନିଲେ ହମାସର କେହି ବି ସୁରକ୍ଷିତ ରହିବେନି ବୋଲି ଟ୍ରମ୍ପ କହିଛନ୍ତି।
6- ବେଙ୍ଗାଲୁରୁ ବିମାନବନ୍ଦରରୁ ୧୨.୫୬ କୋଟି ଟଙ୍କାର ସୁନା ସହିତ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ (୩୩)ଙ୍କ ଘରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ୨.୬୭ କୋଟି ଟଙ୍କା ନଗଦ ଏବଂ ୨.୦୭ କୋଟି ଟଙ୍କାର ସୁନା ଅଳଙ୍କାର ଜବତ କରିଛି। ଏହି ସମୟରେ, ଏହି ବିଷୟ ସମ୍ପର୍କରେ ଅବଗତ ସୂତ୍ରଗୁଡ଼ିକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।
7- ଓଡ଼ିଶା ହାଇକୋର୍ଟ ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ସନ୍ତୋଷ ରାଉଳ ଓରଫ୍ ସାରଥି ବାବାଙ୍କୁ ବୁଧବାର ଦିନ ଏକ ବଡ଼ ଆଶ୍ୱସ୍ଥି ଦେଇଛନ୍ତି। କୋର୍ଟ 'ସାରଥି ବାବା'ଙ୍କୁ ତାଙ୍କ ଅସୁସ୍ଥ ଭାଇଙ୍କୁ ଦେଖିବା ପାଇଁ କେନ୍ଦ୍ରାପଡ଼ା ଯିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସନ୍ତୋଷ ରାଉଳ ଓରଫ୍ ସାରଥି ବାବା ପ୍ରତି ଦୁଇ ମାସରେ ଥରେ ତାଙ୍କ ଅସୁସ୍ଥ ଭାଇଙ୍କୁ ଦେଖିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବାରିମୂଳ ଗାଁକୁ ଯାଇପାରିବେ କିନ୍ତୁ ରାତିରେ ରହିପାରିବେ ନାହିଁ।
8-ବଦଳିବ ସରକାରୀ ସ୍କୁଲ୍ ର ରଙ୍ଗ। ରାଜ୍ୟରେ ଥିବା ସବୁ ସ୍କୁଲ୍ ଗେରୁଆ ରଙ୍ଗ ହେବ। ଏନେଇ ଓପେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
9-ବୁଧବାର ଦିନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏକଦିବସୀୟ କ୍ରିକେଟରୁ ଅବସର ନେଇଛନ୍ତି। ବିଶ୍ୱର ସର୍ବୋତ୍ତମ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ସ୍ମିଥ୍ ୨୦୨୭ ବିଶ୍ୱକପକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି।
10-ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏବେ ଦଳ ଚାମ୍ପିଅନ୍ସ ଟ୍ରଫିର ଟାଇଟଲ ମ୍ୟାଚ୍ରେ ଭାରତ ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ୯ ମାର୍ଚ୍ଚ (ରବିବାର) ଦୁବାଇରେ ଖେଳାଯିବ। ବୁଧବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ରାଚିନ ରବିନ୍ଦ୍ର ଏବଂ କେନ୍ ୱିଲିୟମସନଙ୍କ ଶତକ ବଳରେ କିୱି ଦଳ ୫୦ ଓଭରରେ ୬ ୱିକେଟ୍ ହରାଇ ୩୬୨ ରନ୍ କରିଥିଲା। ଏହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବୋଚ୍ଚ ସ୍କୋର।