)
1-ଓଡି଼ଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ୍-୨୦୨୪ର ପ୍ରିଲିମିନାରୀ ବା ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୨ ହଜାର୪୦୫ ଜଣ ମୁଖ୍ୟ ଲିଖିତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ଉତ୍ତିର୍ଣ୍ଣଙ୍କ ମଧ୍ୟରେ ୭୮୧ ଜଣ ମହିଳା ଅଛନ୍ତି।
2-ଆସନ୍ତା ରବିବାର ସନ୍ଧ୍ୟାରେ ସରିବ ନୂଆପଡା ଉପନିର୍ବାଚନ ପ୍ରଚାର।ତା ପୂର୍ବରୁ କୌଣସି ଦଳ ପ୍ରଚାର ପାଇଁ ସୁଯୋଗ ଛାଡୁ ନାହାଁନ୍ତି। ତେଣୁ ଆଜି ଦ୍ବିତୀୟ ଥର ପାଇଁ ନବୀନଙ୍କ ମାରାଥନ୍ ପ୍ରଚାର କାର୍ଯ୍ୟକ୍ରମ ରହିଛି।
3-ଆଜି ନୂଆଦିଲ୍ଲୀରେ ଜାତୀୟ ସଙ୍ଗୀତ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ପାଳନର ବର୍ଷବ୍ୟାପୀ ସ୍ମାରକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ସେ ଏହି ଅବସରରେ ଏକ 'ସ୍ମାରକୀ ଡାକ-ଟିକଟ' ଏବଂ ଏକ 'ମୁଦ୍ରା' ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି।
4-ରାଜ୍ୟରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପରେ ଶୀତର ଆଗମନ ହୋଇଛି। ଆଜି ରାତିରୁ ରାଜ୍ୟରେ ବଢିବ ଶୀତ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର ରାତି ସୁଧା ପାରଦ ଆଉ ୩ ଡିଗ୍ରୀରୁ ୫ ଡିଗ୍ରୀ ଖସିଯିବ। ରାଉରକେଲା, ତୁରୁମୁଙ୍ଗା( କେନ୍ଦୁଝର),ବାଲିଗୁଡା(କନ୍ଧମାଳ) ଓ ଗଜାପୁର(ଗଜପତି)ରେ ପାରଦ ୧୨ ଡିଗ୍ରୀକୁ ଖସି ଯାଇପାରେ। ସମ୍ବଲପୁର ,ଭବାନୀପାଟଣା, ଝାରସୁଗୁଡା, ମୋହନାରେ ରାତି ତାପମାତ୍ରା ୧୪ ଡିଗ୍ରୀକୁ ଖସିପାରେ।
5-ରାଜଧାନୀ ଜନତା ମଇଦାନ୍ ରେ ଆଜିଠୁ ଆରମ୍ଭ ହେଉଛି ଇଣ୍ତିଆନ୍ ରୋଡସ୍ କଂଗ୍ରେସ୍ ର ବୈଷୟିକ ପ୍ରଦର୍ଶନ। ପୂର୍ତ୍ତମନ୍ତ୍ରୀ ପୃଥୀରାଜ୍ ହରିଚନ୍ଦନ ଏହାକୁ ଉଦଘାଟନ କରିବେ।
6-ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ IT ରେଡ୍ ଜାରି ରହିଛି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଗଦ ଅଢ଼େଇ କୋଟି ଜବତ ହୋଇଛି। ସକାଳୁ ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ମାରାଥନ୍ ଜେରା ଚାଲିଛି। ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି ଆଇଟି ଟିମ୍ ବୋଲି ସୂଚନା ମିଳିଛି।
7-ଦେଶର ଦାନବୀର ଆରବପତିମାନେ ଚଳିତ କ୍ୟାଲେଣ୍ତର ବର୍ଷରେ ମୋଟ୍ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି। ଇଡେଲ୍-ଗିଭ୍ ହରୁନ୍ ଇଣ୍ତିଆ ଫିଲାନ୍-ଥ୍ରୋପି ତାଲିକା-୨୦୨୫ରେ ଏହା ପ୍ରକାଶ ପାଇଛି। ଏହି ତାଲିକାରେ ୧୯୧ ଅରବପତି ରହିଛନ୍ତି। ଯେଉଁଥିରୁ ୧୨ ଜଣ ହେଉଛନ୍ତି ନୂଆ।
8- ରିଲାଏନ୍ସ ଗ୍ରୃପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ଇଡି ସମନ୍ ଜାରି କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ଆସନ୍ତା ୧୪ ତାରିଖରେ ହାଜର ହେବେ ବୋଲି ଜଣାପଡିଛି। ଏହି ମାମଲା ମନି ଲାଣ୍ତରିଂ ଓ ବ୍ୟାଙ୍କ୍ ଋଣ ଠକେଇ ସହ ଜଡ଼ିତ।
9-ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଗତ ମେ ମାସରେ ହୋଇଥିବା ଭାରତ ପାକିସ୍ତାନ୍ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ପୁଣି ବୟାନ୍ ଦେଇ ଚର୍ଚ୍ଚାରେ ଅଛନ୍ତି। ସେ କହିଛନ୍ତି ଯେ, ଏହି ଯୁଦ୍ଧକପ ସେ ରୋକିଛୱ୍ତି ଏବଂ ଯୁଦ୍ଧରେ ୭ ନୁହେଁ ୮ ବିମାନ ଖସିଛି।
10-ବର୍ଷିୟାନ୍ ଅଭିନେତ୍ରୀ ବଲିଉଡ୍ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ତିତଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଦିର୍ଘ ଦିନ ଧରି ଅସୁସ୍ଥ ଥିଲେ।