ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
)
1-ଭାରତ ଓ ପାକିସ୍ତାନ ଭିତରେ ଆରମ୍ଭ ହୋଇଯାଉଛି ଯୁଦ୍ଧ। ପାକିସ୍ତାନ୍ ଉପରେ ଘନ ଘନ ରକେଟ୍ ମାଡ କରୁଛି ପାକିସ୍ତାନ। ଆକ୍ସନ ମୋଡରେ ଭାରତୀୟ ନୌସେନା। ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତିର ସମୀକ୍ଷା କରିବେ ।
2-ଭାରତ ଓ ପାକିସ୍ତାନ ଭିତରେ ଚାଲିଛି ଲଢେଇ। ତେବେ, ଏହାରି ଭିତରେ ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷାପଣାସ୍ତ୍ର ଘାଟିରେ (DRDO)ରେ ବସିବ ସୁରକ୍ଷା ବୈଠକ । ଡିଆରଡିଓ ପରିସରରେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଯେଉଁଥିରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ସମେତ ଆଇଟିଆର ନିର୍ଦ୍ଦେଶକ ଏବଂ ପିଏକ୍ସଇ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିବେ । ଏହି ବୈଠକ ଅପରାହ୍ନ ୨ଟା ବେଳେ ବସିବ।
3-ରାଜ୍ୟରେ ପୁଣି ବଢିବ ତାତି। ଆସନ୍ତା ତିନି ଦିନ ଭିତରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବା ନେଇ ଆଶଙ୍କା ରହିଛି। ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ବଳା। ଆଭ୍ୟନ୍ତରୀଣ ଓଡି଼ଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ ଗୁଳୁଗୁଳି ଅସମ୍ଭାଳ ହେବ। ଯଦିଓ କିଛି ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହେବ। ମାତ୍ର ବିସ୍ତୁତ ଅଞ୍ଚଳରେ ଏହାର ପ୍ରଭାବ ପଡିବନି। ଆଇଏମଡି ରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ୨ ସପ୍ତାହ ପାଇଁ ବିସ୍ତାରିତ ପୂର୍ବାନୁମାନ ଜାରି ରହିଛି। ଏହି ଆକଳନ ଅନୁସାରେ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩୮ ରୁ ୪୧ ଡିଗ୍ରୀ ସେଲସିୟସ୍ ରହିପାରେ।
4-ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ନିନ୍ଦା । ପାକିସ୍ତାନକୁ ଘେରିଲା ମିଳିତ ଜାତିସଂଘ । କହିଲେ , ଏହାକୁ ଆମେ ଘୋର ନିନ୍ଦା କରୁଛୁ । ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ଚିନ୍ତାଜନକ
5- ଭାରତର ଆକ୍ରମଣରେ ଛାନିଆ ହୋଇପଡିଛି ପାକିସ୍ତାନ। ସେହବାଜ ସରିଫଙ୍କ ସହ କଥା ହେଲେ ଆମେରିକା ବିଦେଶ ମନ୍ତ୍ରୀ । କହିଲେ ,ଆତଙ୍କବାଦୀଙ୍କୁ ସମର୍ଥନ କରିବା ବନ୍ଦ କର । ଭାରତକୁ ଆମେ ରୋକିପାରିବୁ ନାହିଁ।
6-ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ, ବିଶେଷ କରି କାଶ୍ମୀର ପ୍ରସଙ୍ଗକୁ ନେଇ,ଦଶନ୍ଧି ଧରି ଚାଲିଆସୁଛି। ଉଭୟ ଦେଶ ଏହି ବିବାଦକୁ ଦ୍ୱିପାକ୍ଷିକ ଭାବେ ସମାଧାନ କରିବାକୁ ପସନ୍ଦ କରୁଛନ୍ତି। ଭାରତ ସର୍ବଦା କହି ଆସିଛି ଯେ, ଏହା ଏକ ଆଭ୍ୟନ୍ତରୀଣ ବିଷୟ ଏବଂ ତୃତୀୟ ପକ୍ଷର ହସ୍ତକ୍ଷେପ ଅନାବଶ୍ୟକ। ଅନ୍ୟପକ୍ଷରେ, ପାକିସ୍ତାନ ଅନେକ ସମୟରେ ଆନ୍ତର୍ଜାତୀୟ ମଧ୍ୟସ୍ଥତାକୁ ସ୍ୱାଗତ କରିଛି।
7-ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ିବ । ଜୁନ୍ ମାସରୁ ଏହି ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି। ପର୍ଯ୍ୟଟନ, ବାଣିଜ୍ୟ ଏବଂ ଏକ ବିକଶିତ ଓଡ଼ିଶା ସମ୍ଭାବନାକୁ ବୃଦ୍ଧି କରିବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ।ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
9-ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ତେବେ, ଏହାରି ଭିତରେ ସରକାର ଭାରତରେ ୮୦୦ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଆଦେଶରେ କୁହାଯାଇଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ X କମ୍ପାନୀ ଉପରେ ସମ୍ଭାବ୍ୟ ଦଣ୍ଡ ମଧ୍ୟ ଲାଗୁ କରାଯାଇପାରେ।
10-ଚେନାବ୍ ପାଣିରେ ଭାସିବ ପାକିସ୍ତାନ୍ । ରଇସିରେ ସଲାଲ ଡ୍ୟାମର ୩ଗେଟ୍ ଖୋଲା । ଚେନାବ ନଦୀରେ ଜଳସ୍ତର ବୃଦ୍ଧିପରେ ଡ୍ୟାମର ଗେଟ୍ ଖୋଲା । ୩ ଗେଟଦେଇ ଡ୍ୟାମର ପାଣି ନିଷ୍କାସିତ ।