Advertisement
Article Detail0/zeeodisha/odisha2693161
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଓଡ଼ିଶାରୁ ଆଜି ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟାରେ ରାଜଭବନରୁ ବାହାରି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ମହାମହିମ । 

2-ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା। ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ପାରଦ। ପ୍ରବଳ ଖରା ସହ ଗୁଳୁଗୁଳି ହେବା ନେଇ ଅନୁମାନ। 

3-କଟକ ବଡ଼ ଡାକ୍ତରଖାନା ନାଁରେ ବଡ଼ ଅଭିଯୋଗ। ଏସସିବିରେ ଶିଶୁ ବଦଳ ଅଭିଯୋଗ ମାମଲାରେ ହାଇକୋର୍ଟଙ୍କ ନୋଟିସ। ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟଳୟ। 

Add Zee News as a Preferred Source

4-ସାତ ବର୍ଷ ପରେ ବଢିଲା ସାଂସଦଙ୍କ ଦରମା। ୨୪ ହଜାର ଟଙ୍କା ଦରମା ବଢାଇଛନ୍ତି କେନ୍ଦ୍ର ସରକାର। ଏହା ସହ ଦୈନିକ ଭତ୍ତା ମଧ୍ୟ ବଢାଇଛନ୍ତି ସରକାର ।

5-ସହକାରୀ ବାଣିଜ୍ୟ ପ୍ରତିନିଧୀ ବ୍ରେଣ୍ଡାନ ଲିଞ୍ଚଙ୍କ ନେତୃତ୍ୱରେ ଏକ ଆମେରିକୀୟ ଟିମ୍ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ପହଞ୍ଚି ଭାରତୀୟ ପ୍ରତିପକ୍ଷଙ୍କ ସହ ବାଣିଜ୍ୟିକ ଆଲୋଚନା କରିବ।ଏହି ଗସ୍ତକୁ ନିଶ୍ଚିତ କରି ଆମେରିକାର ଦୂତାବାସ ମୁଖପାତ୍ର ସୋମବାର କହିଛନ୍ତି ଯେ ଏହା ନୂଆଦିଲ୍ଲୀ ସହିତ “ଉତ୍ପାଦନକାରୀ ଏବଂ ସନ୍ତୁଳିତ” ବାଣିଜ୍ୟିକ ସମ୍ପର୍କ ପାଇଁ ୱାଶିଂଟନ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। ଏହି ବିଷୟରେ ଜଡ଼ିତ ଲୋକମାନେ କହିଛନ୍ତି ଯେ ଅଜ୍ଞାତତା ସର୍ତ୍ତରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ପାଇଁ ଏକ ଢାଞ୍ଚା ଚୂଡ଼ାନ୍ତ କରିବା, ରେଫରେନ୍ସ ସର୍ତ୍ତାବଳୀ (ToRs) ଏବଂ ବୁଝାମଣାର କାର୍ଯ୍ୟସୂଚୀ ନିର୍ଣ୍ଣୟ କରାଯିବ।

6- ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର। ଯାହାଥିଲା ସେୟା ରହିବ ବିଜୁଳି ଦର। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ। ହେଲେ ଘରୋଇ ଉପଭୋକ୍ତାଙ୍କୁ ଆଶ୍ବସ୍ତ କରି ୨ କିଲୋୱାଟ୍ ଯାଏଁ ମାସିକ ମିଟର ରେଣ୍ଟକୁ ସଂପୂର୍ଣ୍ଣ ଛାଡ଼ କରାଯାଇଛି।

7-ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରାଇବାକୁ ନୂଆ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ନିର୍ଦ୍ଦେଶାବଳୀ। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ଆସିବ ଏହି ନିର୍ଦ୍ଦେଶାବଳୀ।ଗୃହରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

8-ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ।  ପାଳିଆ ସେବକଙ୍କୁ ସେବାୟତ ଛୁଇଁବାରୁ ହେଲା ମହାସ୍ନାନ। ମଇଲମ ଚାଲିଥିବା ବେଳେ ଛୁଇଁ ଦେଇଥିଲେ ସେବାୟତ । ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ। 

9-ଆଇପିଏଲ ସିଜିନ୍‌-୧୮ର ଚତୁର୍ଥ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ । ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧ ୱିକେଟ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦୁଇ ଯୁବ ତାରକାଙ୍କ ଧୁଆଁଧାର ବ୍ୟାଟିଂ ଦିଲ୍ଲୀ ଏକ ଅସମ୍ଭବ ମ୍ୟାଚ୍‌କୁ ନିଜ ନାଁରେ କରିଛି ।

10- ବାପା ହେଲେ  କେ.ଏଲ୍ ରାହୁଲ୍। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ ମାଆ ହୋଇଛନ୍ତି। ପତ୍ନୀ ଆଥିୟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। 

 

About the Author