Advertisement
Article Detail0/zeeodisha/odisha2694477
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା।  ବିଧାନସଭାରୁ କଂଗ୍ରେସ ବିଧାୟକଙ୍କୁ ବାହାରକୁ ଅଣାଗଲା। ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଲେ ବିଧାନସଭା ସୁରକ୍ଷାକର୍ମୀ। ମାଷ୍ଟରକ୍ୟାଣ୍ଟିନ ଛକରେ ରାଜରାସ୍ତାରେ ବସିଛନ୍ତି କଂଗ୍ରେସ ବିଧାୟକ।  ବିଧାୟକଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ। ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନର ପ୍ରତିବାଦ। 

2-କଂଗ୍ରେସର ହାଇଡ୍ରାମା।  ରାଜରାସ୍ତାରେ ରାତି କାଟିଲେ । ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଅସୁସ୍ଥ । ଅନ୍ୟ ବିଧାୟକମାନଙ୍କ ସହ ସାରା ରାତି ରାଜରାସ୍ତାରେ ରାତି କାଟିବା ପରେ ବିଗିଡିଲା ତାରାଙ୍କ ସ୍ୱାସ୍ଥ୍ୟ । ସକାଳୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । 

3-ବିଧାନସଭା ଚାରିପାଖରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି । କଂଗ୍ରେସ କର୍ମୀଙ୍କ ଧାରଣାକୁ ନେଇ ଏହି ଧାରା ଲାଗୁ ହୋଇଥିବା ଜଣାପଡିଛି । 

Add Zee News as a Preferred Source

4-ବଦଳିଲା ପାଣିପାଗର ମିଜାଜ୍ । ପାଣିପାଗ ବିଭାଗରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖିର ପ୍ରଭାବ ରହିବ ନାହିଁ। ଏବେ ପୁଣି ସେହି ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଆଜିଠୁ ଗରମ ସହିତ ଗୁଳୁଗୁଳି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହାସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ନାହିଁ ।

5-କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ତନ ଆଜି ଓଡ଼ି଼ଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ତାଙ୍କୁ ରାଜ୍ୟପାଳ ହରି ବାବୁ କମ୍ଭମ୍-ପାଟି ଶପଥ ପାଠ କରାଇବେ। ହାଇକୋର୍ଟ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।  

6-ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୪ର ଶ୍ବେତପତ୍ରରେ ଦର୍ଶାଯାଇଛି ଯେ, ୨୦୨୪ରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ।୨୫୦୧ ସାଇବର ଅପରାଧ, ୨୦୦ ଯୌତୁକଜନିତ ହତ୍ୟା ମାମଲା। ୨୦୨୪ରେ ଆଇନଶୃଙ୍ଖଳା ସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା। ୨୦୨୪ରେ ଅର୍ଥନୈତିକ ଅପରାଧ ଶାଖାରେ ୧୩ଟି ମାମଲା ରୁଜୁ। ୨୦୨୪ରେ ମାତ୍ର ୪ଟି ମାଓ ଘଟଣା ଘଟିଛି, ଉଲ୍ଲେଖନୀୟ ମାଓ ହିଂସା କମିଛି। 

7-ଗୃହ ବିଭାଗର ଶ୍ବେତପତ୍ର ପ୍ରକାଶ। ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର। କାଲି ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା। ଗୃହ ବିଭାଗ ପକ୍ଷରୁ ୨୦୨୪ର ଶ୍ବେତପତ୍ର ପ୍ରକାଶ। ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଶ୍ରେଣୀ ଅପରାଧ।  ୧୨୫୮ଟି ହତ୍ୟା, ୩୫୬ ଡକାୟତି, ୨୫୮୨ ଲୁଟ୍‌, ୩୦୫୪ ଦୁଷ୍କର୍ମ ମାମଲା। ୬୩୦୭ ପ୍ରତାରଣା, ୧୪୭୧ ଦଙ୍ଗା, ୧୨୫୮ଟି ହତ୍ୟା ମାମଲା ରୁଜୁ ହୋଇଛି। 

8-ଷ୍ଟେସନରେ ଗୁଳିମାଡ଼। ଘଟଣାସ୍ଥଳରେ ୩ ମୃତ। ବାପାଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କଲା ଯୁବକ। ବିହାର ଆରା ଷ୍ଟେସନରେ ଅଭାବନୀୟ ଘଟଣା। ୩ ମୃତଦେହ ଉଦ୍ଧାର ସହ ଆରା ପୋଲିସର ତଦନ୍ତ। ଏକତରଫା ପ୍ରେମରୁ ହତ୍ୟା ପରେ ନିଜକୁ ଗୁଳି କରିଥିବା ଅନୁମାନ। 

9-ସମ୍ବଲପୁର ଭିସୁଟ୍‌ର ଆସୋସିଏସଟ୍ ପ୍ରଫେସର ନିଲମ୍ବିତ । ହ୍ୟୁମାନିଟିଜ୍ ବିଭାଗର ଆସୋସିଏସଟ୍ ପ୍ରଫେସର ଜୟପ୍ରକାଶ ପରମଗୁରୁ। ନିଲମ୍ବନ ସହ ଆସୋସିଏସଟ୍ ପ୍ରଫେସରଙ୍କ ବିରୋଧରେ ତଦନ୍ତ ଚାଲିବ। ନିୟମିତ କ୍ଲାସ୍ ନ ଆସିବା ଓ ନିଶାସକ୍ତ ରହୁଥିବା ଅଭିଯୋଗ ଥିଲା। 

10- 10- ସୋମବାର ଦିନ, IPL 2025ର ପଞ୍ଚମ ମ୍ୟାଚ୍ ଗୁଜରାଟ ଟାଇଟାନ୍ସ (GT) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ ଖେଳାଯାଇଥିଲା। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଗୁଜୁରାଟ୍ କୁ ଚକମା ଦେଇ ଏ-ହି ମ୍ୟାଚରେ ପଞ୍ଜାବ ଜିତିଥିଲା। 

About the Author