Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ଆନନ୍ଦ ବିହାରରୁ ପୁରୀ ଯାଉଥିବା ୧୨୮୧୬ ନନ୍ଦନ କାନନ ଏକ୍ସପ୍ରେସ୍ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି । ଉତ୍ତର ପ୍ରଦେଶର ଚନ୍ଦୌଲିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ନିକଟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି । ପ୍ରାଥମିକ ସୂଚନା ଅନୁଯାୟୀ, କପଲିଂ ଭାଙ୍ଗିଯିବାରୁ ଏହି ଘଟଣା ଘଟିଛି।
Headlines 02- ଭଦ୍ରକ ଜିଲ୍ଲା ବାଇପାସ ସ୍ଥିତ ଆରଏମସି ମାର୍କେଟ ନିକଟରେ ଥିବା ଦୁଇଟି ଗୋଦାମରେ ନିଆଁ ଲାଗିଛି । ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିଯାଇଥିଲା ଜାର ଓ ପ୍ଲାଷ୍ଟିକ ଗୋଦାମ । ପ୍ରଥମେ ବିସ୍କୁଟ ଗୋଦାମରୁ ନିଆଁ ବ୍ୟାପି ଥିବା ବେଳେ ପରେ ପରେ ପ୍ଲାଷ୍ଟିକ ଗୋଦାମ ବି ଜଳି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା ।
Headlines 03- IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ୍ ପ୍ରସଙ୍ଗରେ ବିଷ୍ଣୁପଦଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଛି । ଏଥିସହ ସମୟ ନେଇଛନ୍ତି ବିଷ୍ଣୁପଦ । ଆସନ୍ତା ୧୮ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।
Headlines 04- ବାଣ ଭିଡ଼ିବା ବେଳେ ବଡ ଧରଣର ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋପାଳପୁର ଦେଉଳି ଗାଁରେ ବିସ୍ଫୋରଣ ଘଟି ଦମ୍ପତି ଗୁରୁତର ହୋଇଛନ୍ତି । ଏଥିସହ ବିସ୍ଫୋରଣରେ ଘରର ଆଜବେଷ୍ଟର୍ସ ମଧ୍ୟ ଉଡ଼ିଯାଇଛି । ବାଣ ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
Headlines 05- ଫରେଷ୍ଟର, ଫରେଷ୍ଟ ଗାର୍ଡ ଶାରୀରିକ ପରୀକ୍ଷା ଦେବା ସମୟରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଉକ୍ତ ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ମଧ୍ୟରୁ ଜଣକ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ସମୟରେ ଅନ୍ୟଜଣକଙ୍କ ଘର ସୁନ୍ଦରଗଡ଼ ହୋଇଥିବା ସୂଚନା । ୨୫ କିମି ଦୌଡ଼ ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ରହିଛି ।
Headlines 06- ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ, ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି କାରଣ ଲୋକ ତାଙ୍କୁ ଭଲ ପାଆନ୍ତି । ଏପରି ଅପମାନ କରିବା ସରକାରଙ୍କ ଠିକ୍ ନୁହେଁ । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା ବିଜେପି ତେଣୁ ବିଜୁଙ୍କୁ ଅପମାନ କରିବା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେଡିର ସମାଲୋଚନାକୁ କାଉଣ୍ଟର କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଏଥିରେ ପକ୍ଷ ପ୍ରତିପକ୍ଷ କିଛି ନାହିଁ । ବିଜୁ ବାବୁ ବିଜେଡିର ସମ୍ପତ୍ତି ନଥିଲେ ସେ ଜାତୀୟ ସମ୍ପତ୍ତି ଥିଲେ । ବିଜୁ ବାବୁ ଓଡ଼ିଶା ପାଇଁ ଗୌରବ ଆଣିଥିଲେ ତେଣୁ ଅସମ୍ମାନର ପ୍ରଶ୍ନ ନାହିଁ ।
Headlines 07- କିଟ୍ ସାମ୍ନାରେ ପୁଣି ଥରେ ଧସ୍ତାଧସ୍ତି ପରିସ୍ଥିତି ସାମ୍ନାକୁ ଆସିଛି । କଂଗ୍ରେସ ସଂଖ୍ୟାଲଘୁ ସେଲ୍ର ବିକ୍ଷୋଭ ସମୟରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା । ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ବିକ୍ଷୋଭ କରାଯାଇଥିଲା ।
Headlines 08- ମୁକେଶ ଅମ୍ୱାନୀଙ୍କ ବନତାରାରେ ସମୟ ଅତିବାହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଶୁପକ୍ଷୀଙ୍କ ସହ କିଛି ସମୟ ବିତାଇବା ସମୟରେ ସେମାନଙ୍କୁ ନିଜ ହାତରେ ଖୁଆଇଛନ୍ତି ଏବଂ ହାତରେ ବୋତଲ ଦରି କ୍ଷୀର ପିଆଇଛନ୍ତି । ପଶୁପକ୍ଷୀଙ୍କୁ ପ୍ରଧାନମନ୍ତ୍ରୀ ଆଦର କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
Headlines 09- ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା ସାମ୍ନାକୁ ଆସିଛି । ଜୟ ଭୀମ ଛାତ୍ର ସଂଗଠନକୁ ବିରୋଧ କରାଯାଇଛି । ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟାନ୍ୟ ଛାତ୍ର ସଂଗଠନ ଏହାକୁ ବିରୋଧ କରିଛନ୍ତି । ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି । କାଲି ଜୟ ଭୀମ ସଂଗଠନ ଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଭିତରେ ବଚସା ହୋଇଥିଲା । ଆଜି ସମାଧାନ ପାଇଁ ପଚରାଉଚରା ସମୟରେ ଗଣ୍ଡଗୋଳ ହୋଇଥିଲା ଫଳରେ ୮ ଜଣ ଆହତ ହୋଇଛନ୍ତି ।
Headlines 10- ଟସ ହାରି ଚାମ୍ପିୟନ୍ସ ଟ୍ରଫି ସେମିରେ ପ୍ରଥମେ ବୋଲିଂ କରୁଛି ଭାରତ ଏବଂ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମି ଟକ୍କର ଖୁବ ଉପଭୋଗ କରୁଛନ୍ତି କ୍ରିକେଟପ୍ରେମୀ । ICC ଚାମ୍ପିଅନ୍ସ ଟ୍ରଫିରେ ଆଜି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ଭିତରେ କଡ଼ା ଟକ୍କର ଦେଖି କ୍ରିକେଟ୍ ଫ୍ୟାନ୍ କହିଛନ୍ତି ଯେ, ଆଜି ବାଜିମାତ କରିବ ଟିମ୍ ଇଣ୍ଡିଆ ।