Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ନାଗପୁରରେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମସ୍)ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଚିକିତ୍ସା କ୍ଷେତ୍ର କେବଳ ଏକ ବୃତ୍ତି ନୁହେଁ, ବରଂ ସମ୍ବେଦନଶୀଳତାର ସହିତ ମାନବତାକୁ ସେବା କରିବାର ଏକ ପଥ ବୋଲି ରାଷ୍ଟ୍ରପତି କହିଛନ୍ତି। ଡାକ୍ତରମାନେ କେବଳ ରୋଗର ଚିକିତ୍ସା କରନ୍ତି ତାହା ନୁହେଁ ବରଂ ସେମାନେ ସେମାନଙ୍କ ରୋଗୀଙ୍କ ମନରେ ଆଶାର କିରଣ ଆଣିଥାନ୍ତି।
Headlines 02- ସୋନପୁର ପୋଲିସକୁ ବଡ ସଫଳତା ମିଳିଛି । କାର୍ ଯାଞ୍ଚ ବେଳେ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ୍ । ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ କରାଯାଇଛି । ଏଥିସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର । ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ ।
Headlines 03- ରେଳ ଅଡିଟୋରିୟମଠାରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ମାତୃଶକ୍ତିର ସମ୍ମାନ ଓ ସଶକ୍ତିକରଣ ଆମ ସଂସ୍କୃତିର ମୂଳଦୁଆ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ପ୍ରଣୀତ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଗାମୀ ଦିନରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରିକୁ ଆହୁରି ସୁଦୃଢ଼ କରିବ।
Headlines 04- ମା’ସମଲେଶ୍ୱରୀଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା’ଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ବୋଲି କହିଛନ୍ତି। ଏଥିସହ ବୁର୍ଲା ସ୍ଥିତ VSSUT ପରିସରରେ 'ଜୋହୋ ସ୍କିଲ୍ ହବ୍'ର ଲୋକାର୍ପଣ ଏବଂ ପେଟିଏମ୍ - Wisdom on Wheels (ଜ୍ଞାନ ବାହାନ)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହିତ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଇନୋଭେଟରମାନଙ୍କୁ ସମ୍ମାନିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଶିକ୍ଷା ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, 'ଜୋହୋ ସ୍କିଲ୍ ହବ୍' କେବଳ ଏକ ତାଲିମ କେନ୍ଦ୍ର ନୁହେଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ।
Headlines 05- ଆଜି ନୂଆ ଆଞ୍ଚଳିକ ଦଳ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ମୂଳଦୁଆ ପଡ଼ିଛି । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ନୂଆ ଆଞ୍ଚଳିକ ଦଳର ଲୋକାର୍ପଣ ହୋଇଛି । ନୂଆ ଦଳ ଗଠନ ପରେ ବଡ଼ ଘୋଷଣା କରି ମହମ୍ମଦ ମୋକିମ କହିଛନ୍ତି ଯେ, ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପୌର ଓ ପଞ୍ଚାୟତ ନିର୍ବାଚନରେ ଭାଗ ନେବ । ଯୁବ ଶକ୍ତି ଆଗକୁ ଆସିବା ପାଇଁ ସମାବେଶ ସ୍ଥଳରୁ ଆହ୍ବାନ ଦେଇଛନ୍ତି ମୋକିମ୍ । ନୂଆ ଦଳ ଲୋକାର୍ପଣ ଉତ୍ସବରେ ଯୋଗଦେଇଛନ୍ତି ନିଲମ୍ବିତ କଂଗ୍ରେସ ବିଧାୟିକା ତଥା ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ।
Headlines 06- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ସ୍କୁଲରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ RDC । ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରେ ରାସଗୋବିନ୍ଦପୁର ହସ୍ପିଟାଲ ଯିବାର କାର୍ଯ୍ୟକ୍ରମ ରହିଛି । ଝାଡ଼ାବାନ୍ତିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ସହ ଏବେ ବି ଶତାଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
Headlines 07- ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଇଛନ୍ତି ନବୀନ । ଚିଠିରେ ଉଲ୍ଲେଖ ରହିଛି ଯେ, ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରିବାକୁ ସଂକଳ୍ପ ପାରିତ କରାଯାଉ । ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ବ ବର୍ତ୍ତମାନ ୩.୯ ପ୍ରତିଶତ ରହିଛି । ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ ।
Headlines 08- ରାଜ୍ୟରେ ତାତି ବଢିବାରେ ଲାଗିଛି । ୪୦ ଡିଗ୍ରୀ ଉପରେ ୯ଟି ସହର ତାପମାତ୍ରା ରେକର୍ଡ କରାଯାଇଛି । ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ସେହିପରି ଭବାନୀପାଟଣାରେ ୪୧.୮, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ, ସମ୍ବଲପୁର, ହୀରାକୁଦ ଓ ବଲାଙ୍ଗୀରରେ ୪୧ ଡିଗ୍ରୀ, ବୌଦ୍ଧ ଓ ନବରଙ୍ଗପୁରରେ ତାପମାତ୍ରା ୪୦ ଡିଗ୍ରୀ, କଟକରେ ୩୬.୭, ଭୁବନେଶ୍ୱରରେ ୩୫.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
Headlines 10- ଆଗାମି ଦିନରେ ତାତିରୁ ତ୍ରାହି ନାହିଁ ବୋଲି ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିସହ ୨ ଦିନ ଯାଏଁ ଉପକୂଳବର୍ତ୍ତୀ ୧୩ ଜିଲ୍ଲା ପାଇଁ ଗରମ ଓ ଗୁଳୁଗୁଳିଆ ହେବା ନେଇ ଚେତାବନୀ ଜାରି ହୋଇଛି । ୧୮ ରୁ ୨୦ ପର୍ଯ୍ୟନ୍ତ ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପାଇଁ ମଧ୍ୟ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । ଆଜି ରାଜଧାନୀ ଭୁବନେଶ୍ୱରରେ ଅତ୍ୟଧିକ ଗରମ ଅନୁଭୂତ ହୋଇଛି । ମଧ୍ୟାହ୍ନରୁ ଅପରାହ୍ଣ ପର୍ଯ୍ୟନ୍ତ ଅନେକ ରାସ୍ତା ଘାଟ ପ୍ରାୟତଃ ଶୂନଶାନ ଦେଖିବାକୁ ମିଳୁଛି