Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର
Trending Photos
)
Top 10 News Today
Headlines 01- ନରୱେଜିଆନ ନୋବେଲ କମିଟି ପକ୍ଷରୁ 2025 ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ, ଏହି ମର୍ଯ୍ୟାଦାଜନକ ନୋବେଲ୍ ସମ୍ମାନ ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି। କମିଟି ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ପାଇଁ ଲଢ଼େଇ କରିବା ପାଇଁ ତାଙ୍କର ଅକ୍ଳାନ୍ତ କାର୍ଯ୍ୟକୁ ସ୍ୱୀକୃତି ଦେଇଛି। ହିଂସା କିମ୍ବା ସଶସ୍ତ୍ର ପ୍ରତିବାଦ ବଦଳରେ, ସେ ଶାନ୍ତିପୂର୍ଣ୍ଣ ଗଣ ଆନ୍ଦୋଳନ ଏବଂ ରାଜନୈତିକ ଆଲୋଚନା ମାଧ୍ୟମରେ ପରିବର୍ତ୍ତନ ହାସଲ କରିବାକୁ ବାଛିଥିଲେ।
Headlines 02- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଭଳି ଭାବରେ ବିଶ୍ୱବ୍ୟାପୀ ତାଙ୍କ ନାମ ପରିଚିତ କରାଇଥିଲେ ବର୍ତ୍ତମାନ ନୋବେଲ୍ ପୁରସ୍କାର ଘୋଷଣା ବିଶ୍ୱ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଛି । ପୁରସ୍କାର ଘୋଷଣା ପୂର୍ବରୁ, ବିଶ୍ୱର ନଜର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନିବଦ୍ଧ ଥିଲା, ଯିଏ ବାରମ୍ବାର କହିଥିଲେ ଯେ ସେ "ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ"। ବର୍ତ୍ତମାନ, ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଯାଇଛି। ଇସ୍ରାଏଲ-ହମାସ ଯୁଦ୍ଧ ସମେତ "ଆଠଟି ଯୁଦ୍ଧ" ସମାପ୍ତ କରିଥିବା ଟ୍ରମ୍ପ ଦାବି କରିଥିଲେ। ଟ୍ରମ୍ପ୍ ସମ୍ପ୍ରତି ଗାଜା ଯୁଦ୍ଧବିରତି ଯୋଜନାର ଶ୍ରେୟ ନେଇ କହିଥିଲେ, "ମୁଁ ନୋବେଲ୍ ପାଇବି ନାହିଁ; ସେମାନେ ଏହାକୁ ଏପରି ଜଣେ ବ୍ୟକ୍ତିଙ୍କୁ ଦେବେ ଯିଏ କିଛି କରିନାହାଁନ୍ତି।" ତଥାପି, ନରୱେଜିଆନ୍ ନୋବେଲ୍ କମିଟି ତାଙ୍କର ବ୍ୟଙ୍ଗକୁ ଅଣଦେଖା କରି ଗଣତାନ୍ତ୍ରିକ ସଂଗ୍ରାମ ପାଇଁ କାମ କରୁଥିବା ଲୋକଙ୍କୁ ସ୍ପଷ୍ଟ ଭାବରେ ପ୍ରାଥମିକତା ଦେଇଥିଲା।
Headlines 03- ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭାରତ ଆନୁଷ୍ଠାନିକ ଭାବରେ ଏକ ଦୂତାବାସ ଖୋଲିବା ଘୋଷଣା କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହ ଏକ ସାକ୍ଷାତ ସମୟରେ ଏହି ଘୋଷଣା କରିଛନ୍ତି। ଜୟଶଙ୍କର ମଧ୍ୟ ଆଫଗାନିସ୍ତାନର ସାର୍ବଭୌମତ୍ୱ ପ୍ରତି ତାଙ୍କର ସମର୍ଥନ ପ୍ରକାଶ କରିଛନ୍ତି। ୨୦୨୧ ପରେ ଏହା ପ୍ରଥମ ଥର ଯେ, ଭାରତ ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ପୂର୍ଣ୍ଣ ସମର୍ଥନ କରିଛି।
Headlines 04- ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଛି ସନ୍ଦେହଜନକ କାର୍ । ଦାମୀ ଏସ୍ୟୁଭି ସହ ଅନ୍ୟ ଏକ ଗାଡ଼ିକୁ ଜବତ କରିଛି ପୋଲିସ । ଦାମୀ କାର୍ ସହ ସୁପାରୀ କିଲର୍ର ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯିବା ପରେ ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଜଣେ CISF ଯବାନଙ୍କ ସମେତ ୩ ଜଣଙ୍କୁ ଜେରା କରୁଛି ପୋଲିସ ।
Headlines 05- ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପୋଲିସ କମିଶନର । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ସିପି । କଟକ ସହର ସାରା ପୋଲିସ ମୁତୟନ ଅଛନ୍ତି ବର୍ତ୍ତମାନ ସ୍ଥିତି ସ୍ବାଭାବିକ ଅଛି ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି । ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି ।
Headlines 06- 'ବଣିକ'ର ୩ ଅଧିକାରୀଙ୍କୁ କଟକ କ୍ରାଇମ୍ବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଛି । ପୋଲିସ SI ନିଯୁକ୍ତି ଘୋଟାଲାରେ 'ବଣିକ'ର ଲିଙ୍କ୍ ନେଇ ତନାଘନା ଚାଲିଛି । ଦୀର୍ଘ ଅଢ଼େଇ ଘଣ୍ଟା ଧରି ଜେରା ହେବା ପରେ ମୁଖ୍ୟାଳୟରୁ ବାହାରିଛନ୍ତି ୩ ଅଧିକାରୀ ।
Headlines 07- ଗଞ୍ଜେଇ ମାଫିଆଙ୍କ ୨୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛି STF । କୋଲକାତା କମ୍ପିଟେଟ ଅଥରିଟିଙ୍କ ନିର୍ଦ୍ଦେଶରେ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ୨୦୨୪ ମସିହାରେ ୨ ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ୯ଟି ଗାଡିକୁ ମଧ୍ୟ ଜବତ କରିଥିଲା କ୍ରାଇମବ୍ରାଞ୍ଚ STF
Headlines 08- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ ହୋଇଛି। ତାଙ୍କୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ତହସିଲଦାରଙ୍କ ନିଜ ଆୟ ଠାରୁ ୧୯୦ ପ୍ରତିଶତ ସମ୍ପତ୍ତି ଥିବା ଅଭିଯୋଗରେ ଭିଜିଲାନ୍ସ ଗତକାଲି ରେଡ୍ କରିଥିଲା। ରେଡ୍ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି। ଯେଉଁଥିରେ ୪ଟି କୋଠା, ୭ଟି ମୂଲ୍ୟବାନ୍ ପ୍ଲଟ୍ ସହ ୧୮ ଲକ୍ଷ ଜମା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ କରାଯାଇ କୋର୍ଟ -ଚାଲାଣ କରାଯାଇଛି।
Headlines 09- ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି କରୁଛି କଟକ ଜିଲ୍ଲା ପ୍ରଶାସନ । ହାଇକୋର୍ଟଙ୍କ ରାୟ ପରେ ଏନେଇ ସ୍ପଷ୍ଟ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ । ଉପର ପଡ଼ିଆରେ ଐତିହ୍ୟ ସଂପର୍କିତ ଷ୍ଟଲ୍ ଖୋଲାଯିବ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ପରେ ଏ ସମ୍ପର୍କରେ ଦୋକାନୀଙ୍କୁ ଅବଗତ କରାଯିବ ।
Headlines 10- ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇପାରେ ବୋଲି ସୂଚନା ମିଳିଛି ଯେଉଁଥିରେ ପ୍ରାୟ ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିପାରେ ।