)
Top 10 News Today
Headlines 01- ପଶ୍ଚିମବଙ୍ଗର ଦୁର୍ଗାପୁର ଜିଲ୍ଲାରେ ଓଡ଼ିଶାର ଜଣେ ମେଡିକାଲ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଶୁକ୍ରବାର ରାତିରେ ଘରୋଇ ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଏପରି କାଣ୍ଡ ହୋଇଛି । ଦ୍ୱିତୀୟ ବର୍ଷର ଛାତ୍ରୀ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ଯିବା ସମୟରେ ଏହି ଘଟଣା ଘଟିଛି । ଫଳରେ ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରୁଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଛାତ୍ରୀଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା । ସେ ବର୍ତ୍ତମାନ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
Headlines 02- ବିହାର ବିଧାନସଭା ନିର୍ବାଚନ ଲଢ଼ିବେନି ଅଭିନେତାରୁ ନେତା ପାଲଟିଥିବା ପୱନ ସିଂହ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ସେ ଏନେଇ ସୂଚନା ଦେଇଛନ୍ତି । ପତ୍ନୀ ଜ୍ୟୋତି ସିଂହଙ୍କ ସହ ବିବାଦ ମଧ୍ୟରେ ପୱନଙ୍କ ବଡ଼ ଘୋଷଣା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୋଜପୁରୀ ସୁପରଷ୍ଟାର ପୱନ ସିଂହ ନିକଟରେ ରାଜନୀତି କରିବାକୁ ବିଜେପିରେ ଯୋଗ ଦେଇଥିଲେ
Headlines 03- ନୂଆପଡ଼ା ବିଧାନସଭାରେ ବିଜେଡିର ପ୍ରାର୍ଥୀ ବୋଲି ନିଜକୁ ଦାବି କରିଥିବା ଜୟ ଢୋଲକିଆ ଦଳ ଛାଡ଼ିପାରନ୍ତି। ସେ ଅପରାହ୍ଣରେ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି। ଜୟ ଢୋଲକିଆଙ୍କୁ ବିଜେପି ହାଇଜାକ୍ କରି ନେଇଥିବା ଚର୍ଚ୍ଚା ହେଉଛି, ଯେଉଁଥିରେ ବିଜେଡିର ଦୁର୍ବଳତା ସାମ୍ନାକୁ ଆସିଛି। ଦୀର୍ଘ ଦିନ ହେଲା ବିଜେଡି କୌଣସି ବିଷୟକୁ ସ୍ପଷ୍ଟ କରୁ ନଥିବାରୁ ଜୟ ଏହି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।
Headlines 04- ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଓଡ଼ିଶା ପକ୍ଷରୁ AG ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲ୍ରେ ପକ୍ଷ ରଖିଛନ୍ତି । ଓଡ଼ିଶା ଓ ଛତିଶଗଡ଼ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଅକ୍ଟୋବର ୨୮ରେ ଦୁଇ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୈଠକ ହେବ ବୋଲି ଜଣାପଡିଛି । ବୈଠକରେ ପାଣି ବିଭାଜନ ଓ ପ୍ରକଳ୍ପ ଅନୁମୋଦନ ନେଇ ଚର୍ଚ୍ଚା ହୋଇପାରେ । ଇବ୍ ପ୍ରକଳ୍ପ ଓ ଲୋୟର ସୁକତେଲ୍ ଜଳପ୍ରକଳ୍ପ ପାଇଁ ୨ ରାଜ୍ୟ ସହମତ ଅଛନ୍ତି । ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ ରେ ହେବ ବୋଲି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
Headlines 05- ଭୁବନେଶ୍ୱର ପାଣ୍ଡରାଠାରେ ହେବାକୁ ଯାଉଛି ବୃହତ ମାଛ ମାର୍କେଟ। ଆଜି ଭର୍ଚୁଆଲରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ମାଛ ମାର୍କେଟ ନିର୍ମାଣ ହେବ । ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିବା କାରଣରୁ ଏହି ମାର୍କେଟ୍ ନିର୍ମାଣ କରୁଛନ୍ତି ସରକାର ।
Headlines 06- ଜୟ ଢୋଲକିଆ ପଦ୍ମ ଧରିବା ଚର୍ଚ୍ଚା ଭିତରେ ବିଜେଡି ଏକ ଗୁପ୍ତ ବୈଠକ କରିଛି । ଖରିଆର ରୋଡ୍ର ଏକ ହୋଟେଲରେ ବରିଷ୍ଠ ନେତା ଏକାଠି ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଅଧିରାଜ ପାଣିଗ୍ରାହୀ । ନୂଆପଡ଼ା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ମନୋଜ ମିଶ୍ର ଓ ଲମ୍ବୋଦର ନିଆଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।
Headlines 07- ପୁଣି ସୋସିଆଲ୍ ମିଡିଆରେ ବର୍ଷିଛନ୍ତି ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ପାଣ୍ଡିଆନଙ୍କୁ କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ କରିଛନ୍ତି । କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ ବୋଲି ସେ କହିଛନ୍ତି । ଏହା ମଧ୍ୟ ପୋଷ୍ଟରେ ଲେଖିଛନ୍ତି ଯେ, ‘ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର’ ।
Headlines 08- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ରେଡ୍ ଜୋନ୍ ଘୋଷଣା କରିଛି ଡିଜିସିଏ । ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏନେଇ ପଦକ୍ଷେପ ନିଆଯାଇଛି । ରେଡ୍ ଜୋନ୍ ର ଅବଧି ୩ ବର୍ଷ ଅର୍ଥାତ୍ ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ରଖାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା ।
Headlines 09- ବାରିପଦା ପିଆର୍ଏମ୍ ମେଡିକାଲ କଲେଜରୁ ନବଜାତ ଚୋରି ଅଭିଯୋଗ ସାମ୍ନାକୁ ଆସିଛି । ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରୁ ୩ ଦିନର ଶିଶୁପୁତ୍ର ଚୋରି ଅଭିଯୋଗ କରିଛନ୍ତି ପରିବାର । ଟୀକା ଦେବା ନାଁରେ କିଛି ବ୍ୟକ୍ତି ଶିଶୁକୁ ନେଇଯାଇଥିଲେ କିନ୍ତୁ ଆଉ ଫେରି ନଥିଲେ ବୋଲି ଟାଉନ୍ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।
Headlines 10- ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ମୌସୁମୀ ଫେରିବା ମଧ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ।