Top 10 News Headlines: ମଙ୍ଗଳବାର ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର (BoB) ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଗଭୀର ହୋଇଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
)
Top 10 News Headlines 02 September 2025: Odisha Semiconductor Chips: ଆଜି ଦିଲ୍ଲୀର ଯଶୋଭୂମିରେ ଓଡ଼ିଶା ଏହାର ଶୁପ୍ତ ପ୍ରତିଭାଙ୍କ ପ୍ରକାଶରେ ସମସ୍ତଙ୍କୁ ଚମକାଇଛି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରଥମ ଭାରତ ନିର୍ମିତ ମେଡ୍ ଇନ୍ ଇଣ୍ଡିଆ ଚିପ୍ ତାଲିକାରେ ଓଡ଼ିଶାର ନାଁ ସାମିଲ ରହିଛି। ଖାଲି ସେତିକି ନୁହେଁ ଏହି ୩୫ଟି ଚିପ୍ ରେ ଓଡ଼ିଶା ନିର୍ମିତ ୩ଟି ଚିପ୍ ସ୍ଥାନୀତ ହୋଇଛି। ପୁଣି ତିନୋଟି ଚିପ୍ ଭିନ୍ନ ଭିନ୍ନ କ୍ଷେତ୍ରରେ ଧ୍ରୁବତାରା ହେବ ବୋଲି ଆଶା କରାଯାଇଛି।
BJD Suspends Two Leaders: ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପୁରୀ ଜିଲ୍ଲାର ଦୁଇ ଜଣ ଦଳୀୟ ସଦସ୍ୟଙ୍କୁ ବିଜୁ ଜନତା ଦଳ (ବିଜେଡି) ନିଲମ୍ବିତ କରିଛି। ବିଜେଡିର ଉପ-ସଭାପତି (ମୁଖ୍ୟାଳୟ) ଶ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଜାରି କରାଯାଇଥିବା ନିଲମ୍ବନ ଆଦେଶରେ ଗୋପ ବ୍ଲକ ଅନ୍ତର୍ଗତ ସୋରିଷପଡ଼ା (ସାମିଲି ଗୋପ)ର ପୂର୍ଣ୍ଣ ଚନ୍ଦ୍ର ଦାସ (କୁନା) ଓ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗେଣ୍ଡାମାଳିର କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ନାମ ଉଲ୍ଲେଖ କରାଯାଇଛି।
Odisha weather Update: ମଙ୍ଗଳବାର ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର (BoB) ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଗଭୀର ହୋଇଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଯେଉଁଥିରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ, ବିଜୁଳି ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସତର୍କ କରାଯାଇଛି। ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ECoR Extends Two Special Train Services: ପୂର୍ବତଟ ରେଳପଥ (ECoR) ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ଓଡ଼ିଶା ମଧ୍ୟରେ ଚାଲୁଥିବା ଦୁଇଟି ପ୍ରମୁଖ ସ୍ୱତନ୍ତ୍ର ଟ୍ରେନ୍ର ପରିଚାଳନାକୁ ବୃଦ୍ଧି କରିଛି। ଭଞ୍ଜପୁର-ପୁରୀ-ଭଞ୍ଜପୁର ଏବଂ ଶାଲିମାର-ପୁରୀ-ଶାଲିମାର ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ବର୍ତ୍ତମାନ ସେମାନଙ୍କର ପୂର୍ବ ସମୟସୂଚୀ, ଷ୍ଟପେଜ୍ କିମ୍ବା କୋଚ୍ ରଚନାରେ କୌଣସି ପରିବର୍ତ୍ତନ ବିନା ସେପ୍ଟେମ୍ବର ୨୦୨୫ ମଧ୍ୟଭାଗ ପର୍ଯ୍ୟନ୍ତ ଚଳାଚଳ କରିବ।
EOW Arrests Former EO Madhusmita Singh: ବେଲପାହାଡ଼ ପୌରପାଳିକାର ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ଅର୍ଥନୈତିକ ଅପରାଧ ଶାଖା (EOW) ବେଲପାହାଡ଼ ପୌରପାଳିକାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମୟୂରଭଞ୍ଜ ଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂହଙ୍କୁ ଗିରଫ କରିଛି।
Kannada actor Ranya Rao fined rs 102 crore: କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରଣ୍ୟା ରାଓଙ୍କୁ ମାର୍ଚ୍ଚ ମାସରେ ଦୁବାଇରୁ ୧୪ କିଲୋ ସୁନା ଚୋରା ଚାଲାଣ କରିବା ଅଭିଯୋଗରେ ଭାରୀ ଜରିମାନା କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ରଣ୍ୟା ରାଓଙ୍କ ଉପରେ ୧୦୨ କୋଟି ଟଙ୍କାର ଜରିମାନା ଲଗାଇଛି। କହି ରଖୁଛୁ ଯେ ରଣ୍ୟା ରାଓଙ୍କୁ ମାର୍ଚ୍ଚ ୩ ତାରିଖରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଦେଶରେ ୧୪.୨ କିଲୋ ସୁନା ଚୋରା ଚାଲାଣ କରିବାକୁ ଚେଷ୍ଟା କରିବା ପରେ ଗିରଫ କରାଯାଇଥିଲା।
K Kavitha's Suspension from BRS Party: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ଝିଅ କେ କବିତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମଙ୍ଗଳବାର ଦିନ ତାଙ୍କୁ BRS ଅର୍ଥାତ୍ ଭାରତ ରାଷ୍ଟ୍ର ସମିତିରୁ ବହିଷ୍କାର କରାଯାଇଛି। ଦଳ ବିରୋଧରେ ତାଙ୍କ ବୟାନ ଯୋଗୁଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।
India Tightens Immigration Rules: ଭାରତ ବିରୋଧୀ କାର୍ଯ୍ୟକଳାପ, ଗୁପ୍ତଚର, ବଳାତ୍କାର ଏବଂ ହତ୍ୟା, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି, ଶିଶୁ ଚାଲାଣ କିମ୍ବା ନିଷିଦ୍ଧ ସଂଗଠନର ସଦସ୍ୟ ହେବା ପାଇଁ ଦୋଷୀ ସାବ୍ୟସ୍ତ ବିଦେଶୀ ନାଗରିକମାନଙ୍କୁ ଆଉ ଦେଶରେ ପ୍ରବେଶ କିମ୍ବା ରହିବାକୁ ଅନୁମତି ଦିଆଯିବ ନାହିଁ।
Pawan Khera Faces EC Notice: କଂଗ୍ରେସ ମୁଖପାତ୍ରଙ୍କୁ ନିର୍ବାଚନ କମିଶନଙ୍କୁ ନିର୍ବାଚନ କମିଶନ ନୋଟିସ। ଏ ନୋଟିସ୍ ବିହାର କିମ୍ବା ଏସ୍ଆଇଆର୍ ସମ୍ପର୍କିତ ନୁହେଁ, ବରଂ ଏ ନୋଟିସ ଆଇନ ଉଲ୍ଲଂଘନ କରିବା ନେଇ ଆସିଛି। ଲୋକପ୍ରତିନିଧି ଆଇନ ୧୯୫୦କୁ ଉଲ୍ଲଂଘନ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି। ଆଉ ନିର୍ବାଚନ କମିଶନ ତାଙ୍କୁ ୮ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
PM Modi Mother Controversy: ବିହାର ନିର୍ବାଚନ ସମୟରେ ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ମାଆଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ପ୍ରକୃତରେ ଦେଶର ପ୍ରତ୍ୟେକ ମାଆଙ୍କ ପ୍ରତି ଅପମାନ। ଏସବୁ କହିବା ସମୟର ପ୍ରଧାନମନ୍ତ୍ରୀ ମୋଦୀ ବହୁତ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଆଖି ଛଳଛଳ ହୋଇଯାଇଥିଲା।