Top 10 News Headlines: ଆଜି ହେବ ଓଠ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2288183

Top 10 News Headlines: ଆଜି ହେବ ଓଠ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଆଜି ହେବ ଓଠ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର

H1. BJP Parliamentary committee to announce Odisha CM’s Name today। ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା
ଆଜି ବଛାହେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିବ। ଏଥିନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ପର୍ଯ୍ୟବେକ୍ଷକ ଭାବେ ରାଜ୍ୟଗସ୍ତରେ ଅଛନ୍ତି। ସେମାନେ ହେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର  ଯାଦବ ଆଜି ପୂର୍ବାହ୍ଣରେ ସେମାନେ ବିଜେପି ବିଧାୟକ ଦଳ ସହ ଆଲୋଚନା କରି ସଂସଦୀୟ କମିଟିର ନିଷ୍ପତ୍ତିକୁ ଜଣାଇବା କାର୍ଯ୍ୟକ୍ରମ ରହିଛି। ଏହାପରେ ମନ୍ତ୍ରିମଣ୍ଡଳ ବଣ୍ଟନ ସମ୍ପର୍କିତ ଆଲୋଚନା ମଧ୍ୟ ହେବ। 

H2. Govt Offices to remain half day Tomorrow। କାଲି ଅଫିସ ଛୁଟି
ଆସନ୍ତା କାଲି ରାଜଧାନୀର ସମସ୍ତ ସରକାରୀ ଅଫିସ ଓ କୋର୍ଟ ଅଧାରୁ ଛୁଟି ହେବ। ନୂଆ ସରକାର ଗଠନ ତଥା  ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣକୁ ଆଖି ଆଗରେ ରଖି ରାଜସ୍ୱ ଓ ପରିଚାଳନା ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଅପରାହ୍ଣ ୧ଟା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ଏକ୍ଜିକ୍ୟୁଟିଭ୍‍ ମାଜିଷ୍ଟ୍ରାଲ୍‍ କୋର୍ଟ ବନ୍ଦ ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

H3. Who will be the CM। ମୁଖ୍ୟମନ୍ତ୍ରୀଙ୍କ ରେସରେ ମନମୋହନ ଆଗରେ 
ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ସେଥିନେଇ ଆଲୋଚନା କିନ୍ତୁ ଥମି ନାହିଁ। ଏହି ଚର୍ଚ୍ଚାରେ ସର୍ବାଗ୍ରେ ରହିଛନ୍ତି ସୁରେଶ ପୂଜାରୀ। ତାଙ୍କ ପରେ ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚା ପରିଧିରେ ରହିଛି। ଏଥର ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ବି ରହିବା ନେଇ ଚର୍ଚ୍ଚା ହେଉଛି। 

H4. Central Ministries allotted। ମିଳିଲା ବିଭାଗ
କେନ୍ଦ୍ର ସରକାରରେ ନୂଆ  ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏଥିନେଇ ରାଷ୍ଟ୍ରପତି ଭବନ ପକ୍ଷରୁବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବ ମନ୍ତ୍ରିମଣ୍ଡଳ ଭଳି ଏଥର ମଧ୍ୟ ବିଜେପି ପାଖରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି। ପ୍ରତିରକ୍ଷା, ଅର୍ଥଳ ରେଳବବାଇ, ଦୂରସଂଚାର, ସୂଚନା ଓ ପ୍ରସାରଣ, କୃଷି, ବୈଦେଶିକ ବ୍ୟାପର, ଶିକ୍ଷା, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ, ବନ୍ଦର, ସଡ଼କ ପରିବହନ, ସଂସ୍କୃତି, ଆଦିବାସୀ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ସାଂସଦଙ୍କ ହାତରେ ରହିବ। 

H5. Jual Gets Tribal affair for the 3rd time। ଜୁଏଲଙ୍କୁ ଆଦିବାସୀ ବ୍ୟାପାର, ଧର୍ମେନ୍ଦ୍ର ଶିକ୍ଷାମନ୍ତ୍ରୀ
ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବ ମନ୍ତ୍ରିମଣ୍ଡଳ ଭଳି ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ସାଂସଦ ଜୁଏଲ୍‍ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି। ଯେତେବଳେ ପ୍ରଥମରେ ଏହି ମନ୍ତ୍ରଣାଳୟ ଗଠନ କରାଯାଇଥିଲା, ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ଏହି ବିଭାଗର ମନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ। ଏହା ଜୁଏଲଙ୍କ ଏହି ମନ୍ତ୍ରଣାଳୟରେ  ତୃତୀୟ କାର୍ଯ୍ୟକାଳ ହେବ। 

H6. Aswini to head 3 ministries: ଅଶ୍ୱିନୀଙ୍କୁ ରେଳବାଇ
ଓଡ଼ିଶାରୁ ରାଜ୍ୟସଭାକୁ ସଦସ୍ୟ ଭାବେ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବଙ୍କୁ ତିନୋଟି ବିଭାଗ ପ୍ରଦାନ ପରାଯାଇଛି। ସେ ରେଳ ମନ୍ତ୍ରୀ ହେବା ସହ ସୂଚନା ଓ ପ୍ରସାରଣ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଭାବେ କରିବେ। ଗତକାଲି ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା ଦର୍ଶାଯାଇଛି। 

H7. Malawi VP’s aircraft missing । ମାଳୟ ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ
 ମାଳୟ ଉପରାଷ୍ଟ୍ରପତି ସାଉଲସ୍‍ ଚିଲିମା ଓ ଅନ୍ୟ ୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଗତକାଲି ସକାଳ ୯ଟା ୧୫ ନିନିଟ ସମୟରେ ପ୍ରତିରକ୍ଷା ବିଭାଗର ଏକ ବିମାନରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ। ଏନେଇ ଆବଶ୍ୟକ ତଦନ୍ତ କରାଇବା ଲାଗି ରାଷ୍ଟ୍ରପତି ଆଦେଶ ଦେଇଛନ୍ତି।

H8. French Citizen Voted for France । ଫ୍ରାନ୍ସରେ ନିର୍ବାଚନ
ୟୁରୋପୀୟ ସଂସଦ ପାଇଁ ନିଜ ପ୍ରତିନିଧି ପଠାଇବା ଲାଗି ଫ୍ରାନ୍ସରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପୁଡୁଚେରୀରେବା ଫ୍ରାନ୍ସ ନାଗରିକମାନେ ଏଥିନେଇ ସେମାନଙ୍କ ଭୋଟ ଦେଇଛନ୍ତି। ଏଠାରେ ପୂର୍ବରୁ ଫ୍ରାନ୍ସ ଉପନିବେଶ ଥିଲା। ପୁଡୁଚେରୀ ସମେତ କେରଳ, ତାମିଲନାଡ଼ୁରେ ୪୫୪୬ ଜଣ ଫ୍ରାନ୍ସ ନାଗରିକ ରହୁଛନ୍ତି।
 
H9. No Apple Phone inside Offices says Musk: ନିଜ କମ୍ପାନୀରେ ଆପଲ ଫୋନକୁ ନିଷିଦ୍ଧ କଲେ ମସ୍କ
ସ୍ପେସ୍‍ ଏକ୍ସ, ଟସ୍‍ଲା ଓ ଏକ୍ସର ମାଲିକ ଏଲନ୍‍ ମସ୍କ ନିଜ କମ୍ପାନୀରେ ଆପଲ୍‍ ପ୍ରବେଶକୁ ନିଷିଦ୍ଧ କରିବେ। ଆପଲ ଏହାର ଫୋନରେ ଏଆଇ ସମନ୍ୱିତ କରିବା ଲାଗି ଘୋଷଣା କରିବା ପରେ ଏଲନ୍‍ ମସ୍କ ଏହା କହିଛନ୍ତି। ଏପରିକି ଯେଉଁ ପରିଦର୍ଶନକାରୀ ତାଙ୍କର କୌଣସି କମ୍ପାନୀକୁ ଆସନ୍ତି ତେବେ ତାଙ୍କ ଫୋନ୍‍କୁ ଦୁଆର ପାଖରେ ଜମା କରିବାକୁ ହେବ ବୋଲି ସେ କହିଛନ୍ତି। ଓପନ୍‍ ଏଆଇ  ଆଇଫୋନର ଅପରେଟିଂ ସିଷ୍ଟମରେ ରହିଲେ ସୁରକ୍ଷା ବ୍ୟାହତ ହେବ ବୋଲି ଆଶଙ୍କା କରିଛନ୍ତି ଏଲନ ମସ୍କ।
 
H10. No relieve from Heat wave । ଜାରି ରହିବ ଗ୍ରୀଷ୍ମ ପ୍ରବାହ
ଆଜିବି ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ। ମୌସୁମୀ ବାୟୁର ଉପସ୍ଥିତି ଥିଲେବି ରାଜ୍ୟରେ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଆହୁରି ୫ ଦିନ ରହିବ। ଏଥିନେଇ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।