ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Trending Photos
)
H1. ଭୁବନେଶ୍ୱରରେ ଅରୁଣ ପଟ୍ଟନାୟକ
ଭୁବନେଶ୍ୱରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ତଥା ବିଜୁ ପଟ୍ଟନାୟକଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ। କୁହାଯାଉଛି କି ଅରୁଣ ହେବେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ। ଉତ୍ତରାଧିକାରୀକୁ ନେଇ ରାଜ୍ୟରେ ବିବାଦ ଦେଖାଦେଇଥିଲେ। ନବୀନଙ୍କ ଉତ୍ତରାଧିକାରୀ ଭାବେ ପାଣ୍ଡିଆନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏନେଇ ନବୀନ ସ୍ପଷ୍ଟ କରିଥିଲେ। ଏକ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ କହିଥିଲେ କି ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି।
H2. ମିଡ଼ିଆ ଟାଇକୁନ ରାମୋଜୀ ରାଓଙ୍କ ପରଲୋକ
ରାମୋଜୀ ଗୃପର ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ପରଲୋକ। ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪.୫୦ ମିନିଟ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟିସ୍ଥିତ ବାସଭବନକୁ ଅଣାଯାଇଛି। ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଫିଲ୍ମସିଟିରେ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରାମୋଜୀ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀ ତାଙ୍କ ଶେଷ ଦର୍ଶନ କରିବେ। ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
H3. ମୁଖ୍ୟମନ୍ତ୍ରୀ ଚେହେରାରେ ଆଜି ଲାଗିବ ମୋହର
ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିବାକୁ ଯାଉଛି। ଆଜି ବହୁ ପ୍ରତିକ୍ଷିତ ମୁଖ୍ୟମନ୍ତ୍ରୀ ଚେହେରାର ମୋହର ମାରିପାରେ ବିଜେପି। ଘନ ଘନ ବୈଠକ ପରେ ଏହି ନିଷ୍ପତ୍ତି ନେଇପାରେ ରାଜ୍ୟ ବିଜେପି। ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସିଏଜି ଗିରିଶ ମୁର୍ମୁ, ବିଧାୟକ ସୁରେଶ ପୂଜାରୀ, ବୈଜୟନ୍ତ ପଣ୍ଡାଙ୍କ ନାଁ ରହିଛି।
H4. ଓଡିଶାକୁ ମିଳିପାରେ ବାଚସ୍ପତି ପଦ
ଆସନ୍ତା ୯ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ମୋଦୀ ତୃତୀୟ ପାଳିରେ ଓଡ଼ିଶାକୁ ବାଚସ୍ପତି ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବାଚସ୍ପତି ଦୌଡ଼ରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍ଗ ନାଁ ଆଗରେ ରହିଛି।
H5. ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଗତ ୨ ତାରିଖ ସୁଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୫ ତାରିଖରେ ପୁରୀ ଗୋପିନାଥପୁର ଅଂଚଳର ଦେବଦତ୍ତ ସ୍ବାଇଁ (୩୫) ଓ ଖଡିଆବନ୍ଧ ଅଞ୍ଚଳର ରାକେଶ ପ୍ରଧାନ୍ (୨୩)ଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ବଳଗଣ୍ଠି ସ୍ଥିତ ରଞ୍ଜିତ୍ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
H6. ଯାଜପୁରରେ ବସ ଦୁର୍ଘଟଣା
ଯାଜପୁର ବଡ଼ଚଣା ଥାନା କଡେଇଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ । ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ବସରେ ଥିବା ୧୩ ଯାତ୍ରୀ ଆହତ ହୋଇଥିବା ବେଳେ ୭ ଗୁରୁତର ଅଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବସଟି ପର୍ଯ୍ୟଟକଙ୍କୁ ଧରି କୋଲକାତାରୁ ପୁରୀ ଆସୁଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ପ୍ରଥମେ ୧୩ ଜଣ ଯାତ୍ରୀଙ୍କୁ ନେଇ ବଡ଼ଚଣା ମେଡିକାଲ ଆଣିଥିଲା । ସେଠାରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଛି ।
H7. ୬ ମାସ ଛୁଟିରେ ଗଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
ରାଜ୍ୟରେ ବିଜେପି ସରକାର ଗଠନ ପୂର୍ବରୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଛୁଟିରେ ପଳାଇଛନ୍ତି । ପିଲାର ଯତ୍ନ ନେବା ଆଳ ଦେଖାଇ ସେ ୬ମାସ ଛୁଟିରେ ଯାଇଛନ୍ତି । ଦୀର୍ଘ ୨୪ବର୍ଷର କ୍ଷମତାସୀନ ବିଜେଡିକୁ ଝଟକା ଦେଇ ବିଜେପି ଚଳିତ ନିର୍ବାଚନରେ ରାଜ୍ୟରେ ବିପୁଳ ବିଜୟ ହାସଲ କରିବା ଏବେ ପାଣ୍ଡିଆନଙ୍କୁ ମହଙ୍ଗା ପଡ଼ିଛି ।
H8. ପ୍ରଶାନ୍ତ ଜଗଦେବଙ୍କୁ ଅନ୍ତରୀଣ ଜାମିନ
ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଅନ୍ତରୀଣ ଜାମିନ। ପ୍ରଶାନ୍ତଙ୍କୁ ୯ ତାରିଖରୁ ଅନ୍ତରୀଣ ଜାମିନ ମିଳିଛି। ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଲେ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି।
H9. ମାନସ ଚୌଧୂରୀ କଂଗ୍ରେସରୁ ବହିଷ୍କୃତ
କଂଗ୍ରେସ ଦଳରୁ ବହିଷ୍କୃତ ହେଲେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ। କଂଗ୍ରେସରୁ ମାନସ ଚୌଧୁରୀଙ୍କୁ ୬ର୍ଷ ପାଇଁ ଦଳ ବହିଷ୍କାର କରିଛି। ସେ ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ପିସିସି ସଭାପତି ଏହିଭଳି ନିଷ୍ପତି ନେଇଥିବା ସୂଚନା ରହିଛି। ମାନସ ଦଳ ପାଇଁ ଏକ ଯୁବ ସଂଗଠକ ଥିଲେ।
H10. ୫ ନକ୍ସଲ ସଫା
ଛତିଶଗଡର ନାରାୟଣପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ନକ୍ସଲ ଆହତ ହୋଇଥିବା ବିଷୟରେ ମଧ୍ୟ ସୂଚନା ରହିଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟର ସମୟରେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ପାଞ୍ଚ ଜଣ ସଶସ୍ତ୍ର ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।