Top 10 News Headlines: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର, ଓଡ଼ିଶାକୁ ଆସିବନି ପଶ୍ଚିମବଙ୍ଗ ଆଳୁ ଓ ଅନ୍ୟାନ୍ୟ ଖବର
Top 10 News Headlines: ଅପରାହ୍ଣର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...
Mid Day Meal Price: ପୁଣି ବଢ଼ିଲା ବିଦ୍ୟାଳୟ ମିଡ୍ ଡେ ମିଲ୍ ବା ମଧ୍ୟାହ୍ନ ଭୋଜନ ଦର। ଦର ବଢ଼ାଇଲେ ରାଜ୍ୟ ସରକାର। ବିଦ୍ୟାଳୟର ପ୍ରାଥମିକ ପିଲାଙ୍କ ପାଇଁ ୭ଟଙ୍କା ୬୪ପଇସା ଖର୍ଚ୍ଚ ହେବ। ଏହା ପୂର୍ବରୁ ୫ଟଙ୍କା ୯୦ ପଇସା ଥିଲା। ଅନ୍ୟପଟେ ଏହି ମୂଲ୍ୟରେ ପାଖାପାଖି ୨ ଟଙ୍କା ବୃଦ୍ଧି ହୋଇଛି। ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ଟଙ୍କା ୯୪ ପଇସା। ପ୍ରଥମରୁ ଏହା ୮ଟଙ୍କା ୮୨ ପଇସା ରହିଥିଲା। ଡିସେମ୍ବର ୧ତାରିଖରୁ ଏହି ନୂଆ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଲାଗୁ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କିଛି ଦିନ ପୂର୍ବେ ସରକାର ୧ ଟଙ୍କା ବୃଦ୍ଧି କରିଥିଲେ ସରକାର। ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି।
DGP Conference 2nd Day: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପୋଲିସ ମହାନିର୍ଦ୍ଦେଶକ ଏବଂ ପୋଲିସ ଆଇଜିଙ୍କ ୫୯ତମ ବାର୍ଷିକ ବୈଠକର ଦ୍ୱିତୀୟ ଦିବସ ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆଜି ଯୋଗ ଦେଇଛନ୍ତି। ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ଗୃହ ସଚିବ ଏବଂ ଅନ୍ୟ ପ୍ରମୁଖ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଛନ୍ତି। ଏଥିରେ ସାମିଲ୍ ହୋଇଛନ୍ତି ଭାରତର ବିଭିନ୍ନ ରାଜ୍ୟ ଓ ପୋଲିସବଳକୁ ନେତୃତ୍ୱ ଦେଉଥିବା ଦେଶର ଟପ୍ ୯୫ ଆଇପିଏସ୍।
Congress VS Bjp: ମୋଦି ଓ ଶାହଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସର ବିରୋଧ । ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ଅଭିଯୋଗ । ସେପଟେ ବିରୋଧକୁ କଡ଼ା ନିନ୍ଦା କଲା ବିଜେପି। ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଡିଜି ଓ ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବା ଗୌରବର ବିଷୟ ହୋଇଥିଲା ବେଳେ କଂଗ୍ରେସର ବିରୋଧ ଜନବିରୋଧୀ ବୋଲି ଦର୍ଶାଉଛି'।
Bhubaneswar Airport: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଏବେ ଭୁବନେଶ୍ବର ବିମାନବନ୍ଦରରୁ ଏକ ଅଜଣା ବ୍ୟାଗ୍ ଜବତ କରାଯାଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ଅଜଣା ବ୍ୟାଗ୍ ମିଳିବାରୁ ସତର୍କ ହୋଇଛି ପୋଲିସ। ଏବେ ବ୍ୟଗ୍ ଭିତରେ କ’ଣ ରହିଛି, ତାହାର ଯାଞ୍ଚ କରୁଛି ସିଆଇଏସଏଫର ଟିମ୍। ସେପଟେ ଦୀର୍ଘ ସମୟର ଯାଞ୍ଚ ପରେ ତାହା ଏକ ଯାତ୍ରୀଙ୍କର ହୋଇଥିବା ସୂଚନା ରହିଛି।
Nayagarh Crime News: ମେଡିକାଲ୍ରୁ ନବଜାତ ଚୋରି ଘଟଣାରେ ଟ୍ବିଷ୍ଟ୍ । ଚୋରି ଘଟଣାକୁ ଖଣ୍ଡନ କଲେ ରାଜସୁନାଖଳା CHC ଅଧୀକ୍ଷକ । ମେଡିକାଲରେ ମହିଳାଙ୍କ ପ୍ରସବ ହୋଇନଥିବା କହିଲେ ଅଧୀକ୍ଷକ। ‘ଏଠାରେ ପ୍ରସବ ଓ ପିଲା ଚୋରି କଥା ସମ୍ପୂର୍ଣ୍ଣ ମିଥ୍ୟା’ ସହ ‘OPD ଟିକେଟ ହିଁ କରି ନାହାନ୍ତି, କାହିଁକି ଏପରି କହୁଛନ୍ତି ଜାଣିନୁ’ ବୋଲି କହିଲେ ଅଧିକ୍ଷକ।
Road Accident: ମୟୂରଭଞ୍ଜ ରାଇରଙ୍ଗପୁର ୨୨୦ନଂ ଜାତୀୟ ରାଜପଥ ତିରିଂ ଅଞ୍ଚଳରେ ସିରିଜ ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରକ୍ ଦୁଇଟି ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Railway Station Fire: ଶନିବାର ପୂର୍ବାହ୍ନରେ ଉତ୍ତରପ୍ରଦେଶର ବାରଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ଗାଡି ପାର୍କିଂ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଅତି କମରେ ୨୦୦ଟି ଦୁଇ ଚକିଆ ଯାନରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ଏବଂ ପୋଲିସ ବିଭାଗର ଅଧିକାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।
Cyclone Fengal Update: ବଙ୍ଗୋପସାଗରରେ ସାଇକ୍ଲୋନ୍ ଫେଙ୍ଗାଲ୍ ତୀବ୍ର ହେବା ସହ ପୁଦୁଚେରୀ ନିକଟରେ ଅବତରଣ ଆଡକୁ ମୁହାଁଇଥିବାରୁ ତାମିଲନାଡୁ କର୍ତ୍ତୃପକ୍ଷ ଜରୁରୀ ପରାମର୍ଶ ବିଜ୍ଞପ୍ତି ଜାରି କରିଛନ୍ତି। ଏହାସହିତ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଆଜି ଅପରାହ୍ନରେ କରାଇକାଲ ଏବଂ ମହାବାଲିପୁରମ୍ ମଧ୍ୟରେ ଲ୍ୟାଣ୍ଡ୍ଫଲ କରିବାର ସମ୍ଭାବନା ଥିବାରୁ ତାମିଲନାଡୁର ଉତ୍ତର ଏବଂ ଡେଲଟା ଜିଲ୍ଲା ଏବଂ ପୁଦୁଚେରୀରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଏହାସହ ଚେନ୍ନାଇରୁ ବିମାନ ଉଡାଣ ଓ ଅବତରଣ ବନ୍ଦ କରାଯାଇଛି।
Gaza War Update: ମଧ୍ୟପ୍ରାଚ୍ୟରେ ଏବେ ବି ଥମିନି ଯୁଦ୍ଧ । ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଛି ଗାଜା ପଟି । ଏୟାର ଷ୍ଟ୍ରାଇକ୍ ଓ ବୋମାମାଡ଼ରେ ଅତି କମରେ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଲେବାନନ ସହ ଅସ୍ତ୍ରବିରାମ ଚୁକ୍ତି ପରେ ଏବେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ ସେନା । ରାତି ଅଧରେ ଆଇଡିଏଫ ପକ୍ଷରୁ କରାଯାଇଛି ଅପରେସନ ।
Boat Capsized: ଉତ୍ତର ନାଇଜେରିଆର ନାଇଜର ନଦୀରେ ଓଲଟିଲା ଡଙ୍ଗା । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି । ଡଙ୍ଗାରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନେ କୋଗୀ ରାଜ୍ୟରୁ ପଡ଼ୋଶୀ ରାଜ୍ୟ ନାଇଜରକୁ ଯାଉଥିଲେ । ମାତ୍ର ଅଧାବାଟରେ ଘଟିଥିଲା ଏପରି ଏକ ଅଘଟଣ ।