)
Top 10 News Today
Headlines 01- ୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ, "ଆମେ ଭାରତୀୟ ଦେଶ ଏବଂ ବିଦେଶରେ ଉତ୍ସାହର ସହିତ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛୁ। ଗଣତନ୍ତ୍ର ଦିବସର ଏହି ପବିତ୍ର ଅବସର ଆମକୁ ଆମ ଦେଶର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଅବସ୍ଥା ଏବଂ ଦିଗ ଉପରେ ପ୍ରତିଫଳିତ କରିବାର ସୁଯୋଗ ପ୍ରଦାନ କରେ।"
Headlines 02- ୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ୧୩୧ ପଦ୍ମ ପୁରସ୍କାର ତାଲିକାରେ ପାଞ୍ଚ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରଷ୍କାର ମିଳିବ। ପୁରସ୍କାରପ୍ରାପ୍ତଙ୍କ ମଧ୍ୟରୁ ୧୯ ଜଣ ମହିଳା ଅଛନ୍ତି ।
Headlines 03- ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ୪ ଓଡ଼ିଆଙ୍କୁ ମିଳିବାକୁ ଯାଉଛି ପଦ୍ମଶ୍ରୀ । ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ମିଳିବ ।
Headlines 04- ଘୋଷଣା ହୋଇଛି ରାଷ୍ଟ୍ରପତି ପୋଲିସ ସେବା ପଦକ । ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନିତ ହେବେ । ଓଡ଼ିଶାରୁ ଜଣେ CBI ଅଧିକାରୀ ସମ୍ମାନିତ ହେବେ । ଉଲ୍ଲେଖନୀୟ ସେବା ପାଇଁ CBI ଏଏସ୍ପି ବୈଦ୍ୟନାଥ ସାମଲଙ୍କୁ ପଦକ ମିଳିବ
Headlines 05- ବିଜେଡିକୁ କଡ଼ା କାଉଣ୍ଟର କରିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ କହି ତାଚ୍ଛଲ୍ୟ କରିବା ସହ ଏକଥା ମଧ୍ୟ କହିଛନ୍ତି ଯେ, BJD ମରିଯାଉଥିବା ଲୋକେ କହୁଛନ୍ତି, ସେମାନେ ବଞ୍ଚେଇବା ପାଇଁ ସୋ' କରୁଛନ୍ତି । ସେମାନେ ମରନ୍ତୁ ନାହିଁ ବଞ୍ଚିଥାନ୍ତୁ, ସାଲାଇନ ଦରକାର ହେଲେ ଦେବୁ । କୌଣସି ସଂଗଠିତ କ୍ରାଇମ୍ ଓଡ଼ିଶାରେ ନାହିଁ ମାଫିଆ ଥିଲେ ହେଲେ ଆଜି ନାହାନ୍ତି ।
Headlines 06- କେନ୍ଦୁଝର ଆନନ୍ଦପୁର ଅନ୍ତର୍ଗତ ନିଆଳିଝରଣ ଗାଁରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ ଆସିଛି । ଜମିବାଡ଼ି ବିବାଦରୁ ୩ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଝିଅ ଅଛନ୍ତି। ଘଷିପୁରା ଥାନାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।
Headlines 07- ଖଣ୍ଡଗିରି ଯାତ୍ରା କମିଟିମାନଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ ପୋଲିସ୍ । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କରାଯାଇଛି । କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣକୁ ନିଷିଦ୍ଧ କରାହୋଇଛି । ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବେ ।
Headlines 08- ପ୍ରଖ୍ୟାତ ସାମ୍ବାଦିକ ଏବଂ ଲେଖକ ମାର୍କ ଟୁଲିଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ମାର୍କ ଟୁଲିଙ୍କ ପରଲୋକ ହୋଇଛି । ବିବିସି ଇଣ୍ଡିଆର ବ୍ୟୁରୋ ଚିଫ୍ ଥିଲେ ଟୁଲି । ୨୦୦୫ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ ।
Headlines 09- ଆଜି ଓଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ଲିଭର ଜନିତ ରୋଗରେ ପୀଡିତ ଥାଇ ଏମ୍ସରେ ଚିକିତ୍ସାଧିନ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।
Headlines 10- ଖଣ୍ଡଗିରି ମେଳାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୋଟ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ଏସିପି ତାପସ ପ୍ରଧାନ । ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ମେଳା ଜଗିବେ' । 'ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ଼ ସ୍ଥାନରେ ପଇଁତରା ମାରିବେ' ।