Advertisement
Article Detail0/zeeodisha/odisha2752430
Zee OdishaTop 10 NewsTop 10 News: ଅମାନିଆ ପାକିସ୍ତାନ ଅସ୍ତ୍ରବିରତି ପରେ କଲା ଆକ୍ରମଣ ସହ ଅନ୍ୟ ଖବର

Top 10 News: ଅମାନିଆ ପାକିସ୍ତାନ ଅସ୍ତ୍ରବିରତି ପରେ କଲା ଆକ୍ରମଣ ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଅମାନିଆ ପାକିସ୍ତାନ ଅସ୍ତ୍ରବିରତି ପରେ କଲା ଆକ୍ରମଣ ସହ ଅନ୍ୟ ଖବର

Top 10 News Today

Headlines 01- ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି କରାଯାଇଥିବା କୁହାଯାଇଛି । ଉଭୟ 'ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି । ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ବୋଲି କୁହାଯାଇଛି । 

Headlines 02- US ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ  ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି ନେଇ ସୂଚନା ଦେଇଛନ୍ତି । ସେ ନିଜେ ଓ ଉପରାଷ୍ଟ୍ରପତି ଭାନ୍ସ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଛନ୍ତି । ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଥିବା କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ଆଲୋଚନା ହୋଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପାକ୍ ସେନା ମୁଖ୍ୟ ମୁନିରଙ୍କ ସହ ଆଲୋଚନା କରାଯାଇଛି ।

Add Zee News as a Preferred Source

Headlines 03- ଆଜି ରାତି ୮ଟା ୫୩ ମିନିଟ୍ ସମୟରେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଅସ୍ତ୍ରବିରତିର କଣ ହେଲା ? ଶ୍ରୀନଗରରେ ବିସ୍ଫୋରଣର ଶବ୍ଦ ଶୁଣାଗଲା । ଏକ ଭିଡିଓ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ ଆକ୍ରମର ହେଉଥିବାର ଦୃଶ୍ୟ ରହିଛି । ତେବେ ଏହାର ପ୍ରକୃତ ସତ୍ୟ କଣ ତାହା ସାମ୍ନାକୁ ଆସିନାହିଁ ।

Headlines 04- ଗୁଜୁରାଟର କଚ୍ଛରେ ପାକିସ୍ତାନୀ ଡ୍ରୋନ ଆକ୍ରମଣକୁ ପଣ୍ଡ କରାଯାଇଛି। ଗୁଜରାଟ ଗୃହମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଚ୍ଛ ଜିଲ୍ଲାରେ ଅନେକ ଡ୍ରୋନ୍ ଦେଖିବାକୁ ମିଳିଛି । ଏବେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯିବ। ଦୟାକରି ସୁରକ୍ଷିତ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ। ଅନ୍ୟପଟେ ଶୋପିଆନ, କୁଲଗାମ, ଅନନ୍ତନାଗରେ ମଧ୍ୟ ଡ୍ରୋନ ଦେଖାଯାଇଥିଲା। ସୁରକ୍ଷା ବାହିନୀ ଡ୍ରୋନ ଉପରେ ଗୁଳି ଚଳାଇଥିଲେ। ଭାରତ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ ରହିଛି। ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ବିଦ୍ୟୁତ୍ କାଟ କରାଯାଇଛି । ଶ୍ରୀନଗରର ବାରାମେର, ୟୁଆରଆଇରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ହୋଇଥିବା ସୂଚନା। 

Headlines 05- ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସମିଟରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଭାରତର କ୍ଷୟକ୍ଷତି ନେଇ ପାକିସ୍ତାନର ଦାବି ସଂପୂର୍ଣ୍ଣ ମିଛ । ପାକିସ୍ତାନରେ ମସଜିଦ୍ ଉପରେ ଆକ୍ରମଣ ଖବର ମଧ୍ୟ ମିଛ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ଧର୍ମାନୁଷ୍ଠାନକୁ ଟାର୍ଗେଟ କଥା ମିଛ । ପାକିସ୍ତାନ ଏୟାର ଡିଫେନ୍ସ ଓ ରାଡାର ସିଷ୍ଟମକୁ ଧ୍ବଂସ କରାଯାଇଛି । ଭାରତର ଅଖଣ୍ଡତା ବଜାୟ ରଖିବା ପାଇଁ ସେନା ପାଖରେ ପୂରା କ୍ଷମତା ରହିଛି । ଉତ୍ତେଜନା ସୃଷ୍ଟି ପାଇଁ ଆକ୍ରମଣ କରି ବଡ଼ କ୍ଷତି ସହିଛି ପାକିସ୍ତାନ, ଉଭୟ ସ୍ଥଳ ଓ ଆକାଶପଥରେ ବଡ଼ କ୍ଷତି ସହିଛି । ଏୟାରବେସ୍ ସ୍କର୍ଦୁ, ସର୍ଗୋଦା, ଜକୋବାବାଦ, ଭୋଲାରିରେ ବଡ଼ କ୍ଷତି ହୋଇଛି । LoCରେ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମରେ ବଡ଼ କ୍ଷତି ସାମ୍ନା କରିଛି ।

Headlines 06- ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତୀୟ ରେଳବାଇ ପକ୍ଷରୁ ନୂଆ ସୂଚନା ଜାରି କରାଯାଇଛି । ସୀମାନ୍ତ ଅଞ୍ଚଳରେ ରାତିରେ ଟ୍ରେନ ନ ଚଳାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ। ପାକିସ୍ତାନ ସଂଲଗ୍ନ ଜମ୍ମୁ ଏବଂ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ କରିବ ନାହିଁ। ରାଜସ୍ଥାନର ଜୈସଲମେର ରେଳ ଷ୍ଟେସନରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ସମୟରେ ଅମୃତସର, ବଠିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନ ଦେଇ ଯାଉଥିବା ଟ୍ରେନ୍ ଗୁଡ଼ିକର ସମୟସୂଚୀ ଏବେ ପୁନଃନିର୍ଦ୍ଧାରିତ ହେବ। ଏହି ସ୍ଥାନ ଗୁଡ଼ିକ ଦେଇ ଯାଉଥିବା ଟ୍ରେନଗୁଡ଼ିକର ସମୟସୂଚୀ ପୁନଃନିର୍ଦ୍ଧାରଣ କରାଯିବ ଏବଂ ସକାଳ ସମୟରେ ଚଳାଚଳ ହେବ । ସେହି ସମୟରେ, କମ ଦୂରତା ସମ୍ପନ୍ନ ଟ୍ରେନ ଗୁଡ଼ିକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୈସଲମେରରେ ହାଇ ରେଡ୍ ଆଲର୍ଟ ଜାରି କରାଯାଇଛି।

Headlines 07- ୫ ଷ୍ଟାର ଫିଲ୍ମ ଆୱାର୍ଡ ୨୦୨୫ ପାଇଁ ଓଲିଉଡର ଅନେକ କଳାକାର ସିଙ୍ଗାପୁର ଗସ୍ତରେ ଅଛନ୍ତି । ଏହି ଅବସରରେ କଳାକାରମାନେ ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳିଛି । ସିନେମା 'ଟିକେ ଟିକେ ଅଚିହ୍ନା ତୁ' ପାଇଁ ସ୍ୱରାଜ ଏବଂ ଭୂମିକାଙ୍କୁ ଶ୍ରେଷ୍ଠ ଯୋଡି ଭାବେ ପୁରସ୍କାର ମିଳିଛି । ସ୍ୱରାଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

Headlines 08- ଯାତ୍ରୀବାହୀ ବସ୍‌ ଓଲଟିବାରୁ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅସନା ପଞ୍ଚାୟତ ଚାଞ୍ଚଳା ପୋଲ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଭାରସାମ୍ୟ ହରାଇଥିବା କାରଣରୁ ବସ୍‌ ଦୁର୍ଘଟଣା ଘଟିଥିବା କୁହାଯାଉଛି।  ବସ୍‌ର ମାଲିକ ଗୁରୁତରମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ‌ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସ୍‌ଟି ଜାରିଟାଣ୍ଡିରୁ କରଞ୍ଜିଆକୁ ଯାଉଥିଲା।

Headlines 09- ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ଏବଂ ଅନ୍ୟାନ୍ୟ ବିମାନ ନିୟାମକମାନେ ଉତ୍ତର ଏବଂ ପଶ୍ଚିମ ଭାରତର ୩୨ ଟି ବିମାନବନ୍ଦରରେ ଅସ୍ଥାୟୀ ଭାବରେ ବନ୍ଦ କରିବା ସମ୍ପର୍କରେ ଘୋଷଣା କରି ଏକ ନୋଟିସ (NOTAM) ଜାରି କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛି । ବନ୍ଦ ହୋଇଥିବା ବିମାନବନ୍ଦର ଗୁଡ଼ିକ ମଧ୍ୟରେ ରହିଛି, ଜମ୍ମୁ କାଶ୍ମୀରର ଲଦାଖ, ଲେହ, ଥୋଏସ୍, ଜାମ୍ମୁ, ଶ୍ରୀନଗର, ଅବାଣ୍ଟିପୋରା ଏବଂ ପଞ୍ଜାବର ଆଦମପୁର, ଅମୃତସର, ବଥିଣ୍ଡା, ହାଲୱାରା, ଲୁଧିଆନା, ପଟିଆଲା, ପଠାଣକୋଟ, ହରିଆଣାର ଅମ୍ବାଲା, ହିମାଚଳ ପ୍ରଦେଶର ଶିମଲା, କୁଲୁ, ଗଗଲ, ଚଣ୍ଡିଗଡ଼ ବିମାନ ବନ୍ଦର ସମେତ ରାଜସ୍ଥାନର ବିକାନେର, ଜୈସଲମେର, କିଶାନଗଡ, ଉତ୍ତରଲାଇ, ଗୁଜରାଟର ଭୁଜ, ଜାମନଗର, କାଣ୍ଡଲା, କେଶୋଡ, ମୁଣ୍ଡ୍ରା, ପୋରବନ୍ଦର, ରାଜକୋଟ, ନାଲିଆ, ଉତ୍ତରପ୍ରଦେଶର ହିନ୍ଦନ ଏବଂ ସାହାରନପୁର ।

Headlines 10- ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ 40ଡ଼ିଗ୍ରୀ ଅତିକ୍ରମ କରିଛି ରାଜଧାନୀ ଭୁବନେଶ୍ୱରର ତାତି । ଆଜି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଗତବର୍ଷ ଅପ୍ରେଲ ୫ ରେ ୪୦ ଡ଼ିଗ୍ରୀ ଅତିକ୍ରମ କରିଥବା ବେଳେ ଏଥର ଏପ୍ରିଲ ୧୬ ରୁ ୧ମଇ ମଧ୍ୟରେ ୪୦ ଡ଼ିଗ୍ରୀରୁ ଅଧିକ ତାତି ରେକର୍ଡ ହୋଇଥିଲା ।

About the Author