)
Top 10 News Today
Headlines 01- ଆଜି ସନ୍ଧ୍ୟା ୬ଟା ୫୫ ସମୟରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ କାରରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ପ୍ରଚଣ୍ଡ ବିସ୍ଫୋରଣ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।
Headlines 02- ଦିଲ୍ଲୀ ବିସ୍ଫୋରଣରେ ମେଟ୍ରୋ ଷ୍ଟେସନର ଅନେକ କାଚ ଭାଙ୍ଗି ଯାଇଛି। ଜାତୀୟ ତଦନ୍ତ ସଂସ୍ଥା (NIA)ର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏବଂ ଫୋରେନସିକ୍ ଦଳ ବିସ୍ଫୋରଣ ସ୍ଥଳ ଯାଞ୍ଚ କରିଛନ୍ତି ଏବଂ ଆଖପାଖ ଅଞ୍ଚଳରୁ CCTV ଫୁଟେଜ୍ ସଂଗ୍ରହ କରୁଛନ୍ତି। ଘଟଣା ପରେ, କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏବଂ ଅଧିକାରୀମାନେ ନାଗରିକମାନଙ୍କୁ ଗୁଜବ ଏଡାଇବାକୁ ଏବଂ କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରିଛନ୍ତି।
Headlines 03- ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଓ IB ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ସୂଚନା ଦେଇ ଶାହ କହିଛନ୍ତି ଯେ, ସବୁ ଦିଗରୁ ତଦନ୍ତ କରାଯିବ ମୁଁ ନିଜେ ଘଟଣାସ୍ଥଳ ଓ ମେଡିକାଲ ଯାଉଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚ ମୁଖ୍ୟ ଘଟଣାସ୍ଥଳରେ ଅଛନ୍ତି ଏବଂ NSG ଓ NIAକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସିସିଟିଭି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
-ସ୍ଥିତି ବାବଦରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ
Headlines 04- ଦିଲ୍ଲୀ ବିସ୍ଫୋରଣ ପରେ ଦେଶର ଅନେକ ସ୍ଥାନ ହାଇଆଲର୍ଟରେ ରହିଛି । ଓଡ଼ିଶାର ପୁରୀରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି । ବେଳାଭୂମି, ସମୁଦ୍ରକୂଳ, ବଡ଼ଦାଣ୍ଡ,ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି । ହୀରାକୁଦ ଡ୍ୟାମ୍ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏନେଇ ସମ୍ବଲପୁର ଏସ୍ପିଙ୍କ ସୂଚନା ଦେଇଛନ୍ତି । ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି ।
Headlines 05- ଓଡ଼ିଶା ଗସ୍ତରେ ଆସି କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଦଳର ବରିଷ୍ଠ ନେତା କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଧରପୁର ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶିବରାଜ ସିଂ ଚୌହାନ । ଏହି ଅବସରରେ ନିଜର ଅଭିଭାଷଣ ରଖି ଚାଷୀଙ୍କୁ ସ୍ବାବଲମ୍ବୀ ଏବଂ ଜାତୀୟ କୃଷି ମିଶନକୁ ନେଇ ଗୁରୁତ୍ବାରୋପ ପ୍ରକାଶ କରିଥିଲେ ।
Headlines 06- ଭେଟେରାନ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ହଠାତ ଗୁରୁତର ହୋଇଛି। ତାଙ୍କୁ ଗତ ସପ୍ତାହରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ କିଛି ଦିନ ଧରି ଆଇସିୟୁରେ ଥିଲେ ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଯାଇଥିଲା, ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।
Headlines 07- ରାତି ପାହଲେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେବ । ୨୦୨୪ରେ ଏଠାରୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ ହେଉଛି। ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ଦୁର୍ଗମ ସ୍ଥାନକୁ ହେଲିକପ୍ଟରରେ ଯାଇଛନ୍ତି ପୋଲିଂ ଟିମ୍ । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥ୍ରେ ପହଞ୍ଚିଛନ୍ତି ପୋଲିଂ ଟିମ୍।
Headlines 08- ଆସନ୍ତା ୨୭ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇପାରେ। ଏ ନେଇ ରାଜ୍ୟ ବିଧାନସଭା ପକ୍ଷରୁ ରାଜ୍ୟପାଳଙ୍କ ଅନୁମୋଦନ ମଗାଯାଇଥିବା ସୂଚନା ମିଳିଛି। ଏହି ଅଧିବେଶନରେରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Headlines 09- ଦିଲ୍ଲୀ ବିସ୍ଫୋରଣ ପରେ ଭୁବନେଶ୍ବରରେମଧ୍ୟ ହାଇଆଲର୍ଟ ଜାରି କରାଯାଇଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସମସ୍ତ ହୋଟେଲ୍ରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।
Headlines 10- ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ନେଇ CEO ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାଲି ସାଢ଼େ ୫ରୁ ମକ୍ ପୋଲ୍ ଆରମ୍ଭ ହେବ ଏବଂ ତାପରେ ୭ଟାରୁ ଆରମ୍ଭ ହେବ ମତଦାନ । ସୁନାବେଡ଼ାର ୮ଟି ବୁଥ୍ରେ ଅପରାହ୍ନ ୪ଟାରେ ସରିବ ମତଦାନ ଏବଂ ଅନ୍ୟ ବୁଥ୍ମାନଙ୍କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ସମୟ ସରିବା ପୂର୍ବରୁ ଯେଉଁମାନେ ଧାଡ଼ିରେ ଥିବେ ଭୋଟ୍ ଦେଇପାରିବେ । EVM ତ୍ରୁଟି ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ରିଜର୍ଭ ରୁମ୍ରୁ ଆସିବ ବୋଲି କୁହାଯାଇଛି ।