Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନତା ମୈଦାନରେ ରାଜ୍ୟ ସରକାରଙ୍କ ୧ ବର୍ଷ ପୂରଣ ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୋଦୀ କହିଥିଲେ ଯେ, ଆଜି ୨୦ ଜୁନର ଏହି ଦିନ ଅତ୍ୟନ୍ତ ବିଶେଷ । ଆଜି ଓଡ଼ିଶାର ପ୍ରଥମ ବିଜେପି ସରକାର ସଫଳତାର ସହ ଏକ ବର୍ଷ ପୂରଣ କରିଛି । ଏହି ବର୍ଷଟି କେବଳ ସରକାରର ନୁହେଁ ଏହା ସୁଶାସନର ବର୍ଷ । ୧ ବର୍ଷ ଜନସେବା ଏବଂ ଜନ ବିଶ୍ୱାସକୁ ସମର୍ପିତ । ଏହା ଓଡ଼ିଶାର କୋଟି କୋଟି ମତଦାତାଙ୍କ ପାଇଁ ଭଲ ବର୍ଷ । ମୁଁ ଆପଣମାନଙ୍କୁ ହୃଦୟରୁ ଅଭିନନ୍ଦନ କରୁଛି । ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ପୂରା ଟିମ୍ କୁ ଶୁଭେଚ୍ଛା ଦେଉଛି । ଆପଣମାନେ ପ୍ରଶଂସକନୀୟ କାର୍ଯ୍ୟ କରି ଓଡ଼ିଶାକୁ ଏକ ନୂଆ ଗତି ଦେଇଛନ୍ତି ।
Headlines 02- କଂଗ୍ରେସକୁ ଟାର୍ଗେଟ୍ କରି ମୋଦୀ କହିଥିଲେ ଯେ, କଂଗ୍ରେସ ସମୟରେ ଅନେକ ଦୁର୍ନିତୀ ହୋଇଥିଲା । ଦୁର୍ନିତୀ କରିବା କଂଗ୍ରେସର ପରିଚୟ ଥିଲା । କିଛି ବର୍ଷ ହେବ ସମସ୍ତେ ବିଜେପିର କାର୍ଯ୍ୟ ଦେଖୁଛନ୍ତି । ଦେଶର ଅନେକ ରାଜ୍ୟରେ ପ୍ରଥମଥର ବିଜେପି ସରକାର ଆସିବା ପରେ ଅନେକ ନୂଆ ଘଟିଛି । ନିର୍ବାଚନ ସମୟରେ ଯେଉଁ ପ୍ରତିଶୃତି ଆମେ ଲୋକଙ୍କୁ ଦେଇଥିଲୁ ତାହା ଆମେ ପାଳନ କରୁଛୁ । ଓଡ଼ିଶାରେ ଅନେକ ସଂଖ୍ୟାରେ ଜନଜାତି ସମାଜ ରହୁଛନ୍ତି । କିନ୍ତୁ ଅତୀତରେ ଆଦିବାସୀ ଲୋକଙ୍କୁ ଅବହେଳିତ କରାଯାଇଥିଲା । ଲମ୍ୱା ସମୟ ପର୍ଯ୍ୟନ୍ତ ଯେଉଁ ଦଳ ଏଠାରେ ରହିଥିଲା ସେମାନେ ଆଦିବାସୀଙ୍କୁ ନିଜ ଦଳ ପାଇଁ ବ୍ୟବହାର କରୁଥିଲେ । ସେମାନଙ୍କୁ ନିଜର ପ୍ରାପ୍ୟ ମିଳୁନଥିଲା । ଆଦିବାସୀ କ୍ଷେତ୍ରକୁ ରେଡ୍ କରିଡର ନାମରେ ବଦନାମ କରାଯାଇଥିଲା । ଗୋଟିଏ ବର୍ଷ ମଧ୍ୟରେ ଆମେ ଆଦିବାସୀ ସମାଜକୁ ବିକାଶର ରାସ୍ତାରେ ନେବାକୁ ଚେଷ୍ଟା କରିଛୁ ।
Headlines 03- ପ୍ରଧାନମନ୍ତ୍ରୀ ଆଜି ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏଥିରେ କୃଷି ବିଭାଗର ଦୁଇଟି ପ୍ରକଳ୍ପ-୧୪୩ କୋଟି ଟଙ୍କା, ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଗୋଟିଏ ପ୍ରକଳ୍ପ-୩୨ କୋଟି ଟଙ୍କା, ଜଳ ସମ୍ପଦ ଓ ପାନୀୟ ଜଳ ପାଇଁ ୧୯ଟି ପ୍ରକଳ୍ପ-୨୫୫୩ କୋଟି ଟଙ୍କା, ଶକ୍ତି କ୍ଷେତ୍ରରେ ୨୩ଟି ପ୍ରକଳ୍ପ-୮୦୮୩ କୋଟି ଟଙ୍କା, ସଡକ ଓ ସେତୁ ପାଇଁ ୨୨ଟି ପ୍ରକଳ୍ପ-୧୬୧୬ କୋଟି ଟଙ୍କା, ସହରାଞ୍ଚଳ ଭିତ୍ତିଭୂମି ପାଇଁ ୨୫ଟି ପ୍ରକଳ୍ପ-୧୮୫୮ କୋଟି ଟଙ୍କା, ରେଳ କ୍ଷେତ୍ରରେ ୭ଟି ପ୍ରକଳ୍ପ-୨୭୫୬ କୋଟି ଟଙ୍କା, ଜାତୀୟ ରାଜପଥ ୪ଟି ପ୍ରକଳ୍ପ-୧୪୩୨ କୋଟି ଟଙ୍କା , ବନ୍ଦର କ୍ଷେତ୍ରରେ ଗୋଟିଏ ପ୍ରକଳ୍ପ-୫୬ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଗୋଟିଏ ପ୍ରକଳ୍ପ-୧୨୩ କୋଟି ଟଙ୍କା, ଏହିପରି ସମୁଦାୟ ୧୮,୬୫୩ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।
Headlines 04- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ଯେ, ବର୍ଷା ପୂର୍ବରୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାରେ ସରକାର ଶପଥ ଗ୍ରହଣ କରିଥିଲେ। ଆଜି ଏକ ବର୍ଷ୍ ପୂର୍ତ୍ତିରେ ଆପଣ ଉପସ୍ଥିତ। ଏହା ଆପଣଙ୍କ ଓଡ଼ିଶା ପ୍ରତି ସ୍ନେହ ଓ ଭଲ ପାଇବାର ନିଦର୍ଶନ। ଆପଣଙ୍କ ହାତରେ ଦେଶ ସୁରକ୍ଷିତ । ଅପରେସନ୍ ସିନ୍ଦୂର ସହିତ ଏକ ନୂଆ ଭାରତର ଅଭ୍ୟତ୍ଥାଣନ ହୋଇଛି। ଆଗରୁ ଦେଶ କହୁଥିଲେ ମୋଦୀ ହୈ ତୋ ମୁମ୍କିନ୍ ହୈ। ଆଜି ଦେଶ କହୁଛି ମୋଦି ହେୈ ତୋ ଦେଶ ସୁରକ୍ଷିତ ହୈ। ଆପଣଙ୍କ ନେତୃତ୍ୱରେ ଦେଶ ବଦଳୁଛି। ପରିବର୍ତ୍ତନ ମାର୍ଗରେ ଯାଉଛି। ଆପଣଙ୍କ ଦ୍ୱାଦରା ରେଖାଙ୍କିତ ଗରିବ, ଅନ୍ନଦାତା, ମହିଳା ଓ ଯୁବକଙ୍କ ପାଇଁ ଆମ କାର୍ଯ୍ୟକ୍ରମ ସମର୍ପିତ। ଆମେ ଅନେକ ସଫଳତା ହାସଲ କରିଛୁ। ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହି ବର୍ଷକରେ ମୁଁ ସମସ୍ତ ଜିଲ୍ଲାକୁ ଗସ୍ତ କରିଛି। ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହୋଇଛି। ସାଂସ୍କୃତି ସ୍ୱଏତନ୍ତ୍ରତା ସହ ପରିଚିତ ହୋଇଚି। ବର୍ଷକର ରିପୋର୍ଟ କାର୍ଡ ଦେଇଛି।
Headlines 05- ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ୬୭ ବର୍ଷ ଜନ୍ମଦିନ ଅବସରରେ ଉତ୍ତରାଖଣ୍ଡ ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦ ଏମପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲଟି ଅନୁଷ୍ଠାନରେ ରାଷ୍ଟ୍ରପତିଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Headlines 06- ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ । ଜଳେଶ୍ବର ରାଜଘାଟରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬ ମି ଥିବା ସମୟରେ ସଂଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୦.୮୮ ମି. ହୋଇଛି । ଫଳରେ ବାଲିଆପାଳର କୁଦମାନସିଂହ ଓ ଭୋଗରାଇର ଖଣାବାଡ଼ ଗାଁର କିଛି ସ୍ଥାନରେ ପାଣି ପଶିଛି ।
Headlines 07- ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି IAS ଧିମନ ଚକମା । ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଜାମିନ ଖାରଜ ହେବାପରେ ଚକମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଲାଞ୍ଚ ନେବା ମାମଲାରେ ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଚକମା । ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଚକମା ୧୦ ଲକ୍ଷ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଗିରଫ ହୋଇ ଜେଲ୍ ଯିବା ପରେ ଚକମା ନିଲମ୍ୱିତ ହୋଇଥିଲେ ।
Headlines 08- IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି କାରଣ ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ ହୋଇଯାଇଛି । ପୂର୍ବରୁ ଓଡ଼ିଶା ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲାଞ୍ଚ ମାମଲାରେ ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ବାସଭବନରେ ରେଡ୍ CBI ପକ୍ଷରୁ ରେଡ୍ କରାଯାଇଥିଲା । CBI ରେଡ୍କୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଷ୍ଣୁପଦ ସେଠୀ । ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ଏଥିସହ ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଥିଲେ ହାଇକୋର୍ଟ । ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଛି ।
Headlines 09- ହେଡିଂଲି ଟେଷ୍ଟରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ଓପନର ଜୟସ୍ବାଲ । ୧୫୪ ବଲରୁ ୧୬ ଚୌକା ଓ ଗୋଟିଏ ଛକା ମାରି ସେ ଏହି ଶତକ ହାତେଇଛନ୍ତି । ଟେଷ୍ଟ କ୍ୟାରିଅରର ପଞ୍ଚମ ଶତକ ହାସଲ କରିଛିନ୍ତି ଜୟସ୍ୱାଲ । ଡେବ୍ୟୁରେ ସାଇ ସୁଦର୍ଶନ ଡକ୍ ଆଉଟ୍ ହୋଇଥିଲେ ଏବଂ ଗିଲ୍ଙ୍କ ଅର୍ଦ୍ଧଶତକ ହାସଲ କରିଥିଲେ ।
Headlines 10- ଆଜି ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ ନବୀନ ନିବାସରେ ପହଁଚିଥିଲେ । ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା ପ୍ରମୁଖ ନବୀନ ନିବାସକୁ ଯାଇଥିଲେ । ଏହାସହ ବିମାନ ବନ୍ଦରର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଶହ ଶହ ଲୋକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଜୟ ଜଗନ୍ନାଥ ଜୟ ନବୀନ ନାରା ଦେଇଛନ୍ତି।