Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- SIT ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା କାରଣରୁ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ଅଡୁଆ ବଢ଼ିଛି । ଆର୍ମି ଅଫିସର ସୋଫିଆ କ୍ୟୁରେସିଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଅଡୁଆରେ ପଡିଛନ୍ତି ମନ୍ତ୍ରୀ । କ୍ଷମା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ୩ IPS ଅଫିସରଙ୍କୁ ନେଇ SIT ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Headlines 02- ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼ ଚାଲିଛି । STFକୁ ନୋଡାଲ୍ ଏଜେନ୍ସି ଦାୟିତ୍ବ ନେଇ DIG ପିନାକ ମିଶ୍ର ସୂଚନା ଦେଇଛନ୍ତି । ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ, ସବୁ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ତଟବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଏବଂ ଜଗତସିଂହପୁର, ପୁରୀ, ଗଞ୍ଜାମରେ ବି ଚିହ୍ନଟ ନେଇ ଧରପଗଡ଼ ଚାଲିଛି । ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ।
Headlines 03- ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ୍ ପାଇବେ । ଏନେଇ ରାୟ ଶୁଣାଇଛନ୍ତି CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂର୍ଣ୍ଣ ପେନସନ୍ । ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ମଧ୍ୟ ପୂର୍ଣ୍ଣ ପେନସନ୍ ପାଇବେ । ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍ ପାର୍ଥକ୍ୟ ମନା ବୋଲି ଦର୍ଶାଯାଇଛି ।
Headlines 04- ପୋଲାଭରମ୍ ପ୍ରକଳ୍ପ ବିବାଦ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମେ' ୨୮ ତାରିଖରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
Headlines 05- ବରଗଡ଼ରେ ନାବାଳିକା ଦୁଷ୍କର୍ମୀ ବାପାକୁ ଆଜୀବନ ସଜା ମିଳିଛି । ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟ । ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ DLSAକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦ ମସିହାରେ ବରଗଡ଼ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।
Headlines 06- ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେବ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ । ଏକ ବର୍ଷ ଭିତରେ ଶିକ୍ଷାରେ ସଂସ୍କାର ନେଇ ରିପୋର୍ଟ କାର୍ଡ ଆସିବ ଏବଂ ସରକାର ଆଣିଥିବା ଯୋଜନା ବାବଦରେ ଅବଗତ କରାଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
Headlines 07- ରଥ ଖଳାରେ ଆଜି ଚକ ଡେରା ନୀତି । ରଥ ଖଳାରେ ଦୁଇଟି ନାହାକ ଚକ ସହ କରାଯିବ ଅଖ ସଂଯୋଗ । ସେଥିପାଇଁ ଆସିଛି ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିଛି । ପରମ୍ପରା ମୁତାବକ ଭଉଁରୀ ତିଥିରେ ଦୁଇ ଦୁଇଟି ନାହାକା ଚକରେ ଅଖ ସଂଯୋଗ କରାଯିବାର ବିଧି ରହିଛି।
Headlines 08- ବେଙ୍ଗାଲୁରୁରେ ପ୍ରବଳ ବର୍ଷା ପରେ ସହରର ଖାଲୁଆ ଅଞ୍ଚଳ ଗୁଡିକରେ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମିଥିବାରୁ ଯାତାୟାତରେ ବାଧା ଉପୁଜିଛି । ଖାଲୁଆ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ରେସ୍କ୍ୟୁ ଟିମ୍ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ସହରବାସୀ ।
Headlines 09- କଟକ ଖାନନଗର ବ୍ରିଜ୍ ଟ୍ରାଜେଡିର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ଦିନେ ଦୁଇ ଦିନ ଭିତରେ କମିଟି ସରକାରଙ୍କୁ ରିପୋର୍ଟ ଦେବେ ଏବଂ ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Headlines 10- ଜମ୍ମୁ କାଶ୍ମୀରରୁ ୨ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି । ସୋପିଆନ୍ ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୨ ଟି ପିସ୍ତଲ, ୪ ଟି ଗ୍ରେନେଡ୍ , ୪୩ ଅଫୁଟା ଗୁଳି ଜବତ ହୋଇଥିବା ସୂଚନା ମିଳିଛି ।