Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର
Trending Photos
)
Top 10 News Today
Headlines 01- ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଷ୍ଟାରମର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଉଭୟ ଦେଶର ବାଣିଜ୍ୟ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ମୁମ୍ବାଇରେ ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ।
Headlines 02- ଉପନିର୍ବାଚନ ପୂର୍ବରୁ ପ୍ରକାଶ ପାଇଛି ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କରିଛନ୍ତି ଜିଲ୍ଲାପାଳ । ନୂଆପଡ଼ାରେ ମୋଟ୍ ଭୋଟର ୨ ଲକ୍ଷ ୫୩ ହଜାର ୬୨୪ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୨୪ ହଜାର ୧୦୮ ଏବଂ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ । ବରିଷ୍ଠ ନାଗରିକ ଭୋଟର ୧୭୮୬ ଥିବା ସମୟରେ ଯୁବ ଭୋଟର ସଂଖ୍ୟା ୯୪୨୯ ଏବଂ ଭିନ୍ନକ୍ଷମ ଭୋଟର ସଂଖ୍ୟା ୩୯୮୮ ।
Headlines 03- ଅକ୍ଟୋବର ୧୧ରେ ଭୁବନେଶ୍ୱର ପାଣ୍ଡରାରେ ଫିସ୍ ମାର୍କେଟର ଶିଳାନ୍ୟାସ ହେବ । ଭିଡିଓ କନଫରେନ୍ସରେ ଫିସ୍ ମାର୍କେଟ୍ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ନିର୍ମାଣ ହେବ ଏହି ଫିସ୍ ମାର୍କେଟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
Headlines 04- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା କଟକ ସମ୍ପର୍କିତ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମମତା ନିଜ କଥା ବୁଝନ୍ତୁ ବୋଲି ସେ କହିଛନ୍ତି । କଟକରେ ଯାହା ଘଟିଥିଲା ସେଟା ଗୋଟେ ଦୁର୍ଘଟଣା । ଓଡ଼ିଶାରେ ଯେତେବେଳେ ଵି ହିଂସା ହୋଇଛି, ସରକାର ସଠିକ ମୁକାବିଲା କରିଛନ୍ତି । ପଶ୍ଚିମବଙ୍ଗରେ କଣ ଘଟୁଛି ଠିକ୍ ଢଙ୍ଗରେ ଦେଖିଲେ ବିଫଳତା ଦେଖିପାରିବେ । ଓଡ଼ିଶାକୁ ବଦନାମ କରିବାକୁ ମମତା ଉଦ୍ୟମ କରୁଛନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି ।
Headlines 05- ବର୍ଷା କାରଣରୁ ଭୁବନେଶ୍ୱରର ଅନେକ ସ୍ଥାନରେ ପାଣି ଜମିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ଷାର ପରିମାଣ ଅଧିକ ଥିବାରୁ ରାଜଧାନୀରେ କୃତ୍ରିମ ବନ୍ୟା ସ୍ଥିତି ଉପୁଜିଛି । ଭୁବନେଶ୍ଵର ଡ୍ରେନେଜ୍ ସିଷ୍ଟମରେ ତ୍ରୁଟି ରହିଛି ଏବଂ ସେଥିରେ ସୁଧାର ଅଣାଯାଉଛି । ଭୁବନେଶ୍ଵରରେ ଆଇଆଇଟି ରୁର୍କୀ ମାଷ୍ଟର ପ୍ଲାନ୍ କରୁଛି । ଖୁବ୍ ଶୀଘ୍ର DPR ଦେବ ଏବଂ ତାପରେ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
Headlines 06- କଟକ ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ୬ ଗିରଫ ହୋଇଥିଲେ ଏବଂ ଆଜି ଆଉ ୩ ଗିରଫ ହୋଇଛନ୍ତି ବୋଲି ଏସିପି କହିଛନ୍ତି । ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ କମିଶନରେଟ୍ ପୋଲିସ ଯାଞ୍ଚ କରୁଛି । ୨ ACP, ୩ IICଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘର ଘର ବୁଲି କେନ୍ଦ୍ରୀୟ ଫୋର୍ସ ସହ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ ।
Headlines 07- ଭୁବନେଶ୍ବର ଲୋୟର ପିଏମ୍ଜିରେ ଯୁବ କଂଗ୍ରେସ ପ୍ରତାରଣା ପ୍ରତିବାଦ ସମାବେଶ କରିଛି । ସମାବେଶ ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । କଂଗ୍ରେସ କର୍ମୀ ଉତ୍ୟକ୍ତ ହୋଇ ବ୍ୟାରିକେଡ୍ ଭାଙ୍ଗିଛନ୍ତି । ଚାକିରି ଚୋରି ଅଭିଯୋଗ ଆଣି ହଲାବୋଲ୍ କରିଛନ୍ତି କଂଗ୍ରେସ କର୍ମୀ ।
Headlines 08- OPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁଙ୍କୁ ବଦଳି କରାଯାଇ ତାଳଚେର ଅତିରିକ୍ତ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି । ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍ପି ଦାୟିତ୍ୱ ମିଳିଛି । ମୋଟ୍ ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Headlines 09- କଟକ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍ ନଂ ଜାରି କରିଛନ୍ତି ଡିସିପି । ମୋବାଇଲ୍ ନଂ ୭୩୨୮୦୭୭୩୨୪ ଏବଂ ୮୪୮୦୫୧୩୦୦୭ ମାଧ୍ୟମରେ ଜନସାଧାରଣ ପୋଲିସକୁ ସୂଚନା ଦେବାପାଇଁ ପରାମର୍ଶ ଦିଆଯାଇଛି । ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ କୁହାଯାଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଛି ପୋଲିସ୍ ।
Headlines 10- ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଜି ଯାଏଁ ଏହା ସକ୍ରିୟ ରହିବା ସହ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ତେବେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହିପରି ପ୍ରଭାବ । ଏଥିସହ ଆସନ୍ତାକାଲି ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।