)
Top 10 News Today
Headlines 01- ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜି-୨୦ ଶିଖର ସମ୍ମିଳନୀ ପାଇଁ ଏହି ଗସ୍ତରେ ନିଆରା ଭାବେ ସ୍ବାଗତ କରାଯାଇଛି ମୋଦୀଙ୍କୁ । ସମ୍ୱଲପୁରୀ ନୃତ୍ୟ ପରିବେଷଣ ସହ ପ୍ରଧାନମନ୍ତ୍ରୀଙ୍କୁ ସମ୍ମିଳନୀ ଭିତରକୁ ସ୍ବାଗତ କରାଯାଇଥିଲା।
Headlines 02- ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ କାରଣରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଘରୋଇ କାର୍ଯ୍ୟାଳୟରେ ୫୦% କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ କାମ କରିବାକୁ କୁହାଯାଇଥିବା ସମୟରେ ବାକି ୫୦% କର୍ମଚାରୀ ଘରୁ କାମ କରିବେ। ରାସ୍ତାରେ ଯାନବାହାନ ସଂଖ୍ୟା ହ୍ରାସ କରିବା, ଟ୍ରାଫିକ ଭିଡ଼ ହ୍ରାସ କରିବା ଏବଂ ପ୍ରଦୂଷଣ ସ୍ତର ନିୟନ୍ତ୍ରଣକୁ ଆଣିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।
Headlines 03- ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଆରମ୍ଭ ହୋଇଛି । ଘଟଣାକୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ସରକାରରେ ମା'ମାନେ ସବୁଠୁ ଅସୁରକ୍ଷିତ ହୋଇପଡିଛନ୍ତି ଏବଂ ବିକାଶ ଠପ୍ ହୋଇଛି ବୋଲି ନବୀନ କହିଛନ୍ତି ।
Headlines 04- ପୁଣି ଇତିହାସ ରଚିଛନ୍ତି ଭାରତୀୟ ମହିଳା। ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ T-20 ବିଶ୍ବକପରେ ଚାମ୍ପିଅନ୍ ହୋଇଛି ଭାରତ। କଲୋମ୍ବୋରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ୭ ୱିକେଟରେ ନେପାଳକୁ ହରାଇବା ସହ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ।
Headlines 05- ବାଂଲାଦେଶୀ ଲିଙ୍କ୍ ଘଟଣାରେ ଜଗତସିଂହପୁର ପୋଲିସ କବ୍ଜାରେ ୫ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତା’ର ଭାଇ ଅବଦୁଲ ମୁତାଲିଫ ଖାନ , ଦୁଇ ଭଉଣୀଙ୍କ ସହ ମୋଟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ଘଟଣାର ଖାନ୍ତଲାସୀ ଚାଲିଛି । BNSର ବିଭିନ୍ନ ଦଫାରେ ମାମଲା ରୁଜୁ ପରେ ବିଚାର ବିଭାଗୀୟ ହାଜତ ଯାଇଛନ୍ତି । ହତ୍ୟା ଉଦ୍ୟମ କରିବା, ମାନବ ଚାଲାଣ ପରି ସଙ୍ଗୀନ ଦଫାରେ ମାମଲା ହୋଇଛି । ରିମାଣ୍ଡରେ ଆଣିବାକୁ ଜଗତସିଂହପୁର ପୋଲିସ ଆବେଦନ କରିବ ବୋଲି ଜଣାପଡିଛି ।
Headlines 06- ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ପ୍ରଶ୍ନ ପଚରା ଯିବାରୁ ଏଭଳି ମୁଁ କହିଥିଲି ହେଲେ ମୋର ମନ୍ତବ୍ୟକୁ ଘାଣ୍ଟି ଚକଟି ଭିନ୍ନ ଭାବରେ ଚିତ୍ରଣ କରାଯାଉଛି । ଵିଭୀଷଣ ଭଗବାନଙ୍କ ଶରଣରେ ଥିଲେ ତେଣୁ ମୁଁ କଥା ଛଳରେ କହିଥିଲି । ଏ ସମୟରେ ଅଯଥା ବାଦ ବିବାଦ କରନ୍ତୁ ନାହିଁ । ମୋ ବିରୋଧରେ ସୀମା ବାହାରେ ଅପପ୍ରଚାର କରାଯାଉଛି ହେଲେ ମୋର କିଛି ହେବ ନାହିଁ ।
Headlines 07- ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକ ନିକଟରେ ସାରସକଣା ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ୍ ଆରୋହୀଙ୍କ ସହ ମୁହାଁମୁହିଁ ଧକ୍କା ହେବା କାରଣରୁ ବାଇକ୍ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଇକ୍ ଆରୋହୀ ରଙ୍ଗ ରୁଟ୍ରେ ଆସିବାରୁ ଦୁର୍ଘଟଣା ଘଟିଲା ।
Headlines 08- ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳାଳି ଘୋଷଣା କରାଯାଇଛି । କେ.ଏଲ୍ ରାହୁଲ୍ଙ୍କ ନେତୃତ୍ବରେ ଦିନିକିଆ ସିରିଜ ଖେଳିବାକୁ ଯାଉଛି ଭାରତ । ଆହତ କାରଣରୁ ବାଦ୍ ପଡ଼ିଥିବା ଶୁବମନ ଗିଲ୍ଙ୍କ ସ୍ଥାନରେ ନେତୃତ୍ବ ନେବେ କେ.ଏଲ୍ ରାହୁଲ୍ । ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଯଶ୍ବସୀ ଜୟସ୍ବାଲ, କୋହଲି, ତିଲକ, ପନ୍ତ, ୱାଶିଂଟନ୍, ଜାଡେଜା, କୁଲଦୀପ, ନୀତିଶ, ହର୍ଷିତ, ରିତୁରାଜ, ପ୍ରସିଦ୍ଧ, ଅର୍ଶଦୀପ, ଜୁରେଲ୍ ଦଳରେ ସାମିଲ୍ ଅଛନ୍ତି ।
Headlines 09- ୨୫-୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ହେବାର ଆଶଙ୍କା କରାଯାଉଛି । ଆନ୍ଧ୍ରପ୍ରଦେଶରୁ ମିଆଁମାର ମଧ୍ୟରେ କୌଣସି ଅଞ୍ଚଳକୁ ମଧ୍ୟ ମୁହାଁଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ। ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ ।
Headlines 10- ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବିଭାଗ ସତର୍କ ଅଛି ଓ ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ । ପ୍ରଥମେ ତାମିଲନାଡୁ, ଆନ୍ଧ୍ର ଓ ପରେ ଓଡ଼ିଶାରେ ପ୍ରଭାବ ସମ୍ଭାବନା ରହିଛି । ୨୪ ତାରିଖ ବେଳକୁ ଅଧିକ ସ୍ପଷ୍ଟତା ଆସିପାରିବ ବୋଲି ସୁରେଶ ପୂଜାରୀ କହିଛନ୍ତି