)
Top 10 News Today
Headlines 01- ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ଅନେକ ଅଧିକାରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ପରେ କଡା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରି ସିଧା ରାଜଭବନ ପହଞ୍ଚିଥିଲେ । ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ।
Headlines 02- ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀଙ୍କୁ ୨୧ ବର୍ଷ ଜେଲ୍ ଦଣ୍ଡାଦେଶ । ଏକ ପ୍ରକଳ୍ପରେ ଦୁର୍ନୀତି ନେଇ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୩ଟି ପୃଥକ ପୃଥକ ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡାଦେଶ ହୋଇଥିବା ସୂଚନା । ପୂର୍ବରୁ ନରସଂହାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ କରିଥିଲେ ଅନ୍ୟ ଏକ କୋର୍ଟ ।
Headlines 03- ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଛି। ଆଜି ବିଧାନସଭା ସଦନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ । ଶୀତକାଳୀନ ଅଧିବେଶନ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧ ମିନିଟ୍ର ନିରବ ପ୍ରାର୍ଥନା ପରେ ସାଢ଼େ ୪ ଯାଏଁ ଗୃହ ମୁଲତବି କରାଯାଇଛି ।
Headlines 04- ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପ । ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ-୧ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନ୍ଫରେନ୍ସ ଜରିଆରେ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ହାଇଦ୍ରାବାଦର ସ୍ପେଶ୍ ଷ୍ଟାର୍ଟଅପ୍ ଫାର୍ମ ସ୍କାଏରୁଟ୍ ତିଆରି କରିଛି ବିକ୍ରମ-୧ ।
Headlines 05- ସ୍କୁଲ୍ ଶିକ୍ଷକଙ୍କ ବଦଳି ନୀତି କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଲାଗିଛି ବଡ଼ ଝଟକା। କୌଣସି ମୁହୂର୍ତ୍ତରେ ବି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଆଦେଶ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ବିଧାୟକ ଓ ସାଂସଦଙ୍କ ସୁପାରିଶରେ ବଦଳି ହୋଇଥିବା ଶିକ୍ଷକମାନଙ୍କୁ ପୁଣିଥରେ ନିଜ ସ୍ଥାନକୁ ଫେରିବାକୁ ହେବ। ଶିକ୍ଷକଙ୍କ ପ୍ରଶାସନରେ ରାଜନୀତିକ ହସ୍ତକ୍ଷେପକୁ ନାପସନ୍ଦ କରି ଓଡ଼ିଶା ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହାସହ ରାଜ୍ୟ ସରକାର ଏ ବାବଦରେ ଦେଇଥିବା ଚିଠିକୁ କୋର୍ଟ ବାତିଲ କରିଛନ୍ତି।
Headlines 06- ଆସନ୍ତା ୧ ତାରିଖରୁ ପ୍ରସ୍ତାବିତ ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ନିଖିଳ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପୁଲିସ ଦ୍ୱାରା ଯାନ ବାହାନ ଯାଞ୍ଚ କରାଯିବା ନେଇ ରାଜ୍ୟ ସରକାର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା।
Headlines 07- ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମହାଠକେଇର ପର୍ଦ୍ଦାଫାସ୍ କରିଛି ପୋଲିସ । ୨୦ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ୍ ହୋଇଥିବା ଏସ୍ପିଙ୍କ ସୂଚନା ଦେଇଛନ୍ତି । ଘଟଣାରେ ଜଣେ ଗିରଫ ହୋଇଛି । ୪୭ ଜଣ ଲୋକଙ୍କ ଠାରୁ ନିବେଶ ନାଁରେ ସଂଗ୍ରହ ହୋଇଥିଲା ଟଙ୍କା । ମାସିକ ୧୦ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ଟଙ୍କା ସଂଗ୍ରହ ହୋଇଥିଲା । ଗିରଫ ଯୁବକ ସମ୍ବଲପୁରର ବୋଲି ସୂଚନା ମିଳିଛି । ଭଡ଼ା ଘର ନେଇ ଚଳାଇଥିଲା ଅଫିସ୍ । ୫ଟି କଂପ୍ୟୁଟର, ହାର୍ଡଡିସ୍କ, ପ୍ରିଣ୍ଟର ସହ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ ।
Headlines 08- ପୋଲିସ SI ସ୍କାମ୍ ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ସହ ୨ ଆଶାୟୀଙ୍କୁ ଜେରା କରିଛି ସିବିଆଇ । ଭୁବନେଶ୍ବର ସିବିଆଇ ଅଫିସ୍ରେ ମୁହାଁମୁହିଁ ଜେରା କରାଯାଇଥିବା ସୂଚନା । ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପରେ ଚାଲିଛି ଜେରା ।
Headlines 09- ରାଜ୍ୟକୁ ପୁଣି ଫେରିଛି ଶୀତ । ଝାରସୁଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୮.୧ ରେକର୍ଡ ହୋଇଛି । ଯାହାକି ନଭେମ୍ବରରେ ଝାରସୁଗୁଡ଼ାରେ ସବୁଠାରୁ କମ୍ ରାତ୍ରି ତାପମାତ୍ରା । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା ରହିଛି । ଜି ଉଦୟଗିରି ୭.୪, ରାଉରକେଲା ୭.୭, ଝାରସୁଗୁଡ଼ା ୮.୧, ସେମିଳିଗୁଡ଼ା ୮.୬, କିରେଇ ୯.୩, ଦାରିଙ୍ଗବାଡ଼ି ୯.୫, ଭୁବନେଶ୍ୱର ୧୩.୫ ଏବଂ କଟକ ତାପମାତ୍ରା ୧୩.୪ ସେଲସିୟସ ରେକର୍ଡ ହୋଇଛି ।
Headlines 10- ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଡ଼ିଟୱା' । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟା 'ଡ଼ିଟୱା' ରେ ପରିଣତ। ୩୦ ନଭେମ୍ବର ସନ୍ଧ୍ୟା କିମ୍ୱା ରାତିରେ ଚେନ୍ନାଇ ନିକଟବର୍ତ୍ତୀ ହେବା ସମ୍ଭାବନା। ଦକ୍ଷିଣ ଓଡ଼ିଶାରେ ୩୦ ରୁ ୨ ଆଂଶିକ ମେଘୁଆ ପାଗ ସହିତ କିଛି ଅଞ୍ଚଳରେ ୧ ଡିସେମ୍ବରରେ ହାଲୁକା ବର୍ଷା ଆଶଙ୍କା।