)
Top 10 News Today
Headlines 01- ଗୁଜରାଟରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମେ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ୨୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏଥର ଗୁଜୁରାଟ କ୍ୟାବିନେଟରେ ୧୯ ଜଣ ନୂତନ ମୁହଁ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଭୂପେନ୍ଦ୍ର ପଟେଲଙ୍କ ସମେତ ୮ ଜଣ ମନ୍ତ୍ରୀ ପଟେଲ ସମ୍ପ୍ରଦାୟର ରହିଛନ୍ତି ।
Headlines 02- ନକ୍ସଲବାଦ ବିରୋଧରେ ବଡ଼ ସଫଳତା ମିଳିଛି । ଆଜି (୧୭ ଅକ୍ଟୋବର, ୨୦୨୫) ରେ ଦଣ୍ଡକାରଣ୍ୟ ଅଞ୍ଚଳରେ ୨୦୦ ରୁ ଅଧିକ ମାଓବାଦୀ କର୍ମୀ ହିଂସାର ପଥରୁ ବାହାରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି । ସୂଚନା ମୁତାବକ ୨୦୮ଜଣ ମାଓବାଦୀ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରି ନିଜ ଅସ୍ତ୍ର ହସ୍ତାନ୍ତର କରିଛନ୍ତି। ଏହି ଐତିହାସିକ ନିଷ୍ପତ୍ତିରେ କେନ୍ଦ୍ରୀୟ କମିଟି, ଡିକେଏସ୍ ଜେଡସି, ଡିଭିଜନାଲ କମିଟିର ସଦସ୍ୟ ଏବଂ ଅନ୍ୟାନ୍ୟ ମାଓ ନେତାମାନେ ଉପସ୍ଥିତ ଥିଲେ।
Headlines 03- ଲାଞ୍ଚ ନେବା ଅଭିଯୋଗରେ ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ ହୋଇଛନ୍ତି । ହରଚରନ ସିଂ ଭୁଲାରଙ୍କୁ ଗିରଫ କରିଛି ସିବିଆଇ । ଡିଆଇଜିଙ୍କ ଘରେ ୨୧ ଘଣ୍ଟାର ମାରାଥନ ରେଡ୍ ପରେ ୭ କୋଟି ଟଙ୍କା ଜବତ କରାଯାଇଛି । ଦେଢ଼ କିଲୋ ସୁନା, ୨୨ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।
Headlines 04- ବିହାର ନିର୍ବାଚନ ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ବାଚନ ପ୍ରଚାର କରିବେ। ପ୍ରଥମ ପର୍ଯ୍ୟାୟ ଷ୍ଟାର କ୍ୟାମ୍ପେନର ତାଲିକାରେ ସେ ସାମିଲ ହୋଇଛନ୍ତି। ଆଜିଠାରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ ହେବ। ନୂଆପଡ଼ାରୁ ସେ ସିଧାସଳଖ ବିହାର ଗସ୍ତରେ ଯାଇ ବାଙ୍କା ଓ ଖଗଡ଼ିଆ ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ଆଞ୍ଚଳିକ ନେତାଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ପାଇଁ ଆରମ୍ଭ ହୋଇଥିବା ଉଦ୍ୟମରେ ଏହାକୁ ଗ୍ରହଣ କରାଯାଉଛି।
Headlines 05- ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପରେ ଆଜି ବିଜୁ ଜନତା ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। ନିର୍ବାଚନ କମିଶନଙ୍କ ନିୟ୍ରମ ଅନୁସାରେ ଏହି ପ୍ରଚାରକମାନଙ୍କ ତାଲିକାକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ହୋଇଥାଏ। ବିଜେଡିର ଏହି ତାଲିକାରେ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୧୬ ଜଣ ବିଧାୟକ ରହିଛନ୍ତି। ଏମାନେ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିବେ।
Headlines 06- ଖାଲି ଥିବା କୁଳପତି ପଦ ପୂରଣ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟପାଳ । ଆସନ୍ତା ୨ରୁ୩ ମାସ ମଧ୍ୟରେ ଖାଲିଥିବା ସବୁ କୁଳପତି ପଦ ପୂରଣ କରାଯିବ । ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା ଉପୁଜୁଛି । ରାଜ୍ୟର ମୋଟ୍ ୧୭ଟି ବିଶ୍ବବିଦ୍ୟାଳୟରୁ ୧୩ଟିରେ କୁଳପତି ନାହାନ୍ତି । ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳ ଏନେଇ ସୂଚନା ଦେଇଛନ୍ତି । ଏଥିସହ ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ରାଜ୍ୟପାଳ ଉଦ୍ବେଗ ପ୍ରକାଶ କରିଛନ୍ତି ।
Headlines 07- ନୂଆପଡ଼ା ଉପନିର୍ବାଚନରେ ଅପରାଧିକ ତଥ୍ୟ ପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪୮ ଘଣ୍ଟାରେ ନିଜ ତଥ୍ୟ ପରିପ୍ରକାଶ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆରେ ତଥ୍ୟ ଦେବେ ପ୍ରାର୍ଥୀ । ୱେବ୍ସାଇଟ୍ ମାଧ୍ୟମରେ ବି ପ୍ରାର୍ଥୀ ଅପରାଧିକ ତଥ୍ୟ ଦେଇପାରିବେ ।
Headlines 08- ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା । ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଡିସେମ୍ବର ୧୫ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ମିଳିବ । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ । ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ସିସିଟିଭି କ୍ୟାମେରା ଲାଗିବ ।
Headlines 09- ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ ହୋଇଛନ୍ତି । ଦାମୀ କାର୍ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି । ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ।
Headlines 10- ସୁବର୍ଣ୍ଣପୁର ଗଂଜେଇ ଚୋରା ଚାଲାଣରେ ଉତ୍ତର ପ୍ରଦେଶ ଲିଙ୍କ୍ ଥିବା ସୂଚନା ମିଳିଛି । ୬୦ରୁ ଅଧିକ କେଜି ଗଂଜେଇ ଜବତ କରିଛି ସୋନପୁର ପୋଲିସ୍ । ୨ଟି ଚାରିଚକିଆ ଗାଡ଼ି ଜବତ କରିବା ସହ ୯ ଗଂଜେଇ ମାଫିଆଙ୍କୁ ଗିରଫ କରାଯାଇଛି । ୪ ଜଣ ୟୁପି ଓ ୫ ଜଣ ବୌଦ୍ଧ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।