)
Top 10 News Today
Headlines 01- ପୁଣି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଭୋଟ୍ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରେସମିଟ୍ ରେ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଭୋଟ୍ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି କହିଲେ ରାହୁଲ । ରାଜ୍ୟ ବାହାରର ନମ୍ବର ବ୍ୟବହାର କରାଯାଇ ଭୋଟର ଲିଷ୍ଟ ଡିଲିଟ ହୋଇଛି । କର୍ଣ୍ଣାଟକରେ ୬୦୧୮ ଭୋଟର କାଟିଲେ, ମହାରାଷ୍ଟ୍ରରେ ୬୧୮୦ ଯୋଡ଼ିଲେ । କର୍ଣ୍ଣାଟକ CID ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୧୮ ଥର ଚିଠି ଲେଖିଛନ୍ତି କିନ୍ତୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଗୋଟିଏ ଥର ବି ଉତ୍ତର ମିଳିନି । ଯେଉଁଠି କଂଗ୍ରେସ ଶକ୍ତିଶାଳୀ ସେଠାରେ ଭୋଟର ଲିଷ୍ଟ ଡିଲିଟ୍ । ଫେକ୍ ଲଗ୍ ଇନ୍ ଜରିଆରେ ଭୋଟର ଲିଷ୍ଟ ଡିଲିଟ ହୋଇଛି । ଏହା ସୁନିୟୋଜିତ, ୧୦ ବର୍ଷ ହେଲାଣି ଏଭଳି ଭୋଟ୍ ଚୋରି ଚାଲିଛି ବୋଲି ରାହୁଲ କହିଛନ୍ତି ।
Headlines 02- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ ଲଣ୍ଡନ ଯାଉଥିବା ସମୟରେ ଅନ୍ୟ ଏକ ବିମାନର ବହୁତ ନିକଟତର ହୋଇଯାଇଥିଲା। ରିପୋର୍ଟ କରାଯାଉଛି ଯେ ନ୍ୟୁୟର୍କ ଆକାଶରେ ଏକ ସ୍ପିରିଟ୍ ଏୟାରଲାଇନ୍ସ ଇନକର୍ପୋରେଟେଡ୍ ବିମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶାଳ ବିମାନର ବହୁତ ନିକଟତର ହୋଇଯାଇଥିଲା। ସ୍ପିରିଟ୍ ଫ୍ଲାଇଟ୍ ୧୩୦୦ ଫୋର୍ଟ ଲଡରଡେଲ୍ ରୁ ବୋଷ୍ଟନ୍ ଯାଉଥିଲା। ଯେତେବେଳେ ଏହା ଲଙ୍ଗ ଆଇଲ୍ୟାଣ୍ଡ ଉପରେ ଅତିକ୍ରମ କରୁଥିଲା, ସେତେବେଳେ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ମଧ୍ୟ ସେହି ସ୍ଥାନ ଦେଇ ଯାଉଥିଲା।
Headlines 03- ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ମୌସୁମୀ ଅଧିବେଶନ ନାମରେ ପରିଚିତ ଏହି ଅଧିବେଶନର ପ୍ରଥମ ଦିନ ନିର୍ଦ୍ଧାରିତ ନିର୍ଘଣ୍ଟରେ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହର ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ଲାଗି ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ଗ୍ରହଣ ପରେ ବାଚସ୍ପତିଙ୍କ ପକ୍ଷରୁ ଗୃହରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଗୃହର ଅନ୍ୟ ନିର୍ଦ୍ଧାରିତ କାର୍ଯ୍ୟକୁ ସ୍ଥଗିତ ରଖିବା ସହ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।
Headlines 04- ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଜେଡିର ସହଯୋଗ ଲୋଡ଼ିଛି କଂଗ୍ରେସ । ବିରୋଧୀଦଳ ନେତାଙ୍କ ପ୍ରକୋଷ୍ଠକୁ ଯାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ଯାଇଛନ୍ତି । ବିଜେଡିର ସମର୍ଥନ ଲୋଡ଼ିବା ପରେ ତାରା ବାହିନୀପତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ଅପରାହ୍ନ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି ଜଣାଇବେ କହିଛନ୍ତି ।
Headlines 05- କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଜଗତେ କେବଳ ଜନେ ହସିବେ କହି କଟାକ୍ଷ କରିଛନ୍ତି । ଅନାସ୍ଥା ଆଣିବାକୁ ହେଲେ ପାଖାପାଖି ସଂଖ୍ୟା ରହିବା କଥା । ଏକ ଦଶମାଂଶ ସଂଖ୍ୟା ଥାଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ପ୍ରଭାବ ପଡ଼ିବନି । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ ଜୟନାରାୟଣ ମିଶ୍ର ମଧ୍ୟ କଟାକ୍ଷ କରିଛନ୍ତି । ବିଜେଡି ଓ କଂଗ୍ରେସ ଭିତରେ ସିଲ୍ଭର ମେଡାଲ ପାଇଁ ଲଢ଼େଇ ଚାଲିଛି । ଅନାସ୍ଥାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡ଼ିବ ନାହିଁ
Headlines 06- କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଆମେ ଆମ ପ୍ରସଙ୍ଗ ଉଠାଇବୁ କହିଛନ୍ତି ପ୍ରମିଳା ।
Headlines 07- ଶୁଭମିତ୍ରା ହତ୍ୟା ମାମଲାରେ କିଲର କନଷ୍ଟେବଲ୍ ଦୀପକ ରାଉତ ନିଲମ୍ବିତ ହୋଇଛନ୍ତି । ଦୀପକଙ୍କୁ ନିଲମ୍ବନ କରିଛନ୍ତି ଡିସିପି । ଦୀପକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
Headlines 08- ଦୀପକଙ୍କ ପୂର୍ବତନ ପତ୍ନୀଙ୍କ ମିଛ ଦୁର୍ଘଟଣାର କାହାଣୀ କହିଛନ୍ତି ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ । ସେ କହିଛନ୍ତି ଯେ, ମୋ ଭଉଣୀ ୬ମାସର ଗର୍ଭବତୀ ଥିଲା। ସେ ଢେଙ୍କାନାଳରୁ ଭୁବନେଶ୍ୱର ଯିବା ବାଟରେ ତାକୁ ମାରି ଦେଇଥିଲା। ଆଉ ମିଛ ଦୁର୍ଘଟଣାର କାହାଣୀ କହିଥିଲା। ଏଥିରେ ତା ଭାଇ ତା ମା ସାମିଲ୍ ଅଛନ୍ତି।' ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।
Headlines 09- ବଲାଙ୍ଗିରେ ନକଲି ସାର୍ଟିଫିକେଟ୍ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ୨ ଦିନ ହେଲାଣି ଡେରା ପକାଇଛି କ୍ରାଇମବ୍ରାଞ୍ଚ । କଳାହାଣ୍ଡି କେସିଙ୍ଗାର ଜଣେ ଅଭିଯୁକ୍ତ ଗିରଫ ହୋଇଛି ।
Headlines 10- ଲଘୁଚାପ ପ୍ରଭାବରେ ଦଶହରାରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୬ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରପେ ଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୬ରୁ ପାଗରେ ପରିବର୍ତ୍ତନ ଆସିବ।