Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅନେକ ବଡ଼ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବେ ଆଉ ଏକ ଖବର ଆସିଛି ଯାହା ଶୁଣି ଅନେକ ଦେଶର ଲୋକେ ଚକିତ ହୋଇଯିବେ । ଟ୍ରମ୍ପ ଖୁବ୍ ଶୀଘ୍ର ଅନେକ ଦେଶ ଉପରେ ନୂତନ ଯାତ୍ରା ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ତାଲିକାରେ ରହିଛି ୪୧ଟି ଦେଶର ନାମ । ରିପୋର୍ଟ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ ଖୁବ୍ଶୀଘ୍ର ଏକ ନୂଆ ଆଦେଶ ପାସ୍ କରିବାକୁ ଯାଉଛନ୍ତି । ସେହି ଅନୁଯାୟୀ ପାକିସ୍ତାନ ସମେତ ୪୧ଟି ଦେଶ ଉପରେ ଆମେରିକାକୁ ଯାତ୍ରା କରିବା ନେଇ ପ୍ରତିବନ୍ଧକ ଲଗାଯିବ।
Headlines 02- ହରିୟାଣାର ସୋନିପତ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବିଜେପି ନେତାଙ୍କ ନାମ ସୁରେନ୍ଦ୍ର ଜବାହର ବୋଲି ଚିହ୍ନଟ କରାଯାଇଛି। ସୁରେନ୍ଦ୍ର ସୋନିପତର ମୁଣ୍ଡଲାନାର ଡିଭିଜନାଲ ସଭାପତି ଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ତାଙ୍କୁ ଗୁଳି କରାଯାଇଥିଲା। ବିଜେପି ନେତାଙ୍କ ହତ୍ୟା ପରେ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ଜମି ବିବାଦକୁ ନେଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
Headlines 03- ଆଜି ରଙ୍ଗର ପର୍ବର ହୋଲି କାରଣରୁ ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି । ପରସ୍ପରଙ୍କୁ ରଙ୍ଗ ଅବିର ଲଗାଇ ହୋଲି ପାଳିଛନ୍ତି ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ ହୋଲି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
Headlines 04- ଉତ୍ତରପ୍ରଦେଶରୁ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ସୀତାପୁର ସ୍ଥିତ ସାରଦା କେନାଲରେ ଡଙ୍ଗା ଓଲଟି ପଡିବାରୁ ୩ଜଣ ମୃତ ଏବଂ ୧୨ ନିଖୋଜ ହୋଇଛନ୍ତି । ଶେଷକୃତ୍ୟ କାର୍ଯ୍ୟରେ ଯୋଗଦେବା ପାଇଁ ୧୫ ଜଣ ବ୍ୟକ୍ତି ଡଙ୍ଗାରେ ଯାଉଥିବା ସମୟରେ ହଠାତ କୌଣସି କାରଣରୁ ଡଙ୍ଗାଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
Headlines 05- ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ହୋଲି ପାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୋଲିସ ଡିଜି ୱାଇବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରଙ୍ଗ ଲଗାଇଛନ୍ତି । ପରସ୍ପରଙ୍କୁ ମିଠା ଖୁଆଇ ଉତ୍ସବ ପାଳିଛନ୍ତି ସଭିଏଁ। ହୋଲି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ଭାତୃତ୍ୱ ଓ ସଦ୍ଭାବନାର ପର୍ବ ହେଉଛି ହୋଲି ‘ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ' ରାଧାଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
Headlines 06- ନିଜ ଜାତି ଛାଡ଼ି ଅନ୍ୟ ଜାତିର ଝିଅକୁ ବିବାହ କରିବା କାରଣରୁ ପ୍ରଦୀପ ମାଝୀଙ୍କ ବିରୋଧରେ ଗାଁରେ ସଭା ବସିଥିଲା। ନିଷ୍ପତ୍ତି ଅନୁଯାୟୀ, ୧୨ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଧାମନାଗୁଡାରେ ବସିଥିବା ଆଦିବାସୀ ଭତ୍ରା ସମାଜର କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି।
Headlines 07- ହୋଲିକୁ ବୟକଟ କରି ଆଜି ବି ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ । ପ୍ଲାକାର୍ଡ ଧରି ନିଜର ଦାବି ପୂରଣ ନେଇ ବସିଛନ୍ତି କର୍ମଚାରୀ । ସ୍ଥାୟୀ ନିଯୁକ୍ତି ଦାବିରେ ସପ୍ତାହ ହେବ ଧାରଣା ଜାରି ରହିଛି ।
Headlines 08- କଟକରେ ଦୋଳ ପୂର୍ଣ୍ଣିମାକୁ କେନ୍ଦ୍ରକରି ଗଣ୍ଡଗୋଳ ସାମ୍ନାକୁ ଆସିଛି । ବାରଙ୍ଗ ଥାନା ନରାଜରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ଠାରୁ ଦୁଇ ସାହି ମଧ୍ୟରେ ଲାଗି ରହିଛି ବିବାଦ ।
Headlines 09- ହୋଲିରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରକ ଧକ୍କାରେ ବାପା ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ଆଜି ଭୋର୍ ୫ଟା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସାନନଈ ଗ୍ରାମର ଅଇବନ ପ୍ରଧାନ, ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଝିଅ ଘରକୁ ଯାଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଡୋଳିତା ଛକ ନିକଟରେ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Headlines 10- ରାଜ୍ୟରେ ଏବେ ଖରା ଅଧିକ ହେବାରେ ଲାଗିଲାଣି । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଏବଂ ଝାରସୁଗୁଡ଼ା ୪୧.୮ ଡିଗ୍ରୀ ଅତିକ୍ରମ କରିଛି । ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଗତକାଲି ସାଢ଼େ ୧୧ଟାରେ ସମ୍ବଲପୁରରେ ପାରଦ ରହିଥିଲା ୩୬.୬ ଡିଗ୍ରୀ ସେଲସିୟସ୍। ସେପଟେ ଆସନ୍ତାକାଲି ଯାଏ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ କହିଛି।