)
Top 10 News Today
Headlines 01- ଡେପୁଟି ପୋଲିସ କମିଶନର ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସୂତ୍ର ଅନୁଯାୟୀ, ୨୦୧୩ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଧିକାରୀ ମୀନା ସମ୍ପ୍ରତି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କ ନିଷ୍ପତ୍ତି ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବରେ ଜଣାପଡ଼ି ନାହିଁ ।
Headlines 02- ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୂତ୍ର ଅନୁଯାୟୀ, ଟ୍ରଷ୍ଟର ସା. ସମ୍ପାଦକ ଚମ୍ପତ ରାୟଙ୍କ ଇସ୍ତଫା ଗୃହୀତ ହୋଇଛି । ଏଥିସହ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ବହୁ ଦିନ ଧରି ଉଭୟଙ୍କ ସମ୍ପର୍କରେ ବିଭିନ୍ନ କଳ୍ପନାଜଳ୍ପନା ଚାଲିଥିଲା।
Headlines 03- ଜମ୍ମୁର ଏକ ସ୍ୱତନ୍ତ୍ର NIA ଅଦାଲତରେ ଜାତୀୟ ତଦନ୍ତ ସଂସ୍ଥା (NIA) ପହେଲଗାମ ଆତଙ୍କୀ ଆକ୍ରମଣ ମାମଲାରେ ଏକ ସପ୍ଲିମେଣ୍ଟାରି ଚାର୍ଜଶିଟ୍ ଦାଖଲ କରିଛି। ଏହି ଚାର୍ଜଶିଟ୍ରେ ଲଶ୍କର-ଏ-ତୈବାର ମୁଖ୍ୟ ହାଫିଜ ସଇଦଙ୍କୁ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ନାମିତ କରାଯାଇଛି।
Headlines 04- ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ସରକାର ସୋମବାର ଛଅଟି ଜିଲ୍ଲାର ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକରେ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି ସେଗୁଡ଼ିକ ହେଉଛି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର।
Headlines 05- ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବାରୁ ଆସନ୍ତା ଜୁଲାଇ ୯ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସକାଳ ୧୧ଟାରେ ଡ୍ୟାମ୍ର ଗେଟ୍ ଖୋଲାଯିବ।
Headlines 06- ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତ ଅଗ୍ନିବୀରଙ୍କ ପାଇଁ ଅତ୍ୟନ୍ତ ଭଲ ଖବର ଆସିଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ଭବିଷ୍ୟତରେ ୨୫ ପ୍ରତିଶତରୁ ଅଧିକ ଅଗ୍ନିବୀରଙ୍କୁ ସ୍ଥାୟୀ କରିବା ପାଇଁ ବିଚାର କରାଯାଇପାରେ। ଯୋଜନା ଆରମ୍ଭ ହେବାର ଚାରି ବର୍ଷ ପରେ, ଅଧିକ ଯୋଗ୍ୟ ଅଗ୍ନିବୀରଙ୍କୁ ସ୍ଥାୟୀ କମିଶନ ପାଇବା ପାଇଁ ସେନା ଏହାକୁ ସମୀକ୍ଷା କରୁଛି। ଏହି ପରିବର୍ତ୍ତନ ଯୁବକମାନଙ୍କ ଭବିଷ୍ୟତକୁ ଉନ୍ନତ କରିପାରିବ।
Headlines 07- ରଥଯାତ୍ରା ପୂର୍ଵରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ବଡ଼ ଭେଟି ଦେଇଛନ୍ତି ସରକାର । ପୁରୀ-କୋରାପୁଟ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୁରୀ ଷ୍ଟେସନରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଓଡ଼ିଶାରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ୩୦୦ରୁ ଅଧିକ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ସେହିପରି କେରଳରେ ଓଣମ୍ ପର୍ବ ପାଇଁ ୧୦୦ରୁ ଅଧିକ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରାଯାଇଛି ।
Headlines 08- ବୈତରଣୀ ନଦୀର ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ । ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ସେ କହିଛନ୍ତି । ଆଖୁଆପଦାରେ ଜଳସ୍ତର ବିପଦ ସଂକେତ ଟପିପାରେ ବୋଲି ଆକଳନ କରାଯାଇଛି ।
Headlines 09- ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ ମଧ୍ୟରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏକ ବଡ଼ ଘୋଷଣା କରିଛି। ଜିମ୍ବାୱେ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟି୨୦ ଦଳରୁ ବାଦ ପଡିଛନ୍ତି ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ୍ । ପ୍ରଭସିମରନ ସିଂ, ଅଶୋକ ଶର୍ମା, ୟଶ ଠାକୁରଙ୍କୁ T-20 ଟିମ୍କୁ ଡାକରା ମିଳିଛି । ଦିନିକିଆ ସିରିଜରେ ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେ ସାମିଲ ହୋଇଛନ୍ତି ।
Headlines 10- ଇସ୍କନ ପକ୍ଷରୁ ପୁଣି ୧୧ଟି ସ୍ଥାନରେ ଅଦିନିଆ ରଥଯାତ୍ରା କରାଯାଇଛି । କାନାଡ଼ା, ଆମେରିକା, ୟୁରୋପ, ଇଂଲଣ୍ଡ, ଆଫ୍ରିକାରେ ଅଦିନିଆ ରଥଯାତ୍ରା ହୋଇଛି । ଅଷ୍ଟ୍ରେଲିଆରେ ଅଦିନିଆ ସ୍ନାନଯାତ୍ରା କରିଛି ଅମାନିଆ ଇସ୍କନ । ୪ ଓ ୫ ତାରିଖରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଶ୍ରଦ୍ଧାଳୁ କ୍ଷୁବ୍ଧ ହୋଇଛନ୍ତି ।