Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଗାୟିକା ଆଶା ଭୋସ୍ଲେଙ୍କ ପରଲୋକ ହୋଇଛି । ୯୨ ବର୍ଷ ବୟସରେ ଆଶାଙ୍କ ପରଲୋକ ହୋଇଥିବା ସୂଚନା ଦେଇଛନ୍ତି ପୁଅ ଆନନ୍ଦ ଭୋସ୍ଲେ । ୨୦ରୁ ଊର୍ଦ୍ଧ୍ବ ଭାଷା ଏବଂ ୧୨ ହଜାରରୁ ଊର୍ଦ୍ଧ୍ବ ଗୀତରେ କଣ୍ଠଦାନ କରିଥିଲେ ଆଶା । କାଲି ଅପରାହ୍ନ ୪ଟାରେ ଶିବାଜୀ ପାର୍କରେ ଶେଷକୃତ୍ୟ ସମ୍ପନ୍ନ ହେବ । ଦାଦା ସାହେବ ଫାଲ୍କେ, ପଦ୍ମ ବିଭୂଷଣ ଉପାଧିରେ ଭୂଷିତ ହୋଇଥିଲେ ଆଶା ଭୋସଲେ ।
Headlines 02- ଶିବରାଜ ସିଂ ଚୌହ୍ବାନଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଛି । ବିଧାୟକ ଦଳ ନେତା ଚୟନ ନେଇ ଶିବରାଜ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହୋଇଛନ୍ତି । ପ୍ରଥମ କରି ଗୁରୁତ୍ବପୂର୍ଣ୍ଣ ବିହାରରେ ବିଜେପିକୁ ମିଳିବାକୁ ଯାଉଛି ମୁଖ୍ୟମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ସାଂସଦ ଭାବେ ନେଇ ସାରିଛନ୍ତି ଶପଥ ।
Headlines 03- ଆଶା ଭୋସ୍ଲେଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ମୋଦୀ ଲେଖିଛନ୍ତି ଯେ, ଆଶାଙ୍କ ଅସାଧାରଣ ସଙ୍ଗୀତ ଯାତ୍ରା ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲା । ତାଙ୍କର କଣ୍ଠସ୍ବର ବିଶ୍ୱର ଅନେକ ହୃଦୟକୁ ସ୍ପର୍ଶ କରିଥିଲା । ତାଙ୍କ ସହିତ ମୋର ହୋଇଥିବା କଥାବାର୍ତ୍ତାଗୁଡ଼ିକୁ ମୁଁ ସର୍ବଦା ସ୍ମରଣ କରିବି । ତାଙ୍କ ପରିବାର, ପ୍ରଶଂସକ, ସଙ୍ଗୀତ ପ୍ରେମୀମାନଙ୍କୁ ମୋର ଗଭୀର ସମବେଦନା ।ଆଶାଙ୍କ ଗୀତଗୁଡ଼ିକ ଲୋକଙ୍କ ଜୀବନରେ ଚିରକାଳ ପାଇଁ ପ୍ରତିଧ୍ୱନିତ ହେବ ।
Headlines 04- ଆଶା ଭୋସ୍ଲେଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିମ୍ବଦନ୍ତୀ ଗାୟିକା ଆଶାଜୀଙ୍କ ପରଲୋକରେ ମୁଁ ଗଭୀର ଦୁଃଖିତ ବୋଲି ଲେଖିଛନ୍ତି । ତାଙ୍କର କଣ୍ଠସ୍ୱର କେବଳ ସଙ୍ଗୀତ ନଥିଲା, ଏହା ଏକ ଭାବନା ଥିଲା । କଣ୍ଠସ୍ୱର ଯାହା ପିଢ଼ି ପରେ ପିଢ଼ିକୁ ନିର୍ଦ୍ଦେଶିତ କରିଥିଲା । ତାଙ୍କ ପରିବାର, ପ୍ରଶଂସକ, ସଙ୍ଗୀତ ଜଗତକୁ ମୋର ଆନ୍ତରିକ ସମବେଦନା । ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା, ତାଙ୍କ ଆତ୍ମାକୁ ଚିରଶାନ୍ତି ପ୍ରଦାନ କରନ୍ତୁ ।
Headlines 05- ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜର ବନାଞ୍ଚଳ ଅଧିକାରୀ ସୁକୁମାର ଦୁଃଖୁ । କିଛି ସମୟ ପୂର୍ବରୁ ନବରଙ୍ଗପୁରର ଇନ୍ଦ୍ରାବତୀ ସେତୁ ନିକଟରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଦ୍ୱାରା ସୁକୁମାରଙ୍କୁ ଅଟକାଯାଇଥିଲା । ଯେତେବେଳେ ଶ୍ରୀ ଦୁଃଖୁ ତାଙ୍କ ଅଫିସ ଗାଡ଼ି (ବୋଲେରୋ)ରେ ଗୁଡାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଭବନକୁ ଯାତ୍ରା କରୁଥିଲେ ।
Headlines 06- ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଅବସରରେ ଆୟୋଜିତ ଭବ୍ୟ ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଦ୍ୟାଳୟ କେବଳ ପଥପଢାର ସ୍ଥାନ ନୁହେଁ, ଏହା ଜୀବନ ଗଢ଼ିବାର ଏକ ପବିତ୍ର କ୍ଷେତ୍ର। ଏଠାରେ ଜ୍ଞାନ ସହିତ ଜୀବନର ମୂଲ୍ୟବୋଧ ଓ ଶୃଙ୍ଖଳା ଶିକ୍ଷା ଦାନ କରାଯାଏ, ପିଲାଙ୍କ ଚରିତ୍ର ଗଠନର ପ୍ରଥମ ସୋପାନ ବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Headlines 07- ଯାଜପୁର କାଳିମେଘାରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାରେ ୨ ମହିଳାଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇଛି ପୋଲିସ୍ । ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ୬ ତାରିଖରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସ୍କୁଟିରେ ଯିବାବେଳେ ପଛପଟୁ ବାଇକ୍ରେ ଆସି ଗୁଳି କରିଥିଲେ ଦୁର୍ବୃତ୍ତ ।
Headlines 08- ମୋହନା ଗୁଡ଼ାରିପଙ୍କା-ପରମାଗୁଡ଼ା ଗାଁ ନିକଟ ପାହଡ଼ ଉପରୁ ୧୦ କ୍ବିଣ୍ଟାଲ ୫୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ମୋହନା ଓ ଅଡ଼ବା ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ପରେ ଏହି ସଫଳତା ମିଳିଛି । ପାହାଡ଼ ଉପରେ ପଥର କୋରଡ଼ରେ ଗଞ୍ଜେଇ ଲୁଚାଇ ରଖିଥିଲେ ମାଫିଆ ଯାହା ବାହାର ରାଜ୍ୟକୁ ଚାଲାଣ ହୋଇଥାଆନ୍ତା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ।
Headlines 09- ଯାଜପୁର କାଳିମେଘା ସ୍ଥିତ ବବିଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ବିଶ୍ବ ରଂଜନ ମଲ୍ଲିକ, ସୁଜାତା ସାହୁ, ପ୍ରଣବ ବଳବନ୍ତରାୟ, ରାଜନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Headlines 10- ରାଜ୍ୟରେ ବଢ଼ିବାରେ ଲାଗିଛି ପାରଦ । ୪୦ ଡିଗ୍ରୀ ଉପରେ ରହିଛି ୬ ସହର ତାପମାତ୍ରା । ଟିଟିଲାଗଡ଼ ୪୧.୫, ବଲାଙ୍ଗିର ଓ ଭବାନୀପାଟଣା ୪୧ ଡିଗ୍ରୀ, ଝାରସୁଗୁଡ଼ା ୪୦.୭, ସମ୍ବଲପୁର ୪୦.୧, ହୀରାକୁଦ ୪୦ ଡିଗ୍ରୀ, ଭୁବନେଶ୍ବର ୩୭.୭ ଓ କଟକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ ହୋଇଛି ।