Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- କର୍ଣ୍ଣାଟକ ହାମ୍ପିରେ ଘଟିଛି ଏକ ଅଘଟଣ । ଇସ୍ରାଏଲର ଜଣେ ପର୍ଯ୍ୟଟକ ଓ ତାଙ୍କର ହୋମ କେୟାର ଟେକରଙ୍କୁ ଗମଦୁଷ୍କର୍ମ ଖବର ଏହେ ଦୁଇଟି ରାଜ୍ୟକୁ ହଲାଇ ଦେଇଛି। ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସହ ଯୁକ୍ତି ତର୍କ ପରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ମାନେ । ଆଉ ଏହାକୁ ରୋକିବାକୁ ଯାଇ ତିନି ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ଏହି ୩ ଯୁବକଙ୍କୁ ଦୁଷ୍କର୍ମକାରୀ ଟଙ୍କା ମାଗିବା ସହ ଯୁକ୍ତିତର୍କ କରିଥିଲେ ପରେ ହାତାହାତି ହେବା ପରେ ତିନି ଜଣଙ୍କୁ କେନାଲ ଭିତରକୁ ଠେଲିଦେଇଥିଲେ ଦୁଷ୍କର୍ମକାରୀ । ୨ ଯୁବକ ଯେନତେନ କରି ପହଁରିକି କୂଳକୁ ଆସିଯାଇଥିବା ବେଳେ ଓଡ଼ିଆ ଯୁବକ ନିଖୋଜ ହୋଇଯାଇଥିଲେ। ଏବେ ତାଙ୍କର ମୃତଦେହ ଜବତ ହୋଇଛି । ତାଙ୍କ ନାଁ ବିବାସ ବୋଲି ଜଣାପଡିଛି।
Headlines 02- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା। ସେ ଦୃଷ୍ଟିରୁ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସବୁଠାରୁ ସନ୍ତୋଷର ଦିନ ଓ ସବୁଠାରୁ ଗୌରବର ଦିନ ।
Headlines 03- ‘ସୁଭଦ୍ରା’ ୨ୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୪ ବର୍ଷ ଧରି ନବୀନ ସରକାର କେବଳ ସ୍ଲୋଗାନରେ ସୀମିତ ଥିଲା । ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଛି ଏବଂ ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ରହିଛି । ନିନ୍ଦୁକମାନେ ଆମ ସଫଳତାକୁ ହଜମ କରିପାରୁ ନାହାନ୍ତି ତେଣୁ ବିରୋଧୀଙ୍କୁ ଟିକେ ହଜମ କରିବା ଗୁଲି ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 04- ମହିଳା ଦିବସ ଉପଲକ୍ଷେ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଜେଡି ନେତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରି ନବୀନ କହିଥିଲେ ଯେ, ମହିଳାଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ଗର୍ବ ଅନୁଭବ କରୁଛନ୍ତି ରାଜ୍ୟ ସରକାର । ଅନ୍ୟପଟେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ନବୀନ ପଟ୍ଟନାୟକ ଯେଭଳି ମହିଳାମାନଙ୍କୁ ସଶକ୍ତ କରିଛନ୍ତି ସେ ବାର୍ତ୍ତାକୁ ଆମେ ଘରେ ଘରେ ପହଞ୍ଚାଇବୁ ଏବଂ ବିଜୁ ମହିଳା ଜନତାଦଳକୁ ଆହୁରି ସଶକ୍ତ କରିବୁ ।
Headlines 05- ଘାଟିରେ କାର-ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଚାଲିଯାଇଛି ୩ ବାଇକ ଆରୋହୀଙ୍କ ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଶ୍ରୀକଲା ଘାଟିରେ। ୩ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।
Headlines 06- ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଶୁକ୍ରବାର ଦିନ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ନିର୍ବନ୍ଧ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ନିର୍ବନ୍ଧ ସମୟର ଅନେକ ଫଟୋ । ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ମୁଦି ପିନ୍ଧାଇଛନ୍ତି ଅନୁଭବ ମହାନ୍ତି । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଲିଉଡ ସୁପରଷ୍ଟାରଙ୍କ ଦ୍ବିତୀୟ ଇନିଂସ ।
Headlines 07- କିଟ୍ ଓ କିସ୍ ରେ ତଦନ୍ତ କରିବା ପରେ ଫେରିଯାଇଛି NHRC ଟିମ୍ । ଆଜି କିଟ୍ ସହ କିସରେ ଜାତୀୟ ମାନବାଧିକାର ଟିମ୍ ପହଞ୍ଚି ତନାଘନା କରିଥିଲା । କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ କରିବା ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚରା ଉଚରା କରିଥିଲା । ଏହାପରେ ଫେରିଯାଇଛନ୍ତି ଟିମ୍ ।
Headlines 08- ରାଜା ଚକ୍ରଙ୍କ ଘରେ ପୁଣିଥରେ EOW ଟିମ୍ ଚଢ଼ାଉ କରିଛି । ଜଗନ୍ନାଥପୁର ସ୍ଥିତ ଘର ଓ ଯୋଡ଼ା ଖଣି ଅଞ୍ଚଳରେ ରେଡ୍ ହୋଇଥିବା ସୂଚନା ମିଳିଛି । ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଟଙ୍କା ହେରଫେର୍ ପାଇଁ ରେଡ୍ କରାଯାଇଛି । ପୂର୍ବରୁ ରାଜା ଚକ୍ରଙ୍କୁ ପଚରାଉଚରା କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ଘଟଣାକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ମମତା ମାହନ୍ତ । ସେ କହିଛନ୍ତି ଯେ, ପାଣ୍ଡିଆନ ଓ ବବିଙ୍କ ଯୋଗୁଁ ପାୱାରଫୁଲ୍ ଥିଲେ ରାଜା ଚକ୍ର । ୨୪ ବର୍ଷର ଶାସନରେ ସବୁଠି ମାଫିଆଙ୍କ ଦବଦବା ଥିଲା ଏବଂ ଧନୀ ଜିଲ୍ଲା କେନ୍ଦୁଝରରେ ସବୁଠୁ ପ୍ରଭାବଶାଳୀ ଥିଲେ ରାଜା ଚକ୍ର ।
Headlines 09- ନୂଆ ଫିଲ୍ମ ସୁଟିଂ ପାଇଁ କୋରାପୁଟ ଜୟପୁରରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଓ ଟିମ୍ ପହଞ୍ଚିଛନ୍ତି । ସାଉଥ୍ର ପ୍ରଖ୍ୟାତ ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀ ସୁପରଷ୍ଟାର ମହେଶ ବାବୁ ଓ ଟିମ୍ର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି । ଦେଓମାଳି ଓ ତଳମାଳିରେ ଚଳଚ୍ଚିତ୍ର ସୁଟିଂ କରାଯିବ । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଉକ୍ତ ସ୍ଥାନକୁ ଆସୁଛନ୍ତି । ୨୦ରୁ ୨୫ ଦିନ ଧରି ଚଳଚ୍ଚିତ୍ର ସୁଟିଂ କରାଯିବାର ଯୋଜନା ରହିଛି । ସେମିଳିଗୁଡାର ତଳମାଳି ପାହାଡରେ ଏସ୍. ଏସ୍. ରାଜାମୌଲି ନିଜର ଅପ୍ କମିଙ୍ଗ ଫିଲ୍ମର ସୁଟିଂ କରୁଛନ୍ତି। ପୃଥ୍ବୀରାଜ ସୁକୁମାରନ ଓ ମହେଶ ବାବୁଙ୍କ ସହ ୫୦୦ କ୍ରୁ ମେମ୍ବରଙ୍କୁ ନେଇ ସୁଟିଂ ଆରମ୍ଭ ହୋଇଛି । ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ସୁଟିଂ ପାଇଁ ଅନୁମତି ମିଳିଛି ।
Headlines 10- ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବଢିବାରେ ଲାଗିଛି । ଆସନ୍ତା ତିନିଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛିଦିନ ହେବ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରେକର୍ଡ କରାଯାଉଛି ।