)
Top 10 News Today
Headlines 01- ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ବିଏସ୍ଏଫ୍ ଆଇଜି । ପ୍ରତିକ୍ରିୟାରେ କହିଛନ୍ତି ଯେ, ଆତ୍ମସମର୍ପଣ କର ନଚେତ୍ ଏନ୍କାଉଣ୍ଟର ହେବ । '୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍' । 'ଆତ୍ମସମର୍ପଣ କଲେ ସହଯୋଗ ମିଳିବ ଏବଂ ମୁଖ୍ୟସ୍ରୋତକୁ ଫେରିପାରିବେ' । 'ହିଡ୍ମାର ଏନ୍କାଉଣ୍ଟର ପରେ ଏବେ ଟପ୍ ମାଓ ନେତା ଆମର ଟାର୍ଗେଟ୍' । 'ଚଳିତ ବର୍ଷ ଓଡ଼ିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି' ।
Headlines 02- ବିଧାନସଭା ଶୀତ ଅଧିବେଶନ ତୃତୀୟ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଥିଲା । ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସରଜମିନ୍ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା । '୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି' । '୯୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି'। '୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି' ଏବଂ ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି ।
Headlines 03- ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ବିଜେଡି ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ପାଣ୍ଡିଆନ୍ କିଏ ଓ କାହିଁକି ତାଙ୍କୁ ସୁରକ୍ଷା ଦିଆଯାଇଥିଲା ପ୍ରଶ୍ନ କରିଥିଲା ବିଜେପି । ନିଶ୍ଚିତ ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରୋଜ ପାଢ଼ୀ କହିଛନ୍ତି । ବିଜେଡି ବିଧାୟକ ସାରଦା ଜେନା କହିଲେ ତଦନ୍ତ ପାଇଁ ପ୍ରସ୍ତୁତ । 'ବିଜେପି ଏବେ ସରକାରରେ, ED ଓ ସିବିଆଇ ତାଙ୍କ ପାଖରେ', '୧୮ ମାସ ବିତିଲାଣି, ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ନେଉନାହାନ୍ତି', କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି କହିଲେ କଂଗ୍ରେସ ବିଧାୟକ ଅଶୋଦ ଦାସ ।
Headlines 04- ଆଗାମୀ ଦିନରେ ୬ଟି ନୂଆ ସହରରେ ଗଡ଼ିବ ଇଭି ବସ୍ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଏବେ ରାଜ୍ୟରେ ୬୭୦ଟି ବସ୍ ଚାଲିଛି ସେଥିମଧ୍ୟରୁ ୨୨୦ଟି ଇଭି ବସ୍ । ଏବେ ୧୧୩ଟି ରୁଟ୍ରେ ୧୩୯୯ କିମି ବସ୍ ଚାଲୁଛି । ଆଗକୁ ଯେଉଁଠି ଆବଶ୍ୟକତା ଅଛି ସେହି ସହରରେ ବସ୍ ଚାଲିବ । ଅନଲାଇନ୍ ଟିକେଟରେ ରିହାତି ପାଇଁ ୩୫% ଟିକେଟ ଆଦାୟ ରାଶି ବଢ଼ିଛି ବୋଲି ମନ୍ତ୍ରୀ କହିଛନ୍ତି ।
Headlines 05- ୪ ହଜାରରୁ ଊର୍ଦ୍ଧ୍ବ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି କହିଛନ୍ତି ଯେ, ୫ କୋଟି ବଦଳରେ ୭ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଦେବୋତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାରରୁ ଊର୍ଦ୍ଧ୍ବ ମନ୍ଦିର ଏବଂ ସେଥିମଧ୍ୟରୁ ୪୧୪୫ ମନ୍ଦିରକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।
Headlines 06- ନିୟମ ଉଲ୍ଲଂଘନ କରୁଥିବା ସ୍ଲିପର କୋଚ୍ ବସ୍ ହଟାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି NHRC । ପ୍ରିୟାଙ୍କ କାନୁନଗୋଙ୍କ ଅଧ୍ୟକ୍ଷତାରେ ଗଠିତ NHRC ଖଣ୍ଡପୀଠର ନିର୍ଦ୍ଦେଶ ଜାରି ହୋଇଛି । ଭାରତୀୟ ଜାତୀୟ ମାନବାଧିକାର କମିଶନ ଦ୍ୱାରା ଖଣ୍ଡପୀଠ ଗଠିତ ।
Headlines 07- ଜଗତସିଂହପୁର ହାଜିପୁର ନିକଟରେ ସାଂସଦ ବିଭୁ ତରାଇଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଂସଦଙ୍କ କାରକୁ ପଛରୁ ପିଟିଛି ଅନ୍ୟ ଏକ କାର୍ । ଅଳ୍ପକେ ବର୍ତ୍ତିଛନ୍ତି ବିଭୁ ତରାଇ । ଦୁର୍ଘଟଣା ଘଟାଇଥିବା କାର୍ ସହ ଡ୍ରାଇଭର୍ ବିରିଡ଼ି ଥାନାରେ ଅଟକ ରହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Headlines 08- ୟୁଟୁବର ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । 'ମନ୍ତବ୍ୟରେ କେତେ ସତ୍ୟତା ଅଛି କମିଟି ତର୍ଜମା କରିବ', 'ଗୁଜବ ପ୍ରଚାର କିମ୍ବା ଭୁଲ୍ ତଥ୍ୟ ପ୍ରଚାର ନ କରନ୍ତୁ'। ଆପଣଙ୍କୁ କହିରଖୁଛୁ ଯେ, ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଶୁଭଙ୍କର ମିଶ୍ର । ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ଥିବା କହିଥିଲେ ଶୁଭଙ୍କର ।
Headlines 09- ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ବଢ଼ୁଛି । ମହିଳା ଥାନାରେ ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ ଅଭିଯୋଗ ହୋଇଛି । ମ୍ୟାନେଜର ଦିନେଶ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ
କରିଛନ୍ତି କଟକ ସମାଜିକ ସଂଗଠନ । ହ୍ୟୁମାନଙ୍କ ମାଆଙ୍କୁ ଗାଳିଗୁଲଜ ଘଟଣା ଓ ମୃତ୍ୟୁର ତଦନ୍ତ ଦାବି କଲା ସଂଘ ।
Headlines 10- A320 ଫ୍ୟାମିଲି ବିମାନର ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି । ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି କରାଯାଇଛି । ଭାରତରେ ପ୍ରାୟ ୨ ଶହରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ।