Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ICC ଚାମ୍ପିଅନ୍ସ ଟ୍ରଫି ଦୁବାଇରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୯/୯ ରନ୍ ସଂଗ୍ରହ କରିଥିବା ସମୟରେ ନ୍ୟୁଜିଲାଣ୍ଡ ପାଇଁ ଟାର୍ଗେଟ୍ ରହିଥିଲା ୨୫୦ । କିନ୍ତୁ ଭାରତୀୟ ଦଳର ଦମଦାର ବୋଲିଂରେ ଟଳିଥିଲା ନ୍ୟୁଜିଲାଣ୍ଡର ଗୋଟିଏ ପରେ ଗୋଟେ ୱିକେଟ୍ । ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ୪୫.୩ ଓଭରରେ ୨୦୫ ରନ କରି ଅଲ ଆଉଟ ହୋଇଯାଇଥିଲା।
Headlines 02- ୩୧ ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାକ୍ଷୀପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏବେ ସୁଭଦ୍ରା ମ୍ୟାଜିକ୍ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି । ୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 03- ଉତ୍ତରାଖଣ୍ଡ ବଦ୍ରିନାଥ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ନିଖୋଜ ଥିବା ଆଉଜଣେ ଶ୍ରମିକଙ୍କ ମୃତଦେହ ମିଳିଛି । ଏଥିସହ ୩ ଦିନ ଧରି ଚାଲିଥିବା ରେସ୍କ୍ୟୁ ଅପରେସନ ଶେଷ ହୋଇଛି।
Headlines 04- କେନ୍ଦୁଝର ପାଟଣାରେ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, '୩୦ ହଜାରରୁ ୪୦ ହଜାର କୋଟି ବ୍ୟୟରେ ହେବାକୁ ଯାଉଛି ନୂଆ ପ୍ଲାଣ୍ଟ' । 'ଏନେଇ JSW ଓ ପୋସ୍କୋ କଂପାନୀ ସରକାରଙ୍କ ସହ MOU କରିଛନ୍ତି' ।
Headlines 05- ମୟୂରଭଂଜ ମହାଦେବଶାଳ ନିକଟରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। କରଞ୍ଜିଆ-ସିଙ୍ଗଡ଼ା ରାସ୍ତା ମହାଦେବଶାଳ ନିକଟରେ ଦୁଇଟି ସ୍କୁଟି ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣ ମୃତ୍ୟୁବରଣ କରିଥିଲେ । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
Headlines 06- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ। ରାଜସ୍ଥାନ ଜୟପୁର ସ୍ଥିତ ଏକ ତାରକା ହୋଟେଲରେ ବିବାହ କରିଛନ୍ତି ଶାରଦା । ଓଏଏସ ସିପ୍ରା ପ୍ରିୟଦର୍ଶିନୀଙ୍କୁ ଜୀବନସାଥୀ କରିଛନ୍ତି ଶାରଦା । ଆପଣଙ୍କୁ କହିରଖୁଛୁ ଯେ, ସିପ୍ରାଙ୍କ ଘର କେନ୍ଦ୍ରାପଡା ।
Headlines 07- ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲରେ ନିର୍ଯାତନା ଅଭିଯୋଗ ପରେ ବର୍ତ୍ତମାନ ତନାଘନା ଆରମ୍ଭ ହୋଇଛି । ତଦନ୍ତ ପାଇଁ ଏକ କମିଟି ଗଠନ କରିଛି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ । ୪ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଥିବାବେଳେ ଅତିରିକ୍ତ ସଚିବ, ଡେପୁଟି ସଚିବ, OSD କମିଟି ସଦସ୍ୟ ରହିଛନ୍ତି । କ୍ରୀଡ଼ା ବିଭାଗର ଅନୁସଚିବ ମଧ୍ୟ କମିଟିର ସଦସ୍ୟ ରହିଥିବା ସୂଚନା ମିଳିଛି । ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବ କମିଟି । ସୁଇମିଂ ହାଇ ପରଫରମାନ୍ସ ସେଣ୍ଟର କୋଚ୍ ବିରୋଧରେ ଛାତ୍ରମାନେ ଗୁରୁତର ଅଭିଯୋଗ ଆଣିଥିଲେ । ଅସଭ୍ୟ ଭାଷାରେ ଗାଳି ସହ କୋଚ୍ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା ।
Headlines 08- ନିଜ ଆଡୁ ରାସନ କାର୍ଡ ଫେରାଇବା ପାଇଁ ପୁଣିଥରେ ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାନ୍ତୁ । ଏଥିସହ ସହରାଞ୍ଚଳରେ ଯେଉଁମାନଙ୍କର ଆୟ ମାସକୁ ୧୫ ହଜାର ଟଙ୍କା ସେମାନେ ମଧ୍ୟ କାର୍ଡ ଫେରାଇ ଦିଅନ୍ତୁ । ମନ୍ତ୍ରୀ କହିଛନ୍ତି ଯେ, ସରକାର ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେନି ତେଣୁ ତୁରନ୍ତ ଫେରାଇ ଦିଅନ୍ତୁ । କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି ।
Headlines 09- ଶିମିଳିପାଳ ଅଭ୍ୟାରଣର ଅକୁହା କାହାଣୀକୁ ନେଇ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ‘ଶିମଲୀ’ । ଚଳଚିତ୍ରଟି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ପର୍ଯ୍ୟବେସିତ ରହିବା ସହିତ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ କାଠ ଓ ବିଭିନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ ଅକୁହା କାହାଣୀ ସିନେମା ମାଧ୍ୟମରେ ଦର୍ଶକେ ଦେଖିବାକୁ ପାଇବେ । ଫିଲ୍ମ ରିଲିଜ ନହେବା ପୁର୍ବରୁ ଏହାକୁ ମିଳିଛି ଅନେକ ପ୍ରଶଂସା । ଫିଲ୍ମରେ ଥିବା ସମସ୍ତ କଳାକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶିମିଳିପାଳକୁ ରକ୍ଷା କରିବାକୁ ନିଆଯାଉଥିବା ସମସ୍ତ ପ୍ରକାରର ପଦକ୍ଷେପ ଏହା ସହିତ ଜଙ୍ଗଳ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।
Headlines 10- ଆଜି ରାଜ୍ୟର ୧୦ ସହର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ସେମଧ୍ୟରୁ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ଭାବେ ୩୮.୨ ଡିଗ୍ରୀ ତାପମାତ୍ରା ସହ ପରିଗଣିତ ହୋଇଛି । ବଲାଙ୍ଗିର ୩୮.୧, ଅନୁଗୁଳ ୩୭.୯, ଟିଟିଲାଗଡ଼ ୩୭.୬, ଭଦ୍ରକ ଓ ଝାରସୁଗୁଡ଼ା ୩୭.୫, ଯାଜପୁର ୩୭.୨ ଡିଗ୍ରୀ, ବାରିପଦା, ସୋନପୁର ଏବଂ ଭବାନୀପାଟଣାରେ ୩୭ ଡିଗ୍ରୀ, ରାଜଧାନୀ ଭୁବନେଶ୍ବର ୩୬.୧ ଓ କଟକ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଛି ।