Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁହେବାକୁ ଯାଉଛି ନୂଆ ସିଲାବସ୍ । ଗଣଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, NEP ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ବଦଳିବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଆସିବ ନୂଆ ସିଲାବସ୍ । କମିଟି ତର୍ଜମା କରୁଛି ରାଜ୍ୟ ପାଇଁ ଯାହା ଠିକ୍ ହେବ ତାହା ସ୍ଥାନ ପାଇବ ।
Headlines 02- ତିନି ଦିନିଆ ରିମାଣ୍ଡ ଶେଷ ହେବା ପରେ ବାଲେଶ୍ବର OPID କୋର୍ଟରେ ହାଜର ହୋଇଛନ୍ତି ରାଜା ଚକ୍ର । ହାଜର ପରେ ବିଚାର ବିଭାଗୀୟ ଅଦାଲତକୁ ରାଜା ଚକ୍ରଙ୍କୁ ପଠାଇ ଦିଆଯାଇଛି । ଏପ୍ରିଲ ୩ ତାରିଖରେ ରାଜାଙ୍କ ଜାମିନ ନେଇ ଶୁଣାଣି ହେବ ।
Headlines 03- ମହାରାଷ୍ଟ୍ରରେ KSRTC ଡ୍ରାଇଭରଙ୍କ ଉପରେ ଆକ୍ରମଣ ଏବଂ 'ଗ୍ରେଟର ବେଙ୍ଗାଲୁରୁ ଗଭର୍ଣ୍ଣାନ୍ସ ବିଲ୍' ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଆଜି ୨୨ ମାର୍ଚ୍ଚରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯିବ। ଏହା ଲୋକଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରେ। କେଏସଆରଟିସି ଡ୍ରାଇଭରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ କନ୍ନଡ ସମର୍ଥକ ଗୋଷ୍ଠୀଗୁଡ଼ିକ ମହାରାଷ୍ଟ୍ରରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦକୁ ଅନେକ କନ୍ନଡ ସଂଗଠନ ସମର୍ଥନ କରିଛନ୍ତି। ତେଣୁ, ସହରର କିଛି ଦୋକାନ ଏବଂ ଟ୍ରାଫିକ୍ ପ୍ରଭାବିତ ହୋଇପାରେ।
Headlines 04- ହରିୟାଣାର ପାନିପତ ଜିଲ୍ଲାରେ ଜନନାୟକ ଜନତା ପାର୍ଟି ନେତା ରବିନ୍ଦ୍ର ମିନ୍ନାଙ୍କ ହତ୍ୟା ମାମଲାରେ ଏକ ନୂତନ ଅପଡେଟ୍ ଆସିଛି। ଗତକାଲି ରାତି ପ୍ରାୟ ୮ଟା ସମୟରେ ରବିନ୍ଦ୍ରଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରାଯାଇଥିଲା। ରବିନ୍ଦ୍ରଙ୍କ ସହିତ, ଆକ୍ରମଣକାରୀ ତାଙ୍କ ସମ୍ପର୍କୀୟ ଭାଇ ବିନିତ ଏବଂ ଅନ୍ୟ ଜଣେ ବ୍ୟକ୍ତି ବିନୟଙ୍କ ଉପରେ ମଧ୍ୟ ଗୁଳି ଚଳାଇଥିଲେ, ଯେଉଁଥିରେ ଉଭୟ ଆହତ ହୋଇଥିଲେ। ଆହତ ଉଭୟଙ୍କୁ ଜିଟି ରୋଡର ସିୱାହରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।
Headlines 05- ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସକାଳେ ବାଇକରେ ଯିବା ସମୟରେ ବେଲପାହାଡ଼ ପୌର ପରିଷଦ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମନୁ । ବାଇକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା ।
Headlines 06- ସରକାରୀ ଅର୍ଥକୁ ଆତ୍ମସାତ କରି ବେଟିଂ ଆପ୍ରେ ଲଗାଇଥିବା ମାମଲାରେ ଗିରଫ ହୋଇଛନ୍ତି ଦୁର୍ନୀତିଖୋର ନିଲମ୍ବିତ PEO ଦେବାନନ୍ଦ ସାଗର । ୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଥୁଆମୂଳ ରାମପୁର ବ୍ଲକର ୨ଟି ପଞ୍ଚାୟତରୁ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି । ୨୦୨୨ ମସିହାରେ ଭିଜିଲାନ୍ସ ଜାଲରେ ପଡ଼ି ନିଲମ୍ବିତ ହୋଇଥିଲେ ଦେବାନନ୍ଦ ।
Headlines 07- ଶନିବାର ସାରା ବିଶ୍ୱରେ ଆର୍ଥ ଆୱାର ପାଳନ କରାଯିବ। ଭାରତର ଲୋକମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାକୁ ଅପିଲ କରାଯାଇଛି। ୨୨ ମାର୍ଚ୍ଚ ରାତି ସାଢେ ୮ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ଘର ଏବଂ କର୍ମକ୍ଷେତ୍ରରେ ଅନାବଶ୍ୟକ ଲାଇଟ୍, ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ନିବେଦନ କରାଯାଇଛି। ବିଦ୍ୟୁତ୍ କମ୍ପାନୀ BSES ଏବଂ ଟାଟା ପାୱାର ନିଜେ ଆର୍ଥ ଆୱାର ସମୟରେ ସେମାନଙ୍କର ୪୦୦ରୁ ଅଧିକ କାର୍ଯ୍ୟାଳୟରେ ଅଣ-ଅତ୍ୟାବଶ୍ୟକୀୟ ଲାଇଟ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
Headlines 08- ବ୍ରହ୍ମପୁର ସହରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରେ ହୁକ୍କା ବିକ୍ରି ହେଉଥିବା ଖବର ଜାଣିବା ପରେ ପ୍ରାୟ ସବୁ ସ୍ଥାନରେ ରେଡ୍ କରାଯାଇ ଅନେକ ହୁକ୍କା ସାମଗ୍ରୀକୁ ଜବତ କରିଛି ପୁଲିସ । ଏହି ହୁକ୍କା ଟାଣିବାରେ ନାବାଳକଙ୍କ ସଂପୃକ୍ତି ରହୁଥିବା ନେଇ କୁହାଯାଉଥିଲା । ଏ ନେଇ ପୁଲିସ ଥାନାରେ ଅଭିଯୋଗ ପରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଗତକାଲି ରାତିରେ ସହରର ୭ଟି ରେଷ୍ଟୁରାଣ୍ଟ ଓ ବାରରେ ଚଢାଉ କରାଯାଇଥିଲା ।
Headlines 09- ଦିଗପହଣ୍ଡି ବମକେଇ-କୁମରଡ଼ା ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ର ବଜ୍ରାଘାତର ଶିକାର ହୋଇଛନ୍ତି । ଛାତ୍ରଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରଙ୍କ ଘର ନାରାୟଣପାଟଣା ଗାଁରେ ବୋଲି ଜଣାପଡିଛି ।
Headlines 10- ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ଅନ୍ୟପଟେ, ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବାରୁ ତାତିରୁ ତ୍ରାହି ମିଳିବ । କିଛି ସ୍ଥାନରେ ବର୍ଷା ସହ କୁଆପଥର ମାଡ ଏବଂ ହାଲୁକା ପବନ ବହିବାର ଆଶଙ୍କା ରହିଛି । ଗତକାଲି ବାଲେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା । ଆସନ୍ତା କାଲି ମଧ୍ୟ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି