Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର
Trending Photos
Top 10 News Today:
01- ପ୍ରାୟ ୧ ସପ୍ତାହର ନିରବତା ପରେ ବାଂଲାଦେଶରେ ପୁଣିଥରେ ସଂରକ୍ଷଣ ବିରୋଧୀ ହିଂସା ଉଗ୍ର ରୂପ ନେଇଛି। ଆଜି ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ଓ ସଂରକ୍ଷଣ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଭୀଷଣ ହିଂସା ଯୋଗୁଁ ୧୧ଟି ଜିଲ୍ଲାରେ ୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ହିଂସା ରୋକିବାକୁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ଏବଂ ସମଗ୍ର ଦେଶରେ କର୍ଫ୍ୟୁ ଜାରି ହୋଇଛି। ସଂରକ୍ଷଣ ବିରୋଧରେ ଛାତ୍ରଛାତ୍ରୀଙ୍କ ବିରୋଧ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଧାନମନ୍ତ୍ରୀ ପଦ ଉପରେ ଖଣ୍ଡା ଝୁଲିଛି। ଏହି ସମୟରେ ରାଜଧାନୀ ଢାକା ସମେତ ସାରା ଦେଶରେ ସେନା ମୁତୟନ କରାଯାଇଛି।
02- ବିହାରର ହାଜିପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହେତୁ ୯ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ୬ ଜଣ କାଉଡିଆଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଜନ୍ଦାହା ରୋଡରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ପୋଲିସ୍ ଷ୍ଟେସନ୍ ଅଧୀନରେ ଥିବା ବାବା ଚୁହରମଲ ଅଞ୍ଚଳରେ କାଉଡିଆ ଡିଜେ ଗାଡି ଉପର ଦେଇ ଯାଉଥିବା ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି । ସମସ୍ତ ମୃତକଙ୍କ ବୟସ ୧୫ ରୁ ୨୦ ବର୍ଷ ବୋଲି କୁହାଯାଉଛି।
03- ଷ୍ଟକ୍ ମାର୍କେଟକୁ ବଡ଼ ଝଟ୍କା ଲାଗିଛି । ମାର୍କେଟ୍ ଖୋଲୁ ଖୋଲୁ ଆଜି କ୍ରାସ୍ ଦେଖିବାକୁ ମିଳିଥିଲା । ଓପନିଂ ଟ୍ରେଡରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE ସବୁଠୁ ଖରାପ ପ୍ରଦର୍ଶନ କରିଛି । ମାର୍କେଟ ଖୋଲିବା ପରେ ସେନସେକ୍ସ ୧୫ ଶହରୁ ଅଧିକ ଖସିଥିବା ସମୟରେ ନିଫଟି ୪୬୩ ପଏଣ୍ଟ ଖସିଥିଲା ।
04- ଆଳୁକୁ ନେଇ ରାଜନୀତି ପୁଣି ସରଗରମ ହୋଇଛି । ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆଣିବୁ ବୋଲି କହିଛନ୍ତ ଯୋଗାଣ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ପାତ୍ର । ଏଥିସହ ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ ଓଡ଼ିଶାରେ ଏବେ ୟୁପି ଆଳୁ ବିକ୍ରି ହେଲାଣି ଏବଂ ତାହାର କ୍ୱାଲିଟି ବହୁତ ଭଲ ବୋଲି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗ କରୁଥିବା ବ୍ଲାକମେଲ୍ର ଶିକାର ନହୋଇ ନିଜ ସ୍ୱାଭିମାନକୁ ଦେଖିଲୁ ବୋଲି ମନ୍ତ୍ରୀ କହିଥିଲେ ।
05- ନୂଆ ସରକାର ଆସିବା ପରେ ଏବେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ଛାଟ ବାଜୁଛି । ଆଜି କଟକ ସର୍କଲ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ସହ ଜଡିତ ୧୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା ସହ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ଅନ୍ୟପଟେ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାହାକୁ ଛଡାଯିବନି । ଦୁର୍ନୀତି ପ୍ରତି ସରକାର ଆହୁରି କଠୋର ହେବେ ।
06- ରାଜ୍ୟର ସମସ୍ତ ଏବଂ ବ୍ଲକ ସ୍ତରରେ ପହଞ୍ଚି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମୋଟ ୧୭୫୦ ଜଣ ପଞ୍ଜୀକରଣ କରିଥିବାରୁ ଏନେଇ ବ୍ୟବସ୍ଥା କରାଯାଉଛି । ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
07- ଝାରସୁଗୁଡାର ନବନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଟଙ୍କଧରଙ୍କ ବିରୋଧରେ ଅଭିଯୋଗ ଆଣି ହାଇକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ପତ୍ରରେ ଦୀପାଳି ଦର୍ଶାଇଥିଲେ ଯେ ଟଙ୍କଧର ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ରହିଛନ୍ତି। ମାତ୍ର ଟଙ୍କଧର ନିର୍ବାଚନ ସତ୍ୟପାଠରେ ଏହାକୁ ଦର୍ଶାଇ ନ ଥିବା ନେଇ ଅଭିଯୋଗ ଆଣିଥିଲେ। ଫଳରେ ଏହି ଅଭିଯୋଗକୁ ଗୁରୁତର ନେବା ସହିତ ହାଇକୋର୍ଟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କୋର୍ଟରେ ହାଜର ହେବା ସହିତ ନିଜର ପକ୍ଷ ରଖିବାକୁ କହିଛନ୍ତି।
08- ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ରତ୍ନଭଣ୍ଡାର ଯାଞ୍ଚ ଏସ୍ଓପି । ଏସ୍ଓପି ପ୍ରସ୍ତୁତି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ଲେଜର ସ୍କାନିଂ ବା ସାଇଣ୍ଟିଫିକ୍ ମେଥଡ୍ ନେଇ ଏସ୍ଓପି କରାଯାଇଛି । ମରାମତି ପୂର୍ବରୁ ଯାଞ୍ଚ କରାଯିବାକୁ ଏସ୍ଓପି ପ୍ରସ୍ତୁତ ହୋଇଛି । ଭିତରେ ଥିବା ଖାଲି ଆଲମିରା, ସିନ୍ଦୁକ ସ୍ଥାନାନ୍ତର କରାଯିବା ନେଇ ଏସ୍ଓପି ପ୍ରସ୍ତୁତ ହୋଇଛି । ପ୍ରସ୍ତୁତ ହୋଇଥିବା ଏସ୍ଓପିକୁ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ ।
09- ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସ୍ୱତନ୍ତ୍ର ଖସାପଡ଼ା ନୀତି ଅନୁଷ୍ଠିତ ହେଉଛି । ଦ୍ୱିତୀୟ ଭୋଗମଣ୍ଡପ ପରେ ହେବ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଆରମ୍ଭ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି । ,ଖସାପଡ଼ା ନୀତି ଅନୁଷ୍ଠିତ ହେବା ସମୟରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।
10- ସକ୍ରିୟ ମୌସୁମୀ ପ୍ରଭାବରେ ୦୬ ଅଗଷ୍ଟରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ନେଇ ମଙ୍ଗଳବାର ଦିନ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼ । ଏହି ସବୁ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି।
Also Read- Shani Gochar 2024: ଶନିଙ୍କ ଶୁଭଦୃଷ୍ଟି ୩ ରାଶିରେ, ସୁନା ପରି ଝଲସିବ ଭାଗ୍ୟ