Advertisement
Article Detail0/zeeodisha/odisha2750286
Zee OdishaTop 10 NewsTop 10 News Today: ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ, ହାଇ ଆର୍ଲଟରେ ଦିଲ୍ଲୀ ଓ ସକାଳର ୧୦ ବଡ଼ ଖବର

Top 10 News Today: ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ, ହାଇ ଆର୍ଲଟରେ ଦିଲ୍ଲୀ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ବର୍ତ୍ତମାନର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ, ହାଇ ଆର୍ଲଟରେ ଦିଲ୍ଲୀ ଓ ସକାଳର ୧୦ ବଡ଼ ଖବର

ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ
ଜମ୍ମୁ କାଶ୍ମୀର ଉପରେ ଡ୍ରୋନ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତ। ପାକିସ୍ତାନର ସିଆଲକୋଟ୍, ଲାହୋର ଓ ରାଜଧାନୀ ଇସ୍ଲାମାବାଦ ଉପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପ୍ରଚଣ୍ଡ ବୋମାବର୍ଷଣ କରାଯାଉଛି। ଏହି ଆକ୍ରମଣରେ ଡ୍ରୋନର ବ୍ୟବହାର ମଧ୍ୟ କରାଯାଉଛି । ଭାରତ ପୂର୍ବରୁ ହିଁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିସାରିଛି । ଏହାଛଡ଼ା କିଛି ସମୟ ପୂର୍ବରୁ ଭାରତ ଲାହୋରର ଆଉ ଏକ ଆଓ୍ବାକସ୍ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି । କେତେକ ରିପୋର୍ଟ ଅନୁସାରେ ଭାରତୀୟ ନୌସେନା ବି ସକ୍ରିୟ ହୋଇଯାଇଛି । ଏହା ପରେ ବନ୍ଦର ନଗରୀ କରାଚୀ ଓ ବାହାବଲପୁରରେ ସାଇରନ ବାଜି ଉଠିଛି। 

ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି
ଗତକାଲି ରାତିଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବା ସହିତ ସମସ୍ତ ସହରର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜମ୍ମୁ ସମେତ ଅନେକ ସୀମାନ୍ତ ଅଞ୍ଚଳ ସୀମାପାର ଗୁଳିବର୍ଷଣ ହୋଇଥିବା ହାଇ ଆଲର୍ଟ ଜାରି କରାଯାଇଛି।  ଲାଲକିଲ୍ଲା ଓ ଇଣ୍ଡିଆ ଗେଟରୁ ସମସ୍ତଙ୍କୁ ଚାଲିଯିବାକୁ କୁହାଯାଇଛି ଏବଂ ସେଠାରେ ଯାତାୟାତ ନିୟନ୍ତ୍ରଣ କରାଯାଇଛି। କଙ୍କୁ ଅଞ୍ଚଳ ଖାଲି କରିବାକୁ ପୁଲିସ ଦ୍ୱାରା ସୂଚୀତ କରାଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ହାଇ ଆର୍ଲଟ
ଯୁଦ୍ଧର ସ୍ଥିତିକୁ ଦେଖି ରାଜ୍ୟର ବିଭିନ୍ନ ସ୍ଥାନରେ ହାଇଆର୍ଲଟ ଜାରି କରାଯାଇଛି। ପାରାଦୀପ, ପୁରୀ, କୋଣାର୍କ, ଚାନ୍ଦିପୁର ଘାଟି ସହିତ ଅନେକ ସ୍ଥାନରେ ହାଇ ଆର୍ଲଟ ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିରର ସୁରକ୍ଷାକୁ ବଢାଇ ଦିଆଯାଇଛି। ସେହିପରି ହୀରାକୁଦ ବନ୍ଧର ଉଭୟ ପାର୍ଶ୍ୱରେ ସୁରକ୍ଷାକୁ ମଧ୍ୟ ବଢାଇ ଦିଆଯାଇଛି। ସମାନ ଢଙ୍ଗରେ ଚାନ୍ଦିପୁର ଓ ଗୋପାଳପୁର ବନ୍ଦରକୁ ମଧ୍ୟ ହାଇ ଆର୍ଲଟରେ ରଖାଯାଇଥିବା ନେଇ ସୂଚନା ରହିଛି। 

Add Zee News as a Preferred Source

ଏଟିଏମ ବନ୍ଦ ଗୁଜବକୁ ନେଇ ସ୍ପଷ୍ଟିକରଣ ରଖିଲା ଏସବିଆଇ
ଏଟିଏମ ବନ୍ଦ ନେଇ ସୃଷ୍ଟି ହୋଇଥିବା ଗୁଜବରେ ଉପରେ ପୂର୍ଣ୍ଣଛେଦ ପକାଇଛି ପିଆଇବି। ପିଆଇବି କହିଛି ଯେ  ଏକ ହ୍ୱାଟସଆପ୍ ମେସେଜ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଇଛି ଯେ ଏଟିଏମ୍ ୨ରୁ ୩ ଦିନ ପାଇଁ ବନ୍ଦ ରହିବ। ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ପିଆଇବି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ।ଲୋକମାନଙ୍କୁ କୁହାଯାଇଛି ଯେ ସେମାନେ ଏପରି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଅନ୍ୟମାନଙ୍କୁ ପଠାନ୍ତୁ ନାହିଁ। ଯେକୌଣସି ଖବର ସେୟାର କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବାକୁ PIB ସମସ୍ତଙ୍କୁ ନିବେଦନ କରିଛି। ଆପଣଙ୍କୁ କହିରଖୁଛୁ ଯେ, ସୋସିଆଲ ମିଡିଆରେ ନକଲି ଖବର ପ୍ରସାରଣ ନୂଆ କଥା ନୁହେଁ। ପ୍ରାୟତଃ ଅନେକ ସମୟରେ ବିଭିନ୍ନ ଖବର ନିଶ୍ଚିତକରଣ ବିନା ଭାଇରାଲ ହୋଇଥାଏ। ଏହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥାଏ। ବିଶେଷକରି ହ୍ୱାଟସଆପ୍ ଭଳି ମେସେଜିଂ ପ୍ଲାଟଫର୍ମରେ ଏପରି ଖବର ଶୀଘ୍ର ବ୍ୟାପିଥାଏ । 

ବନ୍ଦ ହେଲା ଆଇପିଏଲ
ବିସିସିଆଇ ଅଧିକାରୀ ନ୍ୟୁଜ ଏଜେନ୍ସି ପିଟିଆଇକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ 'ଦେଶ ଯୁଦ୍ଧରେ ଥିବା ସମୟରେ କ୍ରିକେଟ୍ ଖେଳାଯିବା ଅତ୍ୟନ୍ତ ଅଶୋଭନୀୟ।' IPL 2025 ସିଜିନ୍ ତା'ର ଅନ୍ତିମ ପର୍ଯ୍ୟାୟରେ ଥିଲା। ଫାଇନାଲ୍ ସମେତ ମୋଟ ୧୬ ମ୍ୟାଚ୍ ଖେଳାଯିବାକୁ ବାକି ଥିଲା। ଆଇପିଏଲ ୨୦୨୫ ସିଜିନର ଫାଇନାଲ ମ୍ୟାଚ୍ ୨୫ ମଇରେ କୋଲକାତାରେ ଖେଳାଯିବାର ଥିଲା, କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପୂର୍ବରୁ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟ ପାକିସ୍ତାନ ସୁପର ଲିଗ୍ (ପିଏସଏଲ)କୁ ୟୁଏଇ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଚୂର ଔଷଧ ମହଜୁଦ ରଖ
ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ପରେ ପ୍ରଚୁର ଔଷଧ ମହଜୁଦ୍ ରଖିବାକୁ ଔଷଧ ନିର୍ମାତା କଂପାନି ଓ ବିତରକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତବନୀ ବି ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।

ଭାରତ-ପାକିସ୍ତାନ ଯୁଦ୍ଧ: ମୁହଁ ଫେରାଇନେଲା ଆମେରିକା
ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଶୁଣାଯାଉଥିବା ବେଳେ ଏବେ କିନ୍ତୁ ଏହି ମାମଲା ନୂଆ ମୋଡ଼ ନେଇଛି। ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ  ଆମର କୌଣସି କାମ ନାହିଁ। ସେ ଆହୁରି ବି କହତିଛନ୍ତି, "ଆମେ ଯାହା କରିପାରିବା; ତାହା ହେଉଛି  ଦୁଇ ଦେଶର ଲୋକମାନଙ୍କୁ ଟିକିଏ ଉତ୍ତେଜନା କମ କରିବାକୁ ଉତ୍ସାହିତ କରିବା। କିନ୍ତୁ ଆମେ ଯୁଦ୍ଧର ମଧ୍ୟଭାଗରେ ସାମିଲ ହେବୁ ନାହିଁ। ଏଥିରେ ଆମର କୌଣସି କାମ ନାହିଁ। ଏହାକୁ ନିୟନ୍ତ୍ରଣ କରିବାକୁ ଆମେରିକାର ତା’ର କ୍ଷମତା ପ୍ରୟୋଗ କରିବ ନାହିଁ।

ରାଜ୍ୟରେ ବଢିବ ତାତି
ରାଜ୍ୟରେ ପୁଣି ବଢିବ ତାତି।  ଆସନ୍ତା ତିନି ଦିନ ଭିତରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବା ନେଇ ଆଶଙ୍କା ରହିଛି। ୧୦ ରୁ ୧୪ ତାରିଖ  ପର୍ଯ୍ୟନ୍ତ  କଲବଲ କରିବ ଗ୍ରୀଷ୍ମ ଜ୍ବଳା। ଆଭ୍ୟନ୍ତରୀଣ ଓଡି଼ଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ ଗୁଳୁଗୁଳି  ଅସମ୍ଭାଳ ହେବ। ଯଦିଓ କିଛି ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହେବ। ମାତ୍ର ବିସ୍ତୁତ ଅଞ୍ଚଳରେ ଏହାର ପ୍ରଭାବ ପଡିବନି। ଆଇଏମଡି ରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ୨ ସପ୍ତାହ ପାଇଁ  ବିସ୍ତାରିତ ପୂର୍ବାନୁମାନ ଜାରି ରହିଛି।  ଏହି ଆକଳନ ଅନୁସାରେ ୧୦ ରୁ  ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩୮ ରୁ ୪୧ ଡିଗ୍ରୀ ସେଲସିୟସ୍ ରହିପାରେ। 

ଆବୁଧାବିକୁ ଉଡିବ ବିମାନ
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ିବ ।  ଜୁନ୍‌ ମାସରୁ ଏହି ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି। ପର୍ଯ୍ୟଟନ, ବାଣିଜ୍ୟ ଏବଂ ଏକ ବିକଶିତ ଓଡ଼ିଶା ସମ୍ଭାବନାକୁ ବୃଦ୍ଧି କରିବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ।ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

୮୦୦ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ତେବେ, ଏହାରି ଭିତରେ ସରକାର ଭାରତରେ ୮୦୦ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଆଦେଶରେ କୁହାଯାଇଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ X କମ୍ପାନୀ ଉପରେ ସମ୍ଭାବ୍ୟ ଦଣ୍ଡ ମଧ୍ୟ ଲାଗୁ କରାଯାଇପାରେ। 

About the Author