)
ଆସୁଛି ବାତ୍ୟା ମନ୍ଥା
ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ଦୁଇଦିନ ଭିତରେ ବାତ୍ୟା ରୂପ ନେଇପାରେ। ଏହି ବାତ୍ୟାର ନାଁ ମନ୍ଥା ରଖାଯାଇଛି। ବାତ୍ୟା ମନ୍ଥା ୨୭ ତାରିଖ ଅର୍ଥାତ୍ ରବିବାର ସକାଳୁ ଏହା ତାମିଲନାଡ଼ୁ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ଧନଜୀବନ କ୍ଷତି ଘଟାଇପାରେ।
ବାତ୍ୟା ପାଇଁ ସରକାର ସଜାଗ
ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଆମକୁ ପ୍ରତି ମୁହୂର୍ତ୍ତରେ ସତର୍କ ରହିବାକୁ ପଡ଼େ। ଏହି ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଆମର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ରିଲିଫ୍ କେନ୍ଦ୍ରଗୁଡ଼ିକୁ ସକ୍ରିୟ କରାଯାଇଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସେଠାକୁ ସ୍ଥାନାନ୍ତରୀତ କରାଯିବ। ଜିଲ୍ଲାଗୁଡ଼ିକରେ ଖାଦ୍ୟ ପଦାର୍ଥ ମହଜୁଦ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି। ଗର୍ଭବତୀ ମହିଳାଙ୍କ ତଥ୍ୟ ସଂଗ୍ରହ କରାଯାଇଛି। ଜରୁରୀ ଅବସ୍ଥାରେ ସେମାନଙ୍କୁ ଯେପରି ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଇପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଥିବା ସେ କହିଛନ୍ତି।
ପ୍ରଦୂଷିତ ବାୟୁ ପାଇଁ ବାର୍ଷିକ ୨୦ ଲକ୍ଷଲୋକଙ୍କ ମୃତ୍ୟୁ: ରିପୋର୍ଟ
ବିଶ୍ୱର ବାୟୁ ଉପରେ ଗବେଷଣା କରୁଥିବା ସଂଗଠନ ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର ରିପୋର୍ଟ ଦ୍ୱାରା ଏକ ନୂତନ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ଏବଂ ଚୀନରେ ୨୦୨୩ ମସିହାରେ ପ୍ରଦୂଷିତ ବାୟୁ ନିଶ୍ୱାସ ନେବା ଯୋଗୁଁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ବାଂଲାଦେଶ, ପାକିସ୍ତାନ, ନାଇଜେରିଆ ଭଳି ଦେଶରେ ମଧ୍ୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଇଣ୍ଡୋନେସିଆ, ମିଆଁମାର, ଇଜିପ୍ଟରେ ମଧ୍ୟ ପରିସ୍ଥିତି ଖରାପ ରହିଛି। ଏଠାରେ ଗୋଟିଏ ବର୍ଷ ମଧ୍ୟରେ ୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।
ଆଇନଜୀବୀ ପୀତବାସ ହତ୍ୟା ମାମଲା: ବିକ୍ରମଙ୍କ ପାଇଁ ଲଢ଼ିବେ ୪୪ ଓକିଲ
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ । ଏନେଇ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି ୪୪ ଓକିଲ । ବିକ୍ରମ ପଣ୍ଡାଙ୍କ ସମେତ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ମଧ୍ୟ ୪୪ ଓକିଲ ଲଢ଼ିବେ। ସପେଟେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଦାସକୁ ଛାଡିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ଛାଡିଥିବା ସୂଚନା ମିଳିଛି । ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ । ସେ ତଦନ୍ତରେ ସହଯୋଗ କରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ବିଶିଷ୍ଟ କବି ରାଜେନ୍ଦ୍ର ପଣ୍ଡାଙ୍କର ମୃତ୍ୟୁ
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ୮୧ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଛି। ତାଙ୍କ ନାମରେ ୧୬ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି। ୧୯୮୫ରେ ତାଙ୍କ ପ୍ରକାଶିତ ପୁସ୍ତକ ଶୈଳକଳ୍ପପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୨୦୧୦ ମସିହାରେ ସେ ଗଙ୍ଗାଧର ଜାତୀୟ ସମ୍ମାନ ପ୍ରାପ୍ତ କରିଥିଲା। ସେହିପରି ୨୦୨୦ରେ ତାଙ୍କୁ କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା। କବି ଶ୍ରୀ ପଣ୍ଡାଙ୍କ ଜନ୍ମ ୨୯ ଜୁନ୍ ୧୯୪୪ରେ ଝାରସୁଗୁଡ଼ାର ଜିଲ୍ଲା ବଟଲଗା ଗାଁରେ ହୋଇଥିଲା।
ଦିଲ୍ଲୀରେ ବଡ଼ ଆକ୍ରମଣ ଯୋଜନା ପଣ୍ଡ
ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ । ଦିଲ୍ଲୀର ଜଣେ ଓ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏମାନଙ୍କ ଟାର୍ଗେଟ୍ରେ ଥିଲା । ଗୁଇନ୍ଦା ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ର ମିଳିତ ସହଯୋଗରେ ଦୁଇ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି ।
ଘରପିଛା ମିଳିବ ଅତିରିକ୍ତ ୫ କେଜି ଚାଉଳ
ଆଉ ତିନିମାସ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ । ଘୋଷଣା କଲେ ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବାକୁ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ, ୧୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେପେଟ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ମୋଟ୍ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି ।
କର୍ଣ୍ଣୁଲ ବସ ଟ୍ରାଜେଡ଼ି: ସହାୟତା ରାଶି ଘୋଷଣା କେ ସରକାର
ହାଇଦ୍ରାବାଦ୍-ବେଙ୍ଗାଲୁରୁ ଜାତୀୟ ରାଜପଥରେ ବସରେ ନିଆଁ ଲାଗି ୧୨ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ତେଲରେ ଲେଖିଛନ୍ତି ଯେ,'ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ହୋଇଥିବା ବସ୍ ଅଗ୍ନିକାଣ୍ତ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯାହାକୁ ନେଇ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ ପରିବାର ସହସ୍ୟଙ୍କ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି'। ସେପଟେ, ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ରାଶି ଘୋଷଣା କରିବା ସହିତ ଆହତଙ୍କୁ୫୦ ହଜାର ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ
୩୦ ଲକ୍ଷ ଟନ୍ର ଆଲୁମିନିୟମ ପ୍ଲାଣ୍ଟ ବେଦାନ୍ତ କରିବ ବୋଲି ସୂଚନା ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷଙ୍କ ସୂଚନା ଦେଇଛନ୍ତି। ଫଳରେ ୩୦ରୁ ୪୦ ହଜାର ଲୋକେ କାମ ପାଇବେ ବୋଲି ସେ କହିଛନ୍ତି।