Top 10 News: ଚୁଟକୀରେ ପଢିନିଅନ୍ତୁ ଦିନତମାମର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
ଜମ୍ମୁରେ ପାକିସ୍ତାନର ଡ୍ରୋନ ମାଡ଼
ଆଜି ରାତି ପ୍ରାୟ ସାଢେ ୮ରୁ ୯ଟା ମଧ୍ୟରେ ପାକିସ୍ତାନ ଜମ୍ମୁର ବିମାନବନ୍ଦର ସମେତ ଅନେକ ସ୍ଥାନରେ ଆକ୍ରମଣ କରିଛି। ଏହା ବ୍ୟତୀତ ପଠାଣକୋଟରେ ମଧ୍ୟ ଅନେକ ସ୍ଥାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଛି। ତଥାପି, ଭାରତୀୟ ସେନା ଏହାର ଆକ୍ରମଣକୁ ପଣ୍ଡ କରିଦେଇଛି ଏବଂ ଏହାର 8ଟି କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି। ସୂତ୍ର ଅନୁସାରେ ପାକିସ୍ତାନର ଏହି ଆକ୍ରମଣ ସତୱାରୀ, ବିମାନବନ୍ଦର, ସୁଞ୍ଜୱାନ, ଜାନିପୁର, ଚୌଧି ଅଞ୍ଚଳରେ ଏକ ଡ୍ରୋନ ଆକ୍ରମଣ କରିଥିବା ଜଣାପଡ଼ିଛି।
ଦୁଇଟି ଯୁଦ୍ଧ ବିମାନକୁ ମାରି ଖସାଇଲା ଭାରତ
ଆଜି ଜମ୍ମୁ ଉପରେ ଡ୍ରୋନ ମାଡ କରୁଥିବା ସମୟରେ ଭାରତକୁ ସଫଳତା ମିଳିଛି। ପାକିସ୍ତାନର ତିନୋଟି ଯୁଦ୍ଧ ବିମାନ JF-17କୁ ମାରି ଖସାଇଛି ଭାରତ। ପାକିସ୍ତାନ ତାର ନାପାକ୍ କାର୍ଯ୍ୟରୁ ଦୁରେଇ ରହୁନାହିଁ। ବାରମ୍ବାର ସତର୍କ କରାଯିବା ସତ୍ତ୍ୱେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାରେ ଲାଗିଛି। ଜମ୍ମୁ, ରାଜସ୍ଥାନର ଜୈସଲମେର ଆଦି ସ୍ଥାନରେ ପାକିସ୍ତାନ ଟାର୍ଗେଟ କରି ଡ୍ରୋନ ମାଡ କରିଛି। କିନ୍ତୁ ଡିଫେନସ ଏୟାର ସିଷ୍ଟମ ଏସ 400 ସାହାଯ୍ୟରେ ସେ ସବୁକୁ ଖସାଇ ଦିଆଯାଇଥିବା ନେଇ ସୂଚନା ରହିଛି।
ବାରମ୍ବାର ମିଛ କହୁଛି ପାକିସ୍ତାନ
ପାକିସ୍ତାନ ଜନ୍ମରୁ ମିଛ କହି ଆସିଛି। ଆଜି ବି ମିଛ କହୁଛି। ଭାରତ କେବେ ବି କୌଣସି ସାମରିକ ଭିତ୍ତିଭୂମି ବା ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁନାହିଁ। ବରଂ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏବଂ କାର୍ଯ୍ୟକଳାପକୁ ଧାର୍ମିକ ଆଢ଼ୁଆଳରେ ରଖିଛି ବୋଲି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆଜି ‘ଅପରେସନ୍ ସିନ୍ଦୁର’ର ଅବସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେବା ଅବସରରେ ଶ୍ରି ମିଶ୍ରି ଏହା କହିଛନ୍ତି।
ଦିଲ୍ଲୀ, ଜମ୍ମୁ ସହିତ ଏକାଧିକ ସହର ବ୍ଲାକ ଆଉଟ
ଜମ୍ମୁରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିବା ପରେ ଦିଲ୍ଲୀ, ଜମ୍ମୁ, ଶ୍ରୀନଗର, ଜୈସଲମେର ଆଦି ସହରକୁ ବ୍ଲାକ ଆଉଟ କରିଦିଆଯାଇଛି। ପଞ୍ଜାବର ଅମୃତସର ସହରକୁ ସମ୍ପୂର୍ଣ୍ଣ ଭାବେ ବ୍ଲାକ ଆଉଟ କରିଦିଆଯାଇଛି। ପଠାନକୋଟ, ଗୁରଦାସପୁର, ଗୁଜୁରାଟର କଚ୍ଛ ଅଞଳକୁ ମଧ୍ୟ ସକାଳ ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବ୍ଲାକଆଉଟ କରିଦିଆଯାଇଛି।
୧୫ଟି ସହରକୁ ଟାର୍ଗେଟ କରିଛି ପାକିସ୍ତାନ
ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍। ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍। ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍, ଫଲୋଦି, ଉତ୍ତରଲାଇ, ଭୁଜକୁ ଟାର୍ଗେଟ୍, ଡ୍ରୋନ ଓ ମିଜାଇଲ୍ ଜରିଆରେ ଟାର୍ଗେଟ୍ କଲା ପାକିସ୍ତାନ।
ଅଧାରେ ଅଟକିଲା ଆଇପିଏଲ, ଧର୍ମଶାଳା ଷ୍ଟାଡିୟମକୁ କରାଗଲା ଅନ୍ଧାର
ପାକିସ୍ତାନ ଜମ୍ମୁ ସମେତ ଦେଶର ଅନେକ ସ୍ଥାନରେ ଆକ୍ରମଣ କରିଛି। ଏହାକୁ ଦୃଷ୍ଟିରେ ରଖି, ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ କୁ ମଝିରେ ବନ୍ଦ କରିଦିଆଯାଇଛି। ସମସ୍ତ ଖେଳାଳି ଡ୍ରେସିଂ ରୁମକୁ ଫେରି ଯାଇଛନ୍ତି ଏବଂ ଫ୍ଲଡଲାଇଟ୍ ମଧ୍ୟ ବନ୍ଦ କରିଦିଆଯାଇଛି। ଧର୍ମଶାଳାରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ କାଟ ହୋଇଛି। ପାକିସ୍ତାନ ଜମ୍ମୁର ଅନେକ ସ୍ଥାନରେ ଆକ୍ରମଣ କରିଛି। ସେହି ସମୟରେ, ପାକିସ୍ତାନ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି। ତଥାପି, ଭାରତୀୟ ସେନା ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି।
ଓଟିଟିରୁ ହଟିବ ପାକିସ୍ତାନର କଣ୍ଟେଣ୍ଟ
ଯୁଦ୍ଧକାଳୀନ ସ୍ଥିତିରେ ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଟ୍ । ସମସ୍ତ ପାକିସ୍ତାନୀ କଣ୍ଟେଟ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତିରେ ଓଟିଟି ପ୍ଲାଟଫର୍ମ ଏବଂ ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମକୁ ବଡ ନିର୍ଦ୍ଦେଶ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।ଏହି ନିର୍ଦ୍ଦେଶ ପରେ ଓଟିଟି ପ୍ଲାଟଫର୍ମରୁ ହଟିବ ସମସ୍ତ ପାକିସ୍ତାନୀ ୱେବସିରିଜ ଏବଂ ସିନେମା । ପାକିସ୍ତାନୀ ଗୀତ ଏବଂ ପୋଡକାଷ୍ଟକୁ ବି ହଟାଇବାକୁ ନିର୍ଦ୍ଦେଶ । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରହି ଏସବୁ ଉପରେ କଟକଣା ଲଗାଗଲା ।
ତାରାତାରିଣୀ ମନ୍ଦିର ପାଇଁ ୬୮ କୋଟି ଟଙ୍କା
ରାଜ୍ୟ ସରକାର ମାଁ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ ୬୮ କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।
ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି
ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି। ଏହି ପ୍ରସ୍ତାବ ସମେତ ୫ଟି ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକରେ ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
ସପ୍ତାହେ ଭିତରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା: ଖାଉଟି କଲ୍ୟାଣ ମନ୍ତ୍ରୀ
ଗୋଟିଏ ସପ୍ତାହ ମଧ୍ୟରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ଆଉ ସପ୍ତାହେ ମଧ୍ୟରେ ଓଡ଼ିଶାରେ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ଆଜି ଖାଦ୍ୟ ଯୋଗାଣକାରୀ, ଗ୍ରାହକ କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରବି ଫସଲ କ୍ରୟ ପାଇଁ ପଞ୍ଜୀକରଣ ସମାପ୍ତ ହୋଇଛି। ଏଥର ୨୦ଟି ଜିଲ୍ଲା ନିଆହେଇଛି, ପୂର୍ବରୁ ୧୭ ଟି ଜିଲ୍ଲାରେ ପଞ୍ଜୀକରଣ କରାଯାଉଥିଲା। ପଞ୍ଜୀକରଣ ପରେ, ଏକ ସାଟେଲାଇଟ୍ ସର୍ଭେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।