)
ନୂଆପଡ଼ାରେ ରେକର୍ଡ ଭୋଟ
କାଁ ଭାଁ ତୁତୁ ମେଁମେଁକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସରିଛି ନୂଆପଡ଼ା ଉପ ନିର୍ବାଚନ ପାଇଁ ମତଦାନ। ମାଓ ଇଲାକା ସୁନାବେଡ଼ା ହେଉ କିମ୍ବା ବ୍ୟାବସାୟିକ ପେଣ୍ଠ ଖରିଆର ରୋଡ୍। ସବୁଠି ବେଶ୍ ଉତ୍ସାହର ସହ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି ଜିଲ୍ଲାର ୨ ଲକ୍ଷ ୫୩ ହଜାରରୁ ଅଧିକ ମତଦାତା। ଜନତା ଜନାର୍ଦ୍ଦନ ଭାଗ୍ୟ ନିର୍ଦ୍ଧାରଣ କରିବା ପରେ EVMରେ ସିଲ୍ ହୋଇଛି ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ତେବେ ନୂଆପଡ଼ା ରେକର୍ଡ ଭୋଟିଂ କରିଥିବା ଜଣାପଡ଼ିଛି। ଭୋଟିଂ ଶେଷ ସୁଦ୍ଧା ୭୯.୦୨ ପ୍ରତିଶତ ଭୋଟି ହୋଇଥିବା ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ସୂଚନା ରହିଛି।
ବିହାର ନିର୍ବାଚନର ଆସିଲା ଏକଜିଟ ପୋଲ
ବିହାର ନିର୍ବାଚନ ପାଇଁ ଏକଜିଟ୍ ପୋଲ NDA ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ସୂଚାଇଛି। ୧୪ଟି ଏଜେନ୍ସି ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ NDA ୧୫୪ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ମହାଗଠବନ୍ଧନ ୮୪ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ଯେତେବେଳେ ଅନ୍ୟମାନେ ୫ଟି ଆସନ ଜିତିପାରନ୍ତି।
ଆଜି ପ୍ରଥମାଷ୍ଟମୀ
ଆଜି ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀ। ପରମ୍ପରା ଅନୁଯାୟୀ ଏଥିପାଇଁ ନିଆଳି ମାଧବ ପୀଠରୁ ଶ୍ରୀକ୍ଷେତ୍ରକୁ ଯାଇଛି ପୋଢ଼ୁଆଁ ଭାର। ଯେଉଁଥିରେ ପାଟ ବସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତି ପାଇଁ ସାମଗ୍ରୀ, ଫଳ, ଫୁଲ,ଦୟଣା ଆଦି ରହିଛି। ପାରମ୍ପରିକ ନିୟମ ଅନୁଯାୟୀ, ମାମୁଁ ଘରୁ ଯାଏଁ ପୋଢୁଆଁ ଭାର। ସେହି ନୀତିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ମାଧବାନନ୍ଦ ଜୀଉଙ୍କ ପୀଠ। ପୂର୍ବରୁ ଏହି ପରମ୍ପରା ଚାଲି ଆସିଥିବା ବେଳେ ମଝିରେ କିଛି ବର୍ଷ ଧରି ଏହା ବନ୍ଦ ଥିଲା। ଏବେ ୭ ବର୍ଷ ଧରି ଏହାକୁ ଅଞ୍ଚଳବାସୀ ଆରମ୍ଭ କରିଛନ୍ତି।
ଡ଼ିସେମ୍ବର ୨୪ରୁ ଆରମ୍ଭ ବରଗଡ଼ ଧନୁଯାତ୍ରା ଆରମ୍ଭ
ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ୧୫ ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ । ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ୧୫ ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ ।
ଆଛାଦିତ କୁହୁଡ଼ି, ବଢିବ ଶୀତ
ରାଜ୍ୟରେ ଏବେ ପାରଦ ତଳମୁହାଁ। ପୁଣି ୩ ଡିଗ୍ରୀ ଖସିବ ପାରଦ। ଆସନ୍ତା ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ଝାରସୁଗୁଗୁଡ଼ା, କା କନ୍ଧମାଳ ଓ ସୁନ୍ଦରଗଡ଼ରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କୋରାପୁଟ ଓ ସୁନ୍ଦରଗଡ଼ାରେ ଘନ କୁହୁଡି ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ବାଭାବିକଠୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।
ଦିଲ୍ଲୀ ବିସ୍ଫୋରଣ: ଦୋଷ ମୁଣ୍ଡାଇଲା ଲସ୍କର ଏ ତୋଏବା
ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଭାଇରାଲ ହେଉଛି। ଏଥିରେ ଲସ୍କର-ଏ-ତୈବା ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ପାକିସ୍ତାନୀ ସଂଗଠନ ଲସ୍କର-ଏ-ତୈବା ଭାରତରେ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ ବୋଲି କହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଲସ୍କର-ଏ-ତୈବା ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀରେ ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରାଯାଇଛି। ତେବେ ଏହି ପୋଷ୍ଟକୁ ନିଶ୍ଚିତ କରାଯାଇ ନାହିଁ।
ଡିସେମ୍ବର ୧୭ ତାରିଖରେ ଓଟିଇଟି ପରୀକ୍ଷା
ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୧୭ ତାରିଖରେ ଓଟିଇଟି-୨୦୨୫ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ପରୀକ୍ଷା କରାଯିବ ।
ଓଡ଼ିଶା ସରକାରଙ୍କ ଛୁଟି ଘୋଷଣା
୨୦୨୬ ମସିହା ପାଇଁ ରାଜ୍ୟ ସରକାରୀ ସରକାରୀ ଛୁଟି ତାଲିକା ଜାରି କରିଛନ୍ତି। ଜାରି ହୋଇଥିବା ତାଲିକାରେ ୨୦୨୬ରେ ୨୯ ଦିନ ଛୁଟି ଦିନ ରହିଛି। ସେହିପରି ଅପସନାଲ ଛୁଟି ପାଇଁ ୯ ଦିନ ରହିଛି।
ଆତଙ୍କବାଦୀର ଜାମିନ ଆବେଦନ ଖାରଜ
ଅଲ-କଏଦା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଅଭିଯୋଗରେ ଗିରଫ ହୋଇଥିବା ଅବଦୁଲ୍ ରେହେମାନର ଜାମିନ୍ ଆବେଦନ ଖାରଜ୍ ହୋଇଛି। ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ସୂଚନା ଯୋଗ୍ୟ ଯେ, ୨୦୧୫, ଡିସେମ୍ବରରୁ କଟକ-ସାଲେପୁର ପଶ୍ଚିମକଶ୍ଚ ଛକରୁ କମିଶନରେଟ୍ ପୋଲିସ୍ ସହାୟତାରେ ଅବଦୁଲ୍ କୁ ଦିଲ୍ଲୀ ପୋଲିସ୍ ଗିରଫ କରିଥିଲା।
କୋଲକାତା ଇଡେନ ଗାର୍ଡେନରେ ବଢିଲା ସୁରକ୍ଷା
ଦିଲ୍ଲୀ ବିସ୍ଫୋରଣ ପର କୋଲକାତା ପୋଲିସ ଇଡେନ ଗାର୍ଡେନ ଏବଂ ଟିମ୍ ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକା ଦଳ ସହରରେ ଅଛନ୍ତି ଏବଂ ସେମାନଙ୍କର ଗସ୍ତ ସମୟରେ କଡ଼ା ସୁରକ୍ଷା ମଧ୍ୟରେ ରହିବେ। ଏକ ନିରାପଦ ଏବଂ ନିରାପଦ ଟେଷ୍ଟ ମ୍ୟାଚ୍ ସୁନିଶ୍ଚିତ କରିବା ପାଇଁ ପୋଲିସ ଏବଂ CAB ମିଳିତ ଭାବରେ କାମ କରୁଛନ୍ତି।