Advertisement
Article Detail0/zeeodisha/odisha2755296
Zee OdishaTop 10 NewsTop 10 News Today: ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା, ପାକିସ୍ତାନକୁ ମୋଦିଙ୍କ କଡା ଜବାବ ଓ ସକାଳର ୧୦ ବଡ଼ ଖବର

Top 10 News Today: ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା, ପାକିସ୍ତାନକୁ ମୋଦିଙ୍କ କଡା ଜବାବ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା, ପାକିସ୍ତାନକୁ ମୋଦିଙ୍କ କଡା ଜବାବ ଓ ସକାଳର ୧୦ ବଡ଼ ଖବର

H1. ପାକିସ୍ତାନକୁ ମୋଦିଙ୍କ କଡା ଜବାବ
'ଅପରେସନ ସିନ୍ଦୂର' ପରେ ଆଜି ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ସମ୍ବୋଧନରେ ଆତଙ୍କବାଦ ବିରୋଧରେ ପରକ୍ରମୀ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହ ଆତଙ୍କବାଦର ଚରାଭୂଇଁ ପାକିସ୍ତାନକୁ କଡ଼ା ଜବାବ ଦେଇ ମୋଦି କହିଛନ୍ତି ଯେ, ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବର୍ତ୍ତମାନ କେବଳ ସ୍ଥଗିତ ରଖିଛୁ । ଦେଖୁଛୁ, ତାର ପରବର୍ତ୍ତୀ ଆଚରଣ କ'ଣ ରହୁଛି । ଯଦି ସେପଟୁ ଆକ୍ରମଣ ହୁଏ, ତେବେ ଏହାର ଜୋରଦାର ଜବାବ ଦିଆଯିବ ।

H2. ପୁଣି ଥରେ ଅସ୍ତ୍ରବିରତି ଉଲ୍ଂଘନ କଲା ପାକିସ୍ତାନ
ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ବି ଆଜି ପୁଣି ଜମ୍ମୁ-କାଶ୍ମୀର ସାମ୍ବାରେ ଉଡିଲା ପାକିସ୍ତାନୀ ଡ୍ରୋନ । ସାମ୍ବା ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଦେଖାଯିବା ସହ ବଡ଼ ବିସ୍ଫୋରଣ ଶବ୍ଦ ବି ଶୁଭିଛି । 'ଅପରେସନ ସିନ୍ଦୂର'କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ପରେ ଏହି ପାକିସ୍ତାନୀ ଡ୍ରୋନ ଉଡୁଥିବାର ଦେଖାଯାଇଛି । ଏହାପରେ ପୁରା ସହରକୁ ବ୍ଲାକ୍ ଆଉଟ୍ କରାଯାଇଛି । ଯାହା ଖବର ମିଳିଛି, ଏହି ଡ୍ରୋନଗୁଡିକୁ ଭାରତୀୟ ସେନା ଅକାମୀ କରିଦେଇଛି । ଏନେଇ ସେନା ପକ୍ଷରୁ କୁହାଯାଇଛି, କିଛି ସମୟ ପୂର୍ବରୁ ପାକିସ୍ତାନ ପଟୁ ବହୁତ କମ୍ ସଂଖ୍ୟାରେ ଡ୍ରୋନ୍ ଆସିଥିଲା । ଆମେ ସବୁ ଡ୍ରୋନ ନଷ୍ଟ କରିଦେଇଛୁ । ଏବେ ଆଦୌ ଚିନ୍ତିତ ହେବାର ନାହିଁ ।

H3. ସରିଲା ଡିଜିଏମଓ ସ୍ତରର ଆଲୋଚନା
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପରେ ଆଜି ଦୁଇ ଦେଶର ସାମରିକ ଅପରେସନ୍‌ ମହାନିର୍ଦ୍ଦେଶକ (ଡିଜିଏମ୍‌ଓ)ସ୍ତରୀୟ ଆଲୋଚନା ହୋଇଛି। ଦୁଇ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ସନ୍ଧ୍ୟା ୫ଟାରେ ହୋଇଥିବା ଏହି ବୈଠକରେ ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ଜାରି ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିଭଳି କେହି କାହା ବିରୋଧରେ ଆକ୍ରମଣାତ୍ମକ ଏବଂ ଘାତକ ଆଚରଣ ଦେଖାଇବେନି। ଏଥିସହିତ କେହି କାହା ବିରୋଧରେ ସୀମାରେ ଗୋଟିଏ ବି ଗୁଳି ନ ଫୁଟାଇବା ପାଇଁ ରାଜି ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟ ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସହମତ ହୋଇଛନ୍ତି।

Add Zee News as a Preferred Source

H4. ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା
ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ହତ୍ୟା । ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମାରାଜୁ ଜିଲ୍ଲା ସିଲେରୁ ଗାଁରେ ଏହି ଟ୍ରିପଲ ମର୍ଡର ଘଟିଛି । ମୃତ ଶାଳକମାନେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଶାଳକ ଚିତ୍ରୋକାଣ୍ଡର ହୋଇଥିବାବେଳେ ଅନ୍ୟଜଣେ ନବରଙ୍ଗପୁର ବାସିନ୍ଦା । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । 

H5. ଭୂମିକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନ
ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଅପରାହ୍ନ ୧ଟା ୨୬ ସମୟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ କିଛି ସୂଚନା ନାହିଁ । ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକେ ଘରୁ ବାହାରକୁ ଦୌଡି ପଳାଇଥିଲେ ।

H6. ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ତତଲା କଡେଇରେ ସିଝୁଛି ସାରା ରାଜ୍ୟ। ୧୬ ସହରରେ ଅସମ୍ଭାଳ ତାତି। ୧୬ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଏନେଇ ସତର୍କ କରାଇଛି। ଗତକାଲି, ଭଦ୍ରକ,ମୟୂରଭଂଜ, ଗଜପତି, ଗଂଜାମ, କେନ୍ଦୁଝରରେ କାଳବୈଶାଖି ବର୍ଷା ଓ ବଜ୍ରପାତ ହୋଇଛି।ଆଜି ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଜପତି ଓ ମୟୂରଭଂଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ରହିଛି।

H7. ଡେପୁଟେସନରେ ଯିବେ ୨ ଓଡ଼ିଆ ଆଇପିଏସ ଅଧିକାରୀ
୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଓଡ଼ିଶା କ୍ୟାଡରର ଏହି ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ କିମ୍ବା ସେହି ସମକକ୍ଷ ପଦବୀ ପାଇଁ ଚୟନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଫଳରେ ଏହି ଦୁଇ ଅଧିକାରୀଙ୍କ ଅଭିଜ୍ଞତା ବଢିବା ସହ ଜାତୀୟ ଆଇନ ପ୍ରବର୍ତ୍ତନ ପ୍ରୟାସକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସ୍ପେସିଆଲ ଆର୍ମଡ୍ ପୋଲିସ (ଏସଏପି)ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ରାଜେଶ କୁମାର ତାଙ୍କ କାର୍ଯ୍ୟ ଓ ଦକ୍ଷତା ବଳରେ ଏସଏପିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଅପରପକ୍ଷେରେ ଅନୁପ କୁମାର ସାହୁ ବର୍ତ୍ତମାନ୍ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଆଇଜିପି ଟ୍ରେନିଂ ଭାବରେ ନିଯୁକ୍ତ ଅଛନ୍ତି।

H8. ରଥଯାତ୍ରାରେ ସୁରକ୍ଷା ପାଇଁ ନୌସେନାର ସହଯୋଗ ନେବ ଓଡ଼ିଶା ପୋଲିସ
ରଥଯାତ୍ରାକୁ ସୁରକ୍ଷିତ ଓ ସୁ ବ୍ୟବସ୍ଥିତ କରିବା ଲାଗି ନୌସେନାର ସହଯୋଗ ନେବ ଓଡ଼ିଶା ପୁଲିସ। ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାରେ ଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ପୂର୍ବଭଳି ଏଆଇ ଚାଳିତ ସିସିଟିଭିକୁ ସହରର ବିଭିନ୍ନ କୋଣରେ ଲଗାଯିବ। ଫଳରେ ସନ୍ଦିଗ୍ଧ ଚଳପ୍ରଚଳକୁ ନିୟନ୍ତ୍ରଣ କରିବାରେ ପୁଲିସ ସକ୍ଷମ ହୋଇପାରିବ। ରଥଯାତ୍ରା ସମୟରେ ବିଶୃଙ୍ଖଳିତ କାର୍ଯ୍ୟକଳାପର ଆଶଙ୍କା ଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ଟେକ୍ନୋଲୋଜି ସହାୟତା ନିଆଯାଇଛି। ସମୂଦ୍ର ଉପକୂଳ ହୋଇଥିବାରୁ କୌଣସି ବାହ୍ୟ ଆକ୍ରମଣ ଉପରେ ନଜର ରଖିବା ଲାଗି ତଟରକ୍ଷୀ ବାହିନୀ ଓ ନୌବାହିନୀର ସହାୟତା ନିଆଯିବ। ଏନେଇ ଆଜି ଏକ ସଂଯୋଜନା ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

H9. ଆଣ୍ଡାମାନ ଛୁଇଁବ ମୌସୂମୀ
ଭାରତୀୟ ପାଣିପାଗ ବିଭାଗ ସୋମବାର ଦିନ କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ସୁଦ୍ଧା ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବାର ସମ୍ଭାବନା ରହିଛି । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆକଳନ କରାଯାଇଛି ।

H10. ମେ ୧୭ରୁ ୬ଟି ସହରରେ ଖେଳାଯିବ ଆଇପିଏଲ
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟାଟା ଆଇପିଏଲ ୨୦୨୫ରେ ବାକି ଥିବା ମ୍ୟାଚ ପୁଣିଥରେ ଖେଳିବାକୁ ଘୋଷଣା କରିଛି । ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏବେ ଟୁର୍ଣ୍ଣାମେଣ୍ଟର ବାକି ୧୭ଟି ମ୍ୟାଚ ୧୭ ମେରୁ ଆରମ୍ଭ ହେବ ।  ଏହି ସବୁ ମ୍ୟାଚ ଛଅଟି ସହରରେ ଖେଳାଯିବ । ଫାଇନାଲ ମୁକାବିଲା ୩ ଜୁନରେ ହେବ ।

About the Author