Advertisement
Article Detail0/zeeodisha/odisha2840489
Zee OdishaTop 10 NewsTop 10 News Today: ଏଫଏମ ପୀଡିତାଙ୍କ ଦେହାନ୍ତ, ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଓ ୧୦ ବଡ଼ ଖବର

Top 10 News Today: ଏଫଏମ ପୀଡିତାଙ୍କ ଦେହାନ୍ତ, ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଏଫଏମ ପୀଡିତାଙ୍କ ଦେହାନ୍ତ, ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଓ ୧୦ ବଡ଼ ଖବର

ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ
ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ମେଡିକାଲ ବୁଲେଟିନ୍ ଅନୁଯାୟୀ, ସୌମ୍ଯାଶ୍ରୀଙ୍କୁ ଗତ ୧୨ ତାରିଖ ଅପରାହ୍ଣ ୫ଟା ୧୫ରେ ଜ୍ଯୋତିରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ସୌମ୍ଯାଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ କରାଯାଇଥିଲା।

ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି କି ମୁଁ ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ ଏହି ଘଟଣାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ। ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି। ପରିବାର ସହିତ ସରକାର ଦୃଢ ଭାବେ ଛିଡ଼ା ହୋଇଛନ୍ତି। ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଘଟଣାରେ ଚିକିତ୍ସାଧୀନ ଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। 

ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
ସମାବର୍ତ୍ତନ ଉତ୍ସବ ଶେଷ ହେବା ପରେ ଏମ୍ସ ବର୍ଣ୍ଣ ୱାର୍ଡରେ  ବାଲେଶ୍ବର ପୀଡିତାଙ୍କୁ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହିତ ରାଷ୍ଟ୍ରପତି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଇଥିଲେ। ରାଷ୍ଟ୍ରପତି ଡାକ୍ତରଙ୍କ ସହ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରି ଭାବପ୍ରବଣ ହୋଇ ଯାଇଥିଲେ।  ଏହା ସହିତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଇଛନ୍ତି। ରାଷ୍ଟ୍ରପତି ଡାକ୍ତରଙ୍କ ସହ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରି ଭାବପ୍ରବଣ ହୋଇ ଯାଇଥିଲେ। ରାଷ୍ଟ୍ରପତି କହିଥିଲେ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ସେ ସୁସ୍ଥ ହୋଇ ‌ଫେରି ଆସନ୍ତୁ । 

Add Zee News as a Preferred Source

ଗିରଫ ହେଲେ ଏଫଏମ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ
ବାଲେଶ୍ବର ଏଫଏମ (FM) କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହେଲେ FM କଲେଜ ନିଲମ୍ବିତ ପ୍ରିନସିପାଲ ଗିରଫ । ନିଲମ୍ବିତ ପ୍ରିନସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି । ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଦିଲ୍ଲୀପ ଘୋଷଙ୍କୁ ଗିରଫ କରିବା ପାଇଁ ଦାବି କରି ଆସୁଥିଲେ ପୀଡିତା ଛାତ୍ରୀଙ୍କ ପରିବାର ।

ଅବପାତରେ ପରିଣତ ହେଲା ଲଘୁଚାପ
ସୃଷ୍ଟି ହେଲା ଅବପାତ । ଦକ୍ଷିଣପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା, ବାଂଲାଦେଶ ଉପକୂଳ ଅଞ୍ଚଳରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ l ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ଓଡିଶାକୁ ରେଡ଼ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ନଦୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ
ଯମୂନା ନଦୀରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ଏହା ଆତ୍ମହତ୍ୟା ନା ହତ୍ୟା ଏନେଇ ପୁଲିସ ତଦନ୍ତ କରୁଛି । ତ୍ରିପୁରାର ଝିଅ ଦିଲ୍ଲୀରେ କ୍ୟାରିୟର ଗଢ଼ିବାକୁ ଆସିଥିଲେ କିନ୍ତୁ ୧୯ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ନେହା ଦେବନାଥ । ସକାଳୁ ୫.୫୦ରେ ମା’ଙ୍କୁ ଫୋନ୍‌ କରିବା ପରେ ଆଉ ମିଳିନଥିଲା ସ୍ନେହା ଦେବନାଥଙ୍କ କୌଣସି ଖୋଜଖବର । ଘର ପରିବାର, ସମ୍ପର୍କୀୟ, ସାଙ୍ଗସାଥୀ ଖୋଜିବା ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା । ଶେଷରେ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିଥିଲେ ତ୍ରିପୁରାରେ ରହୁଥିବା ସ୍ନେହାଙ୍କ ପରିବାର । ପ୍ରାୟ ୭ଦିନ ପରେ ଯମୁନା ନଦୀରୁ ମିଳିଛି ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ । 

ଫେରୁଛନ୍ତି ଶୁଭାଂଶୁ ଶୁକ୍ଲା
ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ବିତାଇବା ପରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି । ତାଙ୍କର ପ୍ରତ୍ୟାବର୍ତ୍ତନ ଆକ୍ସିଅମ-୪ ମିଶନ ମାଧ୍ୟମରେ ଆରମ୍ଭ ହୋଇଛି । ଭାରତ ବ୍ୟତୀତ, ଏହି ମିସନ୍ ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦେଶଗୁଡ଼ିକ ଚାରି ଦଶନ୍ଧି ପରେ ମହାକାଶରେ ଅଂଶଗ୍ରହଣ କରିଥିଲେ ।

ଷ୍ଟଣ୍ଟ ବେଳେ ଚାଲିଗଲା ଷ୍ଟଣ୍ଟ ମ୍ୟାନଙ୍କ ଜୀବନ
ସୁଟିଂ ସେଟରେ ଷ୍ଟଣ୍ଟ କରୁଥିବାବେଳେ ଚାଲିଗଲା ଜୀବନ । ଏକ ଦକ୍ଷିଣ ଭାରତୀୟ ସିନେମାର ସୁଟିଂ ବେଳେ ଘଟିଛି ଅଘଟଣ । ଷ୍ଟଣ୍ଟ ସଟ୍ ସୁଟିଂ ବେଳେ ଚାଲିଯାଇଛି କଳାକାରଙ୍କ ଜୀବନ । ଏକ ହାଇ-ରିସ୍କ୍ କାର୍ ଷ୍ଟଣ୍ଟ୍ କରୁଥିବା ବେଳେ ସାଉଥ ସିନେ ଜଗତର ଜଣାଶୁଣା ଷ୍ଟଣ୍ଟମ୍ୟାନ୍ ଏସ.ଏମ ରାଜୁଙ୍କ ମୃତ୍ୟୁ ହୋଇଛି । ରାଜୁ ଫିଲ୍ମ ପାଇଁ କାର ଟପ୍ଲିଂ ସିକ୍ୱେନ୍ସ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । 

ଓଡ଼ିଶାର ନୂଆ ବିଚାରପତି
ଓଡିଶା ହାଇକୋର୍ଟ ଆସିବେ ନୂଆ ବିଚାରପତି । ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଓଡିଶା ହାଇକୋର୍ଟକୁ ବଦଳି ହୋଇଥିବା ଜଣାପଡିଛି । ଗୌହାଟୀ ହାଇକୋର୍ଟ ବିଚାରପତି ଥିବା ଜଷ୍ଟିସ ପାଠକ ଖୁବଶୀଘ୍ର ଆସି ଓଡିଶା ହାଇକୋର୍ଟରେ ଯୋଗଦେବେ । ଜଷ୍ଟିସ ପାଠକଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୦ ରେ ପହଞ୍ଚିବ ।

ଇଂଲଣ୍ଡର ଲର୍ଡସ ବିଜୟ
ଇଂଲଣ୍ଡର ଲର୍ଡସ ବିଜୟ । ଦ୍ୱିତୀୟ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ । ସୋମବାର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ୧୯୩ ରନର ପିଛା କରୁଥିବା ଭାରତ ୧୭୦ ରନରେ ଅଲଆଉଟ୍ ହୋଇଯାଇଛି । ଆଉ ଦ୍ୱିତୀୟ ଟେଷ୍ଟକୁ ଜିତିବାକୁ ୨୩ ରନ ପଛରେ ପଡ଼ିଯାଇଛି । ତେବେ ଶେଷ ସମୟ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଜିତାଇବାକୁ ଚେଷ୍ଟା କରିଥିବା ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବେକାର ହୋଇଛି । ଇଂଲଣ୍ଡ ଏବେ ସିରିଜରେ ୨-୧ରେ ଆଗୁଆ ହୋଇଛି ।

About the Author