Advertisement
Article Detail0/zeeodisha/odisha2758550
Zee OdishaTop 10 NewsTop 10 News Today:SEBC ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଏବେ ନାହିଁ ବାତ୍ୟା ଭୟ ଓ ସକାଳର ୧୦ ବଡ଼ ଖବର

Top 10 News Today:SEBC ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଏବେ ନାହିଁ ବାତ୍ୟା ଭୟ ଓ ସକାଳର ୧୦ ବଡ଼ ଖବର

 

 

Top 10 News Today:SEBC ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଏବେ ନାହିଁ ବାତ୍ୟା ଭୟ  ଓ ସକାଳର ୧୦ ବଡ଼ ଖବର

SEBC ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ଲାଗୁ କରିବାକୁ ଅନୁମୋଦନ ଦେଇଛି । ୨୦୨୫- ୨୬ ଶିକ୍ଷାବର୍ଷରୁ ସରକାରୀ ବିଶ୍ୱବିଦ୍ୟାଳୟ, ମାଧ୍ୟମିକ (+୨) ଓ ବୃତ୍ତିମୂଳକ ଶିକ୍ଷା ଅନୁଷ୍ଠାନମାନଙ୍କରେ ଏହି ବ୍ୟବସ୍ଥା ଲାଗୁ ହେବ ।

ଭାରତରେ ଜୋର ଧରିଲା ବୟକଟ ତୁର୍କି
ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ବୁଧବାର ଦିନ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଦ୍ୱିପାକ୍ଷିକ ବୁଝାମଣାପତ୍ର (MoU) ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। JNU ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ଏହି ସୂଚନା ସେୟାର କରିଛି। ଏହା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭାରତ ବୟକଟ କରିବା ଆରମ୍ଭ କରିଦେଇଛି।

ସିନ୍ଧୁ ଚୁକ୍ତିକୁ ପୁନଃସ୍ଥାପନ ପାଇଁ ଚିଠି ଲେଖିଲା ପାକିସ୍ତାନ, ପ୍ରତ୍ୟାଖ୍ୟାନ କଲା ଭାରତ
ପାକିସ୍ତାନ ପୁଣିଥରେ ଭାରତକୁ ସିନ୍ଧୁ ଜଳ ଚୁକ୍ତିନାମା ପୁନଃସ୍ଥାପିତ କରିବାକୁ ନିବେଦନ କରିଛି। ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଆବେଦନ କରିଛି। ଇଣ୍ଡିଆ ଟୁଡେ ସୂତ୍ରକୁ ଉଦ୍ଧୃତ କରି ଲେଖିଛି ଯେ ଏହି ଚିଠିରେ ପାକିସ୍ତାନ କହିଛି ଯେ ଭାରତର ଏହି ପଦକ୍ଷେପ ପଡ଼ୋଶୀ ଦେଶରେ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ। ସେପଟେ ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଭାରତ ସିନ୍ଧୁ ଜଳ ଚୁକ୍ତିକୁ କାର୍ଯ୍ୟକାରୀ କରିବ ନାହିଁ।ସିନ୍ଧୁ ଜଳଚୁକ୍ତି କାର୍ଯ୍ୟକାରୀ ନେଇ ଭାରତ ପାକିସ୍ତାନର କୌଣସି ଆବେଦନକୁ ବିଚାର କରିବା ଲାଗି ସ୍ପଷ୍ଟ ମନା କରିଦେଇଛି। 

Add Zee News as a Preferred Source

ବାତ୍ୟା 'ଶକ୍ତି'କୁ ନେଇ ଏପରି କହିଲା IMD
ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ନୂତନ ଘୂର୍ଣ୍ଣିଝଡ଼ 'ଶକ୍ତି' ସୃଷ୍ଟି ହେଉଥିବା ରିପୋର୍ଟକୁ ଭାରତ ପାଣିପାଗ ବିଭାଗ (IMD) ଦୃଢ଼ ଭାବରେ ଖଣ୍ଡନ କରିଛି। ବୁଧବାର ଦିନ ଏକ କଠୋର ସ୍ପଷ୍ଟୀକରଣ ଦେଇ, ଆଇଏମଡି କହିଛି ଯେ ଏପରି କୌଣସି ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରାଯାଇ ନାହିଁ। ଆଇଏମଡି ଗଣମାଧ୍ୟମର ଏକ ଅଂଶକୁ ଭୁଲ ସୂଚନା ପ୍ରସାରଣ କରୁଥିବାର ଅଭିଯୋଗ କରିଛି ଏବଂ କହିଛି ଯେ ଏପରି ରିପୋର୍ଟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଏହାର ସରକାରୀ ବିବୃତ୍ତିରେ, IMD ସ୍ପଷ୍ଟ କରିଛି ଯେ ମେ ୧୩ ତାରିଖରେ, ଏହା କେବଳ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରିଥିଲା ଏକ ଘୂର୍ଣ୍ଣିବଳୟ ଝଡ଼ ନୁହେଁ।

୨୧ରେ ଛତିଶା ନିଯୋଗ ବୈଠକ
ଆସନ୍ତା ୨୧ ତାରିଖ ବୁଧବାର ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ।ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ହେବ ବୈଠକ ।ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ନୀତି କାନ୍ତି ନିର୍ଘଣ୍ଟ  ପାଇଁ ଅନୁଷ୍ଠିତ ହେବ ବୈଠକ ।ଚଳିତବର୍ଷର ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ କୁ ଅନୁମୋଦନ ଦେବ ଛତିଶା ନିଯୋଗ।ସ୍ନାନ ଯାତ୍ରା,ରଥଯାତ୍ରା ଓ ବାହୁଡ଼ାଯାତ୍ରା ବ୍ୟବସ୍ଥାବଳି କୁ ମିଳିବ ଅନୁମୋଦନ ।ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ନେଇ ଏଜେଣ୍ଡାରେ ଉଲ୍ଲେଖ ରହିଛି।

ବିଏସ୍‌ଏଫ୍‌ ଯବାନଙ୍କୁ ଫେରାଇଲା ପାକିସ୍ତାନ
ଏପ୍ରିଲ ୨୩ରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିବା ବିଏସ୍‌ଏଫ୍ କନଷ୍ଟେବଳ ପୂର୍ଣ୍ଣମ କୁମାର ସ’ଙ୍କୁ ବୁଧବାର ସକାଳେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଫେରାଇ ଦିଆଯାଇଛି। ଅମୃତସର ଅଟାରିସ୍ଥିତ ଯୁଗ୍ମ ଚେକ୍‌ପୋଷ୍ଟରେ ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ହସ୍ତାନ୍ତର କରାଯାଇଥିଲା ବୋଲି ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ପଶ୍ଚିମବଙ୍ଗର ବାସିନ୍ଦା ସ’ଙ୍କୁ ଏବେ ସୁରକ୍ଷା ଅଧିକାରୀମାନେ ଘଟଣା ବିଷୟରେ ପଚରାଉଚରା କରୁଛନ୍ତି। ବିଏସ୍‌ଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, କନେଷ୍ଟବଳ ପୂର୍ଣ୍ଣମ କୁମାର ସ’ ପହଲଗାମ ଘଟଣାର ଗୋଟିଏ ଦିନ ପରେ ୨୩ ଏପ୍ରିଲ ୨୦୨୫ ପୂର୍ବାହ୍ଣ ପ୍ରାୟ ୧୧ଟା ୫୦ରେ ଫିରୋଜପୁର ସେକ୍ଟର୍‌ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ ଅଜାଣତରେ ପାକିସ୍ତାନ ସୀମା ଅତିକ୍ରମ କରିଥିଲେ ଏବଂ ପାକ୍ ରେଞ୍ଜର୍ସ ତାଙ୍କୁ ଅଟକ ରଖିଥିଲେ। 

ବେଲୁଚିସ୍ତାନ ନିଜକୁ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା
ପାକିସ୍ତାନ ବିରୁଦ୍ଧରେ ବେଲୁଚିସ୍ତାନର ସ୍ୱାଧୀନତା ଲଢ଼େଇ ପୁଣି ଥରେ ତୀବ୍ର ହୋଇଛି। ଯେତେବେଳେ ବେଲୁଚ୍ ନେତା ମୀର ୟାର ବାଲୁଚ୍ ପାକିସ୍ତାନରୁ ବେଲୁଚିସ୍ତାନକୁ ସ୍ୱାଧୀନ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ "ରିପବ୍ଲିକ୍ ଅଫ୍ ବେଲୁଚିସ୍ତାନ ଘୋଷଣା‌" କରିଥିବା ଏବେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହି ଘୋଷଣା ପରେ ସେ ଭାରତ ସରକାର ଏବଂ ଜାତିସଂଘ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅନେକ ଦାବି କରିଛନ୍ତି।

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ
ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଚାଲିଥିଲା। ବୁଧବାର ଦିନ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆସାମ ରାଇଫଲ୍ସର ଏକ ୟୁନିଟ୍ ସହିତ ହୋଇଥିବା ଏନକାଉଣ୍ଟରରେ ଏହି ୧୦ ଉଗ୍ରବାଦୀ ନିହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଅପରେସନ୍ ଏବେ ବି ଜାରି ରହିଛି। ସଶସ୍ତ୍ର ଉଗ୍ରବାଦୀଙ୍କ ଗତିବିଧି ବିଷୟରେ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଆସାମ ରାଇଫଲ୍ସ ବୁଧବାର ଏକ ଅପରେସନ ଆରମ୍ଭ କରିଛି।

ପାରାଦୀପରେ ପାକିସ୍ତାନୀ
ପାରାଦୀପ ସମୁଦ୍ରରେ ପହଞ୍ଚିଛନ୍ତି ପାକିସ୍ତାନୀ । ପାରାଦୀପ ବନ୍ଦରରେ ଲାଗିଥିବା ହଂକଂ ତୈଳବାହୀ ଜାହଜ ଏକତଟି ସିରେନ-୨ରେ ଆସିଛନ୍ତି ପାକିସ୍ତାନୀ । ଏହି ଜାହାଜରେ ୨୫ ଜଣ କ୍ରିଉ ମେମ୍ବର ଆସିଛନ୍ତି । ଯେଉଁଥିରେ ୨୧ ଜଣ ପାକିସ୍ତାନୀ ନାଗରିକଙ୍କ ସହ ୨ଜଣ ଭାରତୀୟ ଓ ଥାଇଲାଣ୍ଡ ଓ ଶ୍ରୀଲଙ୍କାର ଜଣେ ଲେଖାଏଁ  ନାଗରିକ ରହିଛନ୍ତି ।

ନରେନ୍ଦ୍ର ପୋଖରୀରେ ବୁଡି ଯୁବକ ମୃତ
ରୀରେ ବର୍ତ୍ତମାନ ଚନ୍ଦନ ଯାତ୍ରା ଜାରି ରହିଥିବା ବେଳେ ନରେନ୍ଦ୍ର ପୋଖରୀରେ ଘଟିଯାଇଛି ବଡ ଅଘଟଣ। ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ପାଣିରେ ବୁଡି ଯାଇଥିବା ବେଳେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଚନ୍ଦନ ଯାତ୍ରା ପାଇଁ ଚାପ ଖେଳକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଓଡ୍ରାଫ ଟିମ ମହଜୁଦ ଥିଲେ ମଧ୍ୟ ଯୁବକ ଜଣଙ୍କ କିଭଳି ବୁଡି ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଚାପ ଖେଳରେ ବାଣ ଫୁଟିବା କାରଣରୁ ଏକାଧିକ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିଲେ।

 

About the Author