Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଜୟ
ଆପଡ଼ା ଉପନିର୍ବାଚନ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ଭରିବେ । ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ୪୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ ।
ସ୍ନେହାଙ୍ଗିନୀ ଛୁରିଆ ବିଜେଡ଼ି ପ୍ରାର୍ଥୀ
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଆଜି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ନୂଆପଡ଼ା ନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଆଜି କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଜି ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିବେ।
ଆଜି ନବୀନଙ୍କ ଜନ୍ମଦିନ
ଗୁରୁବାର ଦିନ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଦେବେ। ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ। ପାଖାପାଖି ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ସାମିଲ ହେବେ। ଏକାମ୍ର ନିର୍ବାଚନମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ।
ସିସିଟିଭି ନଜରରେ ହେବ ଯୁକ୍ତ ଦୁଇ ପରୀକ୍ଷା
୨୦୨୬ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ହାତରେ ଆଉ ଅଢ଼େଇ ମାସ ବାକି ରହିଛି । ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯେଉଁଠି ପରୀକ୍ଷାକେନ୍ଦ୍ର ହୋଇଥିଲା ସେଗୁଡ଼ିକରେ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ରିପୋର୍ଟ ନଭେମ୍ବର ୨୯ ସୁଦ୍ଧା ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି ।
୧୮ରୁ ଖୋଲିବ ଶିମିଳିପାଳ
ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବାକୁ ଯାଉଛି। ମୌସୁମୀ ବିଦାୟ ତଥା ପର୍ଯ୍ୟଟନ ଋତୁକୁ ନଜରରେ ରଖି ଅଭୟାରଣ୍ୟ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁଯାୟୀ ଚଳିତ ଥର ପିଠାବଟା ଓ କାଳିକାପ୍ରସାଦ ଦେଇ ମାତ୍ର ୨ଟି ଫାଟକରେ ପ୍ରବେଶ ଅନୁମତି ମିଳିବ।
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତି
ଗତ କିଛି ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ବର୍ତ୍ତମାନ୍ ଶେଷ ହେବାପରି ଲାଗୁଛି। ଉଭୟ ଦେଶ ଆସନ୍ତା ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଉତ୍ତେଜନା ସମୟରେ ଉଭୟ ଦେଶ ପରସ୍ପର ଉପରେ ଗୁଳିଚାଳନା କରିଥିବା ଅଭିଯୋଗ କରିଥିଲେ। ତେବେ ଏହି ସଂଘର୍ଷ ପାକିସ୍ତାନର ଚମନ ଜିଲ୍ଲା ଏବଂ ଆଫଗାନିସ୍ତାନର ସ୍ପିନ୍ ବୋଲଡାକ୍ ଜିଲ୍ଲା ମଧ୍ୟରେ ଚାଲିଥିଲା। ଏଥିରେ ୫୮ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ନେଇ ଆଫଗାନିସ୍ତାନ ଦାବି କରିଥିଲା।
ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ରିମାଣ୍ଡରେ ପୁରୁଷବନ୍ଧୁ
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ଦିନ ଗିରଫ ହୋଇଥିବା ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ଆଜି କୋର୍ଟରେ ହାଜର କରିଥିଲା ଦୁର୍ଗାପୁର ପୁଲିସ। ପରେ ଅଦାଲତଙ୍କ ଅନୁମତିକ୍ରମେ ତାଙ୍କୁ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ପୁଲିସ ୧୦ ଦିନିଆ ରିମାଣ୍ଡ ମାଗିଥିବା ବେଳେ ଅଦାଲତ ୭ ଦିନ ପାଇଁ ଅନୁମତି ଦେଇଥିଲେ।
ବିଦାୟ ନେବ ମୌସୁମୀ
ରାଜ୍ୟରେ ଏବେ ଖରାଟିଆ ଓ ଶୁଖିଲା ପାଗ ଲାଗିରହିଛି। ରାଜ୍ୟ ଓ ଦେଶରୁ ଏଇ ବର୍ଷ ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଫେରିଯିବାକୁ ପାଗ ଅନୁକୂଳ ହେଉଛି। ଏଥିସହ ଦକ୍ଷିଣ ଉପଦ୍ବୀପ ଭାରତ ଏବଂ ଦକ୍ଷିଣ ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୂର୍ବ ଓ ଉତ୍ତର-ପୂର୍ବ ବାୟୁ ଚଳନ ଆରମ୍ଭ ହୋଇଯିବ। ଫଳରେ ଦକ୍ଷିଣ-ପୂର୍ବ ଉପଦ୍ବୀପ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଯୋଗୁଁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ତାତିରେ ହାଲ୍କା କୁହୁଡ଼ି ପଡ଼ିବା ବି ଆରମ୍ଭ ହୋଇଗଲାଣି।
ଗୁଜୁରାଟରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା !
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା କାର୍ଯ୍ୟନିର୍ବାହୀ ବୋର୍ଡ ବୁଧବାର ଦିନ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତାବିତ ଆୟୋଜକ ସହର ଭାବରେ ଅହମ୍ମଦାବାଦକୁ ସୁପାରିଶ କରିଛି। ୨୬ ନଭେମ୍ବରରେ ସାଧାରଣ ପରିଷଦ ବୈଠକରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ
ବୁଧବାର ଦିନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୭୭ ରନ୍ ର ଟାର୍ଗେଟ ଦିଆଯାଇଥିଲା। ଯାହାକୁ ପିଛା କରିବା ସମୟରେ ଆଫ୍ରିକୀୟ ଦଳ ୬୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ ୧୮୩ ରନ୍ କରିପାରିଥିଲା।