)
1. ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ
ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ସ୍ୱଳ୍ପକାଳ ପାଇଁ ଚାଲିବ। ଏଥିରେ ୭ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟରେ ବଢ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତି, ସାରର ଅଭାବ ଏବଂ ନାରୀ ନିର୍ଯାତନାକୁ ଏଥର ବି ବିରୋଧୀ ଦଳ ପକ୍ଷରୁ ପ୍ରସଙ୍ଗ ଭାବେ ଗ୍ରହଣ କରାଯାଇଛି। ଉଭୟ ବିରୋଧୀ ଏବଂ ଶାସକ ଦଳ ପକ୍ଷରୁ ନିଜ ନିଜ ପକ୍ଷ ରଖିବା ଲାଗି ନିଷ୍ପତ୍ତି ହୋଇଛି।
2. ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା
ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏହି ଦାୟିତ୍ୱରେ ମୁତ୍ତୟନ ହୋଇଛନ୍ତି। ସଚିବାଳୟ ମାର୍ଗରେ ଟ୍ରାଫିକ କଟକଣା ଜାରି କରାଯାଇଛି। ଏହି କଟକଣା ୨୫ ତାରିଖ ଯାଏ ବଳବତ୍ତର ରହିବ।
3. ସ୍କୁଲ ପିଲାଙ୍କୁ ମାଗଣା ବସ ସେବା
ରାଜ୍ୟର ସମସ୍ତ ସ୍କୁଲ୍ ପିଲା ବସ୍ରେ ଯିବାକୁ ଚାହିଁଲେ ତାଙ୍କ ଯାତ୍ରା ପାଇଁ କୌଣସି ଶୁଳ୍କ ପଡ଼ିବ ନାହିଁ। ମାଗଣା ଯାତ୍ରା ନେଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟରେ ରୂପାୟନ କରିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ସ୍କୁଲ୍ ପୋଷାକ ନହେଲେ ପରିଚୟ ପତ୍ର ଏଥିପାଇଁ ଆବଶ୍ୟକ ରହିବ।
4. ଦଶହରା ପୂଜା ମେଢକୁ ପ୍ରୋତ୍ସାହନ
ପଶ୍ଚିମବଙ୍ଗ ଢାଞ୍ଚାରେ ରାଜ୍ୟ ସରକାର ଏଥର ପୂଜା ମେଢ଼କୁ ପ୍ରୋତ୍ସାହନ ଘୋଷଣା କରିପାରନ୍ତି। ଓଡ଼ିଆ ଭାଷା, ସଂଂସ୍କୃତି ଓ ସାହିତ୍ୟ ବିଭାଗ ପକ୍ଷରୁ ଏହି ପ୍ରୋତ୍ସାହନ ଦିଆଯିବା ଲାଗି ଯୋଜନା କରାଯାଉଛି। ଏଥିରେ ଐତିହ୍ୟ ସମ୍ପନ୍ନ୍ ୧୦୦ ବର୍ଷରୁ ଅଧିକ ପୁରୁଣା ମେଢ଼କୁ ଏକ ଲକ୍ଷ ଟଙ୍କା ଏବଂ ୭୫ ବର୍ଷ ପୁରୁଣା ମେଢ଼କୁ ୭୫ ହଜାର ଟଙ୍କା ପୁରସ୍କାର ମିଳିପାରେ।
5. ମହିଳା ପୁଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ ପୁଲିସ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଘଟଗାଁ ନିକଟସ୍ଥ କୁସୁନପୁରଠାରେ ଏକ ପଡ଼ିଆରେ ତାଙ୍କ ମୃତ ଦେହ ପୋତା ହୋଇଥିବା ପୁଲିସ ଠାବ କରିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରାଯିବା ସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରା ଉଚରା କରିଥିଲା। ପୁରୁଷ ବନ୍ଧୁ ତଥା ପୁଲିସ କିରାଣି ଦୀପକ ରାଉତ ତାଙ୍କୁ ହତ୍ୟା କରି ଏଠାରେ ପୋତି ଦେଇଥିବା ପୁଲିସ କହିଛି। ୬ ତାରିଖରୁ ଶୁଭମିତ୍ରା ଘରକୁ ଫେରି ନଥିଲେ।
6. ଇଭିଏମରେ ଏଣିକି ନେତାଙ୍କ ରଙ୍ଗୀନ ଫଟୋ
ଏଣିକି ଇଭିଏମରେ ପ୍ରାର୍ଥୀ ହୋଇଥିବା ନେତାଙ୍କ ରଙ୍ଗୀନ ଫଟୋ ଦିଶିବ। ଏହା ସହ ତାଙ୍କ ନାଁ ମୋଟା ଅକ୍ଷରରେ ଅଧିକ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ମାସରେ ନିଆଯାଇଥିବା ୨୮ଟି ସଂଶୋଧନ ପ୍ରସ୍ତାବ ଭିତରେ ଏହି ପ୍ରସ୍ତାବ ଅନ୍ତର୍ନିହିତ ରହିଥିଲା।
7. ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଆଶ୍ୱସ୍ତି
ମୋଟରଯାନ ଆଇନ ଅନୁସାରେ ବେପରୁଆ ଗାଡ଼ି ଚାଳନା ତଥା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଇ-ଚାଲାଣ ନୋଟିସ ପାଇଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଖବର। ସରକାର ମାମଲାକୁ ଏକକାଳୀନ ସମାଧାନ ପାଇଁ ଇ-ଚାଲାଣ ଉପରେ ରିହାତି ଘୋଷଣା କରିଛନ୍ତି। ମୋଟ ୧୭ ପ୍ରକାର ଉଲ୍ଲଂଘନ ଲାଗି ଏହି ବ୍ୟବସ୍ଥା ଲାଗୁ ହେବ। କିନ୍ତୁ ଯେଉଁ ମାମଲା କୋର୍ଟରେ ରହିଛି ତାହାକୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
8. ଭିଜିଲାନ୍ସ ଜାଲରେ ଶିକ୍ଷା ସହାୟକ
ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ପିଅନଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ସମ୍ପୃକ୍ତ କାର୍ଯ୍ୟାଳୟର କନିଷ୍ଠ ସହାୟକଙ୍କୁ କାବୁ କରିଛନ୍ତି। ଏହି ସହାୟକଙ୍କ ନା ହେଉଛି ଦୁସ୍ମନ୍ତ କୁମାର ସାହୁ। ସେ ପିଅନ ଗୋପବନ୍ଧୁ ସାହୁଙ୍କ ଏରିୟର ଓ ଅନ୍ୟ ପ୍ରାପ୍ୟକୁ ପାଇବ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଅନୁରୋଧକୁ କାର୍ଯ୍ୟକାରୀ କରିବା ପାଇଁ ଦୁଷ୍ମନ୍ତ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗୋପବନ୍ଧୁ ପ୍ରଥମ ଇନ୍ଷ୍ଟାଲମେଣ୍ଟ ୭ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଦୁଷ୍ମନ୍ତଙ୍କୁ କାବୁ କରିଛି। ତାଙ୍କର ଘର ଏବଂ ଦପ୍ତରରେ ଆୟ ବହିର୍ଭୁତ ମାମଲାରରେ ତଦନ୍ତ ଆରମ୍ଭ ହୋଇଛି।
9. ଡିଜେ ଗାଡିକୁ ବାରଣ
ରାଜ୍ୟରେ ଶବ୍ଦ ଓ ଦ୍ୱନୀ ପ୍ରଦୂଷଣ କରୁଥିବା ଡିଜେ ଗାଡ଼ିକୁ ବାରଣ କରାଯାଇଛି। ଏହାକୁ ବେଆଇନ ତାଲିକାଭୁକ୍ତ କରାଯାଇ ଏପରି ଗାଡ଼ି ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ପରିବହନ ବିଭାଗ। ନିକଟ ଅତୀତରେ ବିଭିନ୍ନ ସ୍ଥାନରେ ଏହି ଗାଡ଼ିା ଭୟଙ୍କର ଶବ୍ଦ ହେତୁ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା।
10. ତରାବୋଇ ଠାରେ ନୂତନ ଷ୍ଟେସନର ଉଦଘାଟନ
ଖୋର୍ଦ୍ଧା ରୋଡ୍ -ବଲାଙ୍ଗୀର ରେଳ ଲାଇନର ତରାବୋଇଠାରେ ଏକ ନୂତନ ପାସେଞ୍ଜର ରହଣୀ ଷ୍ଟେସନ୍ ଉଦ୍ଘାଟନ ହୋଇଛି। ଭୁବନେଶ୍ୱର ଆଇଆଇଟି ଏବଂ ଅନ୍ୟ ଶିକ୍ଷାନୁଷ୍ଠାନକୁ ଯିବା ଲାଗି ଏହା ଏକ ନିକଟତମ ଷ୍ଟେସନ୍ ଭାବେ ଗଣାଯିବ। ପୂର୍ବତଟ ରେଳବାଇ ସୂଚନା ଅନୁସାରେ ଏଠାରେ ଗୋଟିଏ ଏକସପ୍ରେସ ଓ ୪ ଯୋଡ଼ା ପାସେଞ୍ଜର ଟ୍ରେନ ରହଣି ହେବ।