)
1. ଆଜି ନବରାତ୍ରୀର ଦ୍ୱିତୀୟ ଦିନ
ଆଜି ନବରାତ୍ରୀର ଦ୍ୱିତୀୟ ଦିନ। ବ୍ରହ୍ମଚାରିଣୀ ରୂପେ ଆଜି ବିଭିନ୍ନ ଶକ୍ତି ପୀଠରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଉଛି। ମା’ଙ୍କ ଏହି ରୂପକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ବ୍ରହ୍ମଚାରିଣୀଙ୍କ ଅର୍ଥ ହେଉଛି ମା’ଙ୍କ ଶିକ୍ଷା ଗ୍ରହଣର ସମୟ। ଏହି ସମୟରେ ସେ ଗୁରୁକୂଳରେ ରହିଥାଆନ୍ତି। ମା’ଙ୍କୁ ଶୁଭ୍ର ରଙ୍ଗର ଶାଢ଼ୀରେ ଆବୃତ୍ତ କରାଯାଇଥାଏ। ଏବଂ ଏକ ଜପମାଳା ମଧ୍ୟ ସେ ଧାରଣ କରିଥାଆନ୍ତି।
2. ଆଜି ଆୟୁର୍ବେଦ ଦିବସ
ଆଜିର ଦିନକୁ ଭାରତ ସରକାର ଆୟୁର୍ବେଦ ଦିବସ ଭାବେ ପାଳନ କରୁଛନ୍ତି। ଭାରତର ପାରମ୍ପରିକ ଚିକିତ୍ସା ବିଜ୍ଞାନକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିନର ଉଦ୍ଦେଶ୍ୟ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦେଶ ବିଦେଶରେ ଏହି ଉତ୍ସବ ପାଳନ କରାଯାଉଛି।
3. ଶ୍ରୀଜଗନ୍ନାଥଙ୍କ ସ୍ଥାନାନ୍ତର ହେବ ରତ୍ନଅଳଙ୍କାର
ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରଣ ହେବ। ମରାମତି ପାଇଁ ଏହି ରତ୍ନ ଓ ଅଳଙ୍କାରକୁ ଅସ୍ଥାୟୀ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଏ ପ୍ରକ୍ରିୟା ଚାଲିବା ପରେ ଏବେ ମରାମତି ଶେଷ ହୋଇଛି। ଏବଂ ଆଜି ସକାଳ ୧୦ଟାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିବ। ଏଥିଲାଗି ଶ୍ରୀ ଜିଉଙ୍କ ଦର୍ଶନ ଏବଂ ଝୁଲଣ ମଣ୍ଡପକୁ ଭକ୍ତଙ୍କ ଆବାଗମନ ବନ୍ଦ କରାଯାଇଛି। ଏହା ଅନେକ ସମୟ ଚାଲିବାକୁ ଥିବାରୁ ଭକ୍ତଙ୍କୁ ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।
4. ମୌସୂମୀ ଅଧିବେଶନର ପଞ୍ଚମ ଦିନ
ଆଜି ରାଜ୍ୟ ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ୪ ଦିନ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇ ଗତକାଲି ଅପରାହ୍ଣରେ ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଥିଲା। ସରକାରଙ୍କ ପକ୍ଷରୁ ଦୁଇଟି ସଂଶୋଧନ ବିଧେୟକକୁ ପାରିତ କରାଯାଇପାରିଥିଲା। ଆଜି କିନ୍ତୁ ବିଜେଡି ପକ୍ଷରୁ ପଞ୍ଚାୟତ ପ୍ରତିନିଧି ମାନଙ୍କର ଏକ ସମାବେଶ ଭୁବନେଶ୍ୱରରେ ଆୟୋଜନ କରାଯାଉଥିବାରୁ ଗୃହରେ ପୁଣିଥରେ ଏ ପ୍ରସଙ୍ଗ ବିଜେଡି ଉଠାଇପାରେ। ଗତକାଲି ବିଜେଡି ଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରିବାରୁ ଗୃହ କାର୍ଯ୍ୟକୁ ଦୀର୍ଘ ସମୟ ମୁଲତବୀ କରାଯାଇଥିଲା।
5. ଅଭିଯୋଗ ଆଣିଲା ବିଜେଡି
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇ ଅଫିସର ଶାସନକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ଏକ କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ବିଜେପି ସରକାର ବିଡିଓଙ୍କ ଆର୍ଥିକ କ୍ଷମତାକୁ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ଯାଏ ବଢ଼ାଇଛନ୍ତି। ଏହାଦ୍ୱାରା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତା ସଙ୍କୁଚିତ ହୋଇଚି ଏବଂ ତାଙ୍କ ପାଖକୁ ଆଉ ଫାଇଲ ଆସୁ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି।
6. ଅନାସ୍ଥାକୁ ଅଗ୍ରାହ୍ୟ କରିଦେଲେ ବାଚସ୍ପତି
କଂଗ୍ରେସ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଛନ୍ତି। ନିୟମ ଅନୁସାରେ ଏହି ପ୍ରସ୍ତାବ ଅଣାଯାଇପାରି ନଥିବାରୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ଦଳ। ସେମାନେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଏ ନେଇ ପ୍ରତିବାଦ କରିଥିଲେ।
7. ଭାରତ-ଆମେରିକା ସମ୍ପର୍କ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ
ଭାରତ ସହ ସମ୍ପର୍କ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିୟୋ କହିଛନ୍ତି। ନ୍ୟୁୟର୍କଠାରେ ଜାତିସଙ୍ଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ସେ ଏହା କହିଛନ୍ତି। ବାଣିଜ୍ୟ, ଶକ୍ତି, ଫାର୍ମାସ୍ୟୁଟିକାଲ୍ସ ଏବଂ ବିରଳ ଖଣିଜ କ୍ଷେତ୍ର ସମ୍ପର୍କରେ ଦୁଇ ଦେଶ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି।
8. ବ୍ୟାଙ୍କ ମ୍ୟାନେଜରଙ୍କ ୨୨ କୋଟି ୯୨ ଲକ୍ଷ ଲୁଟ
ଡିଜିଟାଲ୍ ଆରେଷ୍ଟ ନାଁରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ୨୨ କୋଟି ୯୨ ଲକ୍ଷ ଟଙ୍କା ଲୁଟ ହୋଇଛି। ଏଥିରେ ୭ ପାହ୍ୟାର ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ହୋଇଛି। ୪୨୩୬ଟି କାରବାରରେ ଏପରି ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହା ଦିଲ୍ଲୀରେ ଏଯେଏ ଦାୟର ହୋଇଥିବା ମାମଲା ଅନୁସାରେ ସବୁଠାରୁ ବଡ଼ ଡିଜିଟାଲ୍ ଆରେଷ୍ତଟ ନାଁରେ ଠକେଇ ବୋଲି କୁହାଯାଉଛି।
9. ପୁଣି ବଢିଲା କଟକଣା
ଭାରତୀୟ ଆକାଶମାର୍ଗକୁ ପାକିସ୍ତାନ ବିମାନ ଉଡ଼ାଣ ପାଇ: ଲାଗୁ ହୋଇଥିବା କଟକଣାକୁ ଆହୁରି ଏକ ମାସ ବଢ଼ଧାଇ ଦିଆଯାଇଛି। ଅପରେସନ୍ ସିନ୍ଦୁରର ଅଂଶ ବିଶେଷ ଭାବେ ପାକିସ୍ତାନର ବିମାନକୁ ଭାରତୀୟ ଆକାଶ ମାର୍ଗରେ ବାରଣ କରାଯାଇଥିଲା। ଏ ଭିତରେ ୬ ମାସ ବିତିଥିଲେ ମଧ୍ୟ ଦୁଇ ଦେଶ ଭିତରେ ସମ୍ପର୍କରେ ସୁଧାର ଆସିପାରି ନାହିଁ।
10. ସୃଷ୍ଟି ହେଲା ଲଘୁଚାପ, ରାଜ୍ୟରେ ବର୍ଷା ଜାରି
ଏଥର ଦୁର୍ଗା ପୂଜା ସମ୍ପୂର୍ଣ୍ଣ କାଳ ବର୍ଷାରେ ଧୋଇ ହୋଇଯିବା ଆଶଙ୍କା ରହିଛି। କାରଣ ନବରାତ୍ର ଭିତରେ ୩ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗତକରାଲି ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିପାଗକୁ ବଦଳାଇଛି।