)
ଔଷଧ କ୍ଷେତ୍ର ଉପରେ ୧୦୦% ଶୁଳ୍କ ଲାଗୁ କଲା ଆମେରିକା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ଯୋଗୁଁ ଔଷଧଗୁଡ଼ିକ ଏବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ’ରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଔଷଧ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରାଯାଉଛି। ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପ କାରଣରୁ ପ୍ରମୁଖ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ଆମେରିକାରେ ଅନେକଗୁଡ଼ିକ ଔଷଧ ନିର୍ମାତା କମ୍ପାନି ଭଲ ବଜାର ସୃଷ୍ଟି କରିପାରିଛନ୍ତି।
ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡାରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଅମଲିପାଲି ଯୁବ ସମାବେଶ ସ୍ଥଳରେ ନିରୀକ୍ଷଣ କରିବା ପରେ ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମଞ୍ଚ ନିର୍ମାଣ ହେଉ କି ଅନ୍ୟ ବ୍ୟବସ୍ଥାକୁ ଦେଖି ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଉପରେ ରାଗି ଯାଇଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବା ବେଳେ ସମସ୍ତ ତ୍ରୁଟିକୁ ସୁଧାର କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କହିଥିବା ଦେଖିବାକୁ ମିଳିଛି ।
ସୋନମ୍ ୱାଙ୍ଗଚୁକ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଏଫ୍ସିଆର୍ଏ ଲାଇସେନ୍ସ ରଦ୍ଦ
ଲଦାଖର ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅନୁଷ୍ଠାନ ଦ୍ୱାରା ବିଦେଶୀ ପାଣ୍ଠି ଆଇନର ବ୍ୟାପକ ଉଲ୍ଲଂଘନ ଅଭିଯୋଗ ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏ ନେଇ ତଦନ୍ତ ତ୍ବରାନ୍ବିତ କରିଥିବା ବେଳେ ସୋନମ ୱାଙ୍ଗଚୁକ୍ଙ୍କ ସଂଗଠନର ଏଫ୍ସିଆରଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଅଧିନିୟମ) ଲାଇସେନ୍ସ ରଦ୍ଦ ହୋଇଛି। କେନ୍ଦ୍ର ସରକାର ୱାଙ୍ଗଚୁକ୍ଙ୍କ ଅନୁଷ୍ଠାନର ଏଫ୍ସିଆରଏ ଲାଇସେନ୍ସ ରଦ୍ଦ କରାଯାଇଥିବା ଗୃହ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।
ସୃଷ୍ଟି ହେଲା ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ସୃଷ୍ଟି । ଏହା ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା ,ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ଅଵପାତ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାସହ ୨ ଅକ୍ଟୋବରରେ ପୁଣି ଏକ ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି ।
୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ
ଉପର ଜଳଭଣ୍ଡାର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ ଅଧିକାରୀମାନେ ଅତିରିକ୍ତ ଜଳ ଛାଡ଼ିବା ପାଇଁ ଚାରୋଟି ଅତିରିକ୍ତ ଗେଟ୍ ଖୋଲିଛନ୍ତି। ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ବର୍ତ୍ତମାନ ୨୦ଟି ଗେଟ୍ ଖୋଲା ହୋଇଛି। ଯାହା ଦ୍ୱାରା ୩.୬ ଲକ୍ଷ କ୍ୟୁସେକ୍ ପାଣି ଛଡାଯାଉଛି।
ଦୁର୍ଗାପୂଜା ପାଇଁ ଆସିଲା ଟ୍ରାଫିକ କଟକଣା
ଦୁର୍ଗାପୂଜା ପାଇଁ ଆସିଲା ଟ୍ରାଫିକ କଟକଣା । ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ। ୨୮ ତାରିଖ ଠାରୁ ୦୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଦୂର୍ଗା ପୂଜା ପାଳନ ହେବ। ଯେଉଁଥିପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯିବ। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବା । ଏହିସମୟରେ କୌଣସି ଭାରୀ ଯାନ ସହର ମଧ୍ୟ ଦେଇ ଯାଇପାରିବେ ନାହିଁ । ସାଧାରଣ ଲୋକଙ୍କ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି ।
ଆଜିଠୁ ବାଲିଯାତ୍ରା ୨୦୨୫ ପାଇଁ ଷ୍ଟଲ ବୁକିଂ
ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆଜିଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ। ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ପ୍ରବଳ ବର୍ଷା ପାଇଁ ମାଲକାନଗିରିରେ ସ୍କୁଲ ଛୁଟି ଘୋଷଣା
ଆଜି ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ଛୁଟି। ସ୍କୁଲ୍ ଛୁଟି ଘୋଷଣା କଲେ ମାଲକାନଗିରି ଜିଲ୍ଲାପାଳ। ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା। ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସ୍କୁଲ୍ ଛୁଟି। ଶିକ୍ଷକମାନେ ସ୍କୁଲ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ। ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ, ମାଲକାନଗିରି ପ୍ରଶାସନ ଗୁରୁବାର ସେପ୍ଟେମ୍ବର ୨୬ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛି।
ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି
ଏମସ୍ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ପ୍ରସିଦ୍ଧ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟରେ ନିରନ୍ତର ଉନ୍ନତି ଦେଖାଯାଉଛି। ସେପ୍ଟେମ୍ବର ୪ ତାରିଖରେ ତାଙ୍କୁ ଭର୍ତ୍ତି କରାଯିବା ପରଠାରୁ ଆଇସିୟୁରେ ଚିକିତ୍ସା କରାଯିବା ପରେ ଆଜି ମଜୁମଦାରଙ୍କୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଯାହା ତାଙ୍କ ଅବସ୍ଥାରେ ଉନ୍ନତି ହେବାକୁ ସୂଚାଇଛି।
ଦୁଇ ଓଡ଼ିଆଙ୍କ କାନ୍ଧରେ ନିର୍ବାଚନ ଦାୟିତ୍ୱ
ନିର୍ବାଚନ ମୁହାଁ ରାଜ୍ୟଗୁଡ଼ିକରେ ବିଜେପିର ରଣନୀତିକୁ ସୁଦୃଢ଼ କରିବା ପାଇଁ ଦୁଇ ଓଡ଼ିଆ ନେତାଙ୍କୁ ଗୁରୁତ୍ୱପୂଣ୍ଣ ଦାୟିତ୍ୱ ଦିଆଯାଇଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କମିଟି ନିର୍ଦ୍ଦେଶ ଅନୁସାରେ ଏହି ଦୁଇ ନେତା ସେ ରାଜ୍ୟରେ ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ସେମାନେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡା।