)
ଦେଶରେ ଓଡ଼ିଶା ପ୍ରଥମ: ଗଢ଼ିଲେ ୧୭ ଲକ୍ଷ ଲକ୍ଷପତି ଦିଦି
‘ଲକ୍ଷପତି ଦିଦି ଯୋଜନା’ ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ, ଗ୍ରାମ୍ୟ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ‘ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫’ ଅବସରରେ କହିଛନ୍ତି। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ମିସନ୍ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀ ଯୋଗ ଦେଇଥିଲେ।
ଆଗକୁ ବଢୁଛି ମୌସୁମୀ, ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ଭିତରେ ୧୦ ଜିଲ୍ଲାରେ ବର୍ଷା ହୋଇଛି। ପ୍ରଭାବରେ ସେଥିରେ ୧୦ ଜିଲ୍ଲାରେ ମୌମୁମୀ ପ୍ରବେଶ କରିଛି। ମାତ୍ର ପାଣିପାଗ ବିଭାଗ ପୂର୍ବାନୁମାନ ଯାହା- ବର୍ଷା ପ୍ରକୋପ ଆଜିଠାରୁ କମିବ। ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବ। ୧ ରୁ ଠାଏ ଠାଏ ବର୍ଷା ହେବ। ଅନ୍ୟପକ୍ଷରେ ଗରମ ପ୍ରକୋପ ବଢିବ। ଜୁନ୍ ୧ରୁ ୩ ଯାଏଁ ତାପମାତ୍ରା ବଢିବା ସହିତ ଗୁଳୁଗୁଳି ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି।
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ ଥିଲେ। କାମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ହୋଇଥିଲେ।୧୯୭୭ରେ ପ୍ରଥମ କରି ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ।
ମାଓବାଦୀଙ୍କ ବିସ୍ଫୋରକ ଲୁଟ୍ ଘଟଣା: ଏନ୍ଆଇଏର ତନାଘନା, ଅଧିକାରୀଙ୍କ ସହ ଡିଜିପିଙ୍କ ରୁଦ୍ଧଦ୍ବାର ବୈଠକ
ବାଙ୍କୋ ଖଣିରୁ ବାରୁଦ ଲୁଟ୍ ଘଟଣା ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସର ନିଦ ହଜାଇ ଦେଇଛି। ଏହି ଘଟଣା ପରେ ଉଭୟ ରାଜ୍ୟର ସୁରକ୍ଷାବଳ ସୀମାନ୍ତ ଜଙ୍ଗଲରେ କମ୍ବିଂ ଅଭିଯାନକୁ ଜୋରଦାର କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମଧ୍ୟ ଦୁଇଦିନ ଧରି କେ. ବଲାଙ୍ଗ ଓ ରାଉରକେଲାରେ ଡେରା ପକାଇ ସ୍ଥିତି ସମୀକ୍ଷା କରିବା ସହ ତଲାସି ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ଡିଜି ଶ୍ରୀ ଖୁରାନିଆ ଆଜି ପୁଲିସ ଉଚ୍ଚାଧିକାରୀଙ୍କ ସହ ଏକ ରୁଦ୍ଧଦ୍ବାର ବୈଠକ କରିଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଜଗମୋହନ ଭିତର କାଠ ଭଣ୍ଡାର ଘର ନିକଟରେ ବାନ୍ତି ପଡିଥିବାରୁ ବଡ଼ ମହାସାନ୍ନ କରାଯାଇଛି। ଗୁରୁବାର ମଧ୍ୟାହ୍ନ ଧୂପ ପରେ ଭିତର କାଠ ଦର୍ଶନ ସମୟରେ ବାନ୍ତି ପଡ଼ଥିବା ଦେଖିଥିଲେ ସେବକ। ଏଣୁ ମହାପ୍ରଭୁଙ୍କର ବଡ଼ ମହାସାନ୍ନ କରାଯାଇଛି। ତେବେ ମହାସ୍ନାନ ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ନୀତି ସରିବା ପରେ ପୁଣି ଦର୍ଶନ ଆରମ୍ଭ କରାଯିବାନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ଜଣେ ମୃତ
ନେମାଳ ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ମନାନ୍ଗଡ଼ାଠାରେ ଗତକାଲି ବିଳମ୍ବିତ ରାତିରେ ବୋମା ଭିଡ଼ିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ବୋମା ଭିଡ଼ାଯାଉଥିବା ଘରର ଛାତ ଫାଟି ଯାଇଥିବାବେଳେ ସଟର୍ କବାଟ ଉଡ଼ି ପ୍ରାୟ ୫୦ ଫୁଟ ଦୂରରେ ପଡ଼ିଥିଲା। ନାହାଳପୁର ଅଞ୍ଚଳର ସେକ୍ ଦୁଖା (୫୫) ମନାନ୍ଗଡ଼ାଠାରେ ବ୍ୟବସାୟ ପାଇଁ ଏକ କୋଠାଘର ଭଡ଼ାରେ ନେଇଥିଲା। ସେ ଲୋକଦେଖାଣିଆ ଫେରି ବ୍ୟବସାୟ କରୁଥିବା ବେଳେ ବିଳମ୍ବିତ ରାତିରେ ଘରେ ଆପରାଧିକ କାମ କରିଆସୁଥିଲା।
ଦୁର୍ଦ୍ଦାନ୍ତ ମାଓବାଦୀ ହିଡମା କୁଞ୍ଜମ ଗିରଫ
କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ପେଟାଗୁଡ଼ା ଜଙ୍ଗଲରୁ ହାର୍ଡକୋର ମାଓବାଦୀ କୁଞ୍ଜମ ହିଡମାକୁ ଗିରଫ କରାଯାଇଛି। ଏହି ଅପରେସନ ସମୟରେ ପୋଲିସ ଏକ AK-47 ରାଇଫଲ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହିତ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି।
ଆଜି ଏହି ସବୁ ସ୍ଥାନରେ ମକଡ୍ରିଲ
ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅପରେସନ୍ ସିଲ୍ଡ ଅଧୀନରେ ୩୧ ମଇରେ ଏକ ମକ୍ ଡ୍ରିଲ୍ କରାଯିବ। ପୂର୍ବରୁ ୨୯ ମଇ ଏହି ମକ୍ ଡ୍ରିଲ୍ ପାଇଁ ତାରିଖ ଥିଲା କିନ୍ତୁ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା। ଏବେ ମକ୍ ଡ୍ରିଲ୍ ୩୧ ମଇରେ କରାଯିବ। ମକ୍ ଡ୍ରିଲ୍ ଅଧୀନରେ ଭାରତୀୟ ସେନା ପାକିସ୍ତାନ ସୀମାବର୍ତ୍ତୀ ଚାରୋଟି ରାଜ୍ୟରେ ମକ୍ ଡ୍ରିଲ୍ କରିବ।
ଟ୍ରମ୍ପଙ୍କୁ ଆଶ୍ୱସ୍ତି
ଆମେରିକା କୋର୍ଟରୁ ଟ୍ରମ୍ପଙ୍କୁ ମିଳିଲା ଆଶ୍ୱସ୍ତି। ଟ୍ରମ୍ପ ପ୍ରଶାସନର ପାରସ୍ପରିକ ଶୁଳ୍କ ନିଷ୍ପତ୍ତିକୁ ଏକ ଆମେରିକା କୋର୍ଟ ଏକ ମାମଲାର ଶୁଣାଣି କରି ଅବରୋଧ କରିଥିଲା। ଯାହା ପରେ ଟ୍ରମ୍ପ ପ୍ରଶାସନ କୋର୍ଟରେ ଆବେଦନ କରିଥିଲା। ଯାହା ପରେ ଏକ ଫେଡେରାଲ୍ ଆପିଲ୍ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଳ୍କ ଲାଗୁ କରିବାକୁ ଅନୁମତି ଦେଇଥିଲା।
ଆଇପିଏଲ ଫାଇନାଲରେ ଆରସିବି
ପଞ୍ଜାବ କିଙ୍ଗସକୁ ଆଇପିଏଲ ୨୦୨୫ କ୍ୱାଲିଫାୟର ୧ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ୨୦୦୯, ୨୦୧୧ ଓ ୨୦୧୬ ପରେ ୪ର୍ଥ ଥର ପାଇଁ ଆରସିବି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୯ ବର୍ଷ ପରେ ପୂନର୍ବାର ଦଳ ଏବେ ଆଇପିଏଲର ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିବ ।