)
ଲ୍ୟାଣ୍ଡଫଲ କଲା ବାତ୍ୟା ମୋନ୍ଥା
ଆନ୍ଧ୍ର ଉପକୂଳ ନର୍ସପୁରଠାରେ ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି ବାତ୍ୟା ମୋନ୍ଥା। ପାଣିପାଗ ବିଭାଗର ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ଦୁଇଟାରେ ମୋନ୍ଥା , ନର୍ସପୁରରୁ ପ୍ରାୟ ୨୦ କିଲୋମିଟର ଦୂର ପଶ୍ଚିମ-ଉତ୍ତର-ପଶ୍ଚିମରେ ରହିଛି। ଓଡ଼ିଶାର ଗୋପାଳପୁରଠାରୁ ଏହା ୪୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅର୍ଥାତ୍ ବାତ୍ୟା ସମ୍ପୂର୍ଣ୍ଣ ଭାବେ ଟଳିଛି। କିନ୍ତୁ ରାଜ୍ୟର ଉପକୂଳ ଅଞ୍ଚଳ ବିଶେଷକରି ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ବର୍ଷା ଜାରି ରହିଛି। ଆକାଶ ମେଘାଚ୍ଛନ୍ନ ରହିଛି।
ପ୍ରଭାବରେ ରାଜ୍ୟରେ ବର୍ଷା ଜାରି
ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ୨୭ରୁ ୨୯ ମଧ୍ୟରେ ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।
ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୮ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ଓ ଏସ୍ଆରସିଙ୍କ ସହ ସମୀକ୍ଷା । ଲ୍ୟାଣ୍ତଫଲ୍ ପ୍ରକ୍ରିୟା ସତ୍ତ୍ୱେ ଓଡ଼ିଶାରେ ପ୍ରଭାବ ପଡ଼ିନାହିଁ । କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଗୋଟିଏ ସ୍ଥାନରେ ପାହାଡ଼ ଧସିଛି । ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୭,୮୧୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଏପର୍ଯ୍ୟନ୍ତ ୨,୧୯୮ ଗର୍ଭବତୀଙ୍କୁ ମେଡିକାଲରୁ ନିଆଯାଇଛି । ଆବଶ୍ୟକ ହେଲେ ତ୍ୱରିତ୍ ପଦକ୍ଷେପ ନିଆଯିବ ।
ଭାଙ୍ଗିଲା ହମାସ-ଇସ୍ରାଏଲ ଯୁଦ୍ଧ ବିରତି
୧୮ ଦିନରେ ଭାଙ୍ଗିଲା ଇସ୍ରାଏଲ-ହମାସ ଯୁଦ୍ଧବିରତି । ଗାଜା ଉପରେ ବଡ଼ ଆକ୍ରମଣ ପାଇଁ ନିର୍ଦ୍ଦେଶ । ହମାସର ଅସ୍ତ୍ର ଭଣ୍ଡାର ଓ ସୁଡ଼ଙ୍ଗ ଉପରେ ବୋମାମାଡ଼ କରିଛି ଇସ୍ରାଏଲ । ୧୨ ଜଣ ପାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି । ଯୁଦ୍ଧବିରତିର ଅବସାନ ପରେ ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା ଓ ଉତ୍ତେଜନା ବଢ଼ିଯାଇଛି ।
ମହାବାତ୍ୟାକୁ ପୁରିଲା ୨୬ ବର୍ଷ
ଆଜି ହେଉଛି ଅକ୍ଟୋବର ମାସ ୨୯ ତାରିଖ। ଆଜକୁ ପ୍ରାୟ ୨୬ ବର୍ଷ ପୂର୍ବେ ଅର୍ଥାତ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଦେଖିଥିଲା ମହାବାତ୍ୟା ଇତିହାସର ସବୁଠାରୁ ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ସହ ପବନର ଗର୍ଜନ ଉପକୂଳ ଓଡ଼ିଶାର ଚିତ୍ର ବଦଳାଇଦେଇଥିଲା। ଖିନଭିନ ହୋଇଯାଇଥିଲା ଜନଜୀବନ। ଅକଥନୀୟ ଯନ୍ତ୍ରଣାରେ ଜର୍ଜରିତ ହୋଇଥିଲେ ଓଡ଼ିଶାବାସୀ। କୁଢକୁଢ ଶବ ହିଁ ବୟାନ କରିଥିଲା ବାତ୍ୟାର ଭୟଙ୍କର ଚିତ୍ର। ଉପକୂଳବାସୀଙ୍କ ମନରେ ଆଜି ମଧ୍ୟ ସେଦିନର ସ୍ମୃତି ସତେଜ ରହିଥିବା ବେଳେ ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ବାତ୍ୟାର ସମ୍ମୁଖିନ ହୋଇଆସୁଛି ଓଡ଼ିଶା।
ରଞ୍ଜନା ଦେଶାଇ ଆୟୋଗ ମୁଖ୍ୟ
ଆଜି କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନର ନିୟମ ଏବଂ ସର୍ତ୍ତାବଳୀ (ToR)କୁ ଅନୁମୋଦନ କରିଛନ୍ତି। ଏହି କମିଶନ ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬.୯ ଲକ୍ଷ ପେନସନଭୋଗୀଙ୍କ ଦରମାକୁ ଲାଭବାନ କରିବ। କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ କର୍ମଚାରୀ ସଂଗଠନ ସହିତ ବ୍ୟାପକ ଆଲୋଚନା ପରେ ନିୟମ ଏବଂ ସର୍ତ୍ତାବଳୀ ଚୂଡ଼ାନ୍ତ ହୋଇଛି। କମିଶନ 18 ମାସ ମଧ୍ୟରେ ତାଙ୍କର ସୁପାରିଶ ଦାଖଲ କରିବାକୁ ପଡିବ। ଆଇଆଇଏମ୍ ବାଙ୍ଗାଲୋର ପ୍ରଫେସର ପୁଲକ ଘୋଷ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସଚିବ ପଙ୍କଜ ଜୈନ ସଦସ୍ୟ ରହିବେ।
ଜାମାଇକାରେ ମେଲିସାର ତାଣ୍ଡବ
ଙ୍ଗଳବାର ଦିନ ଜାମାଇକାରେ ଏକ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟାର ରୂପ ନେଇ ବାତ୍ୟା ମେଲିସା ସ୍ଥଳଭାଗ ଛୁଇଁଥିଲା। ଏହା ଜାମାଇକାରେ ତାଣ୍ଡବ ରଚିବା ସହିତ ବ୍ୟାପକ ଭାବେ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି। ସେପଟେ ୟୁଏନ ପକ୍ଷରୁ ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଘୁର୍ଣ୍ଣିବାତ୍ୟା ବୋଲି କୁହାଯାଇଛି। ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ ସ୍ଥାନୀୟ ସମୟ ମଙ୍ଗଳବାର ସକାଳେ ମେଲିସା ଜାମାଇକାର ନେଗ୍ରିଲ୍ ଠାରୁ ପ୍ରାୟ 40 କିଲୋମିଟର ଦକ୍ଷିଣ-ପୂର୍ବ ଏବଂ କ୍ୟୁବାର ଗୁଆଣ୍ଟାନାମୋରୁ ପ୍ରାୟ ୨୩୫ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା।
ଗଜପତି ଜିଲ୍ଲାରେ ଭୁସ୍ଖଳନ
ଗଜପତି ଜିଲ୍ଲାରେ ‘ମୋନ୍ଥା’ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। କାଶୀନଗର ଓ ରା.ଉଦୟଗିରିରେ ଭୂସ୍ଖଳନ, ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି। ରାୟଗଡ଼ ବ୍ଲକ୍ ଲକ୍ଷ୍ମୀପୁର ପଞ୍ଚାୟତର ବଡ଼ତପଙ୍ଗ ଗ୍ରାମରେ ବିରାଟକାୟ ତେନ୍ତୁଳି ଗଛ ପଡ଼ି ତିନୋଟି ଘର ଭାଙ୍ଗିଛି। ଖବର ପାଇ ରାୟଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫା କରୁଛନ୍ତି। ଦୁର୍ଘଟଣାରେ ଧନଜୀବନ ହାନି ହୋଇ ନ ଥିବା ବେଳେ ବାତ୍ୟା ପ୍ରଭାବରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ସହିତ ପବନ ଲାଗି ରହିଛି।
ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଏକ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ କରିବା ନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଛି। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ୮ ଜୁନ୍ ୨୦୦୬ ମସିହାରେ ଏବଂ ପ୍ରତିଭା ପାଟିଲ ୨୫ ନଭେମ୍ବର ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଘାଟିରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଇଥିଲେ। ୮ ଏପ୍ରିଲ୍ ୨୦୨୩ରେ ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ବାୟୁସେନା ଘାଟିରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଣ କରିବାରେ ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରମୁଖ୍ୟ ହେବେ।
ଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ
ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୋଲିସ ବାବୁ ଜଣଙ୍କ ହେଉଛନ୍ତି କୋରାପୁଟ ବି. ସିଂହପୁର ଥାନା ଏଏସଆଇ ନରସିଂହ ଦୋରା । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ନରସିଂହଙ୍କୁ ଗିରଫ କରିଛି ।