Advertisement
Article Detail0/zeeodisha/odisha2994526

Top 10 News Today: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ମୃତକଙ୍କ ପରିବାରକୁ କ୍ଷତିପୁରଣ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ମୃତକଙ୍କ ପରିବାରକୁ କ୍ଷତିପୁରଣ ଓ ସକାଳର ୧୦ ବଡ଼ ଖବର

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଦିନ ୪ଟାରୁ ପ୍ରଚାର ବନ୍ଦ ହୋଇଯିବ। ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ।  ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍। ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।  ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି। ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ।

ସିଇଓଙ୍କ ନିକଟରେ ଫେରାଦ ହେଲେ ବିଜେପି-ବିଜେଡି
ମୁଖ୍ୟମନ୍ତ୍ରୀ ଭାଙ୍ଗୁଛନ୍ତି ଆଦର୍ଶ ନିର୍ବାଚନ ଆଚରଣ ଵିଧି । ଏପରି ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ଭୟଭୀତ ହୋଇ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ଯାଇଛନ୍ତି । ହେଲେ ଏହି ଗସ୍ତ ପାଇଁ ଖରିଆର ରୋଡ଼କୁ କାହିଁକି ବ୍ଲକ କରାଗଲା ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛି । ୨୦୨୪ ନିର୍ବାଚନ ପରାଜୟ ଭୋଗ କରିବା ପରେ, ନବୀନ ପଟ୍ଟନାୟକ କହିଥିଲେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଛି ସେଥିପାଇଁ ବିଜେଡିର ପରାଜୟ ଘଟିଛି । 

ରଥଯାତ୍ରା ଦଳାଚକଟା କାର୍ଯ୍ୟାନୁଷ୍ଠାନ: ୭ ପୁଲିସ ଅଧିକାରୀଙ୍କୁ ଦୋଷୀ
ଚଳିତବର୍ଷ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳଚକଟା ଘଟଣା ନେଇ ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟରେ ୭ ପୁଲିସ ଅଧିକାରୀଙ୍କୁ ଦୋଷୀ ଦର୍ଶାଯାଇଛି ।  ଏହି ଦୋଷୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ଅକ୍ଟୋବର ୨୫ ତାରିଖରେ ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ।

Add Zee News as a Preferred Source

ରାଜ୍ୟରେ ଖସୁଛି ପାରଦ
ରାଜ୍ୟରେ ଶୀତ ଅନୁଭୂତ ହେବାକୁ ଲାଗିଲାଣି। ପାଗ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏକ ସତର୍କତା ଜାରି କରି କହିଛି ଯେ ନଭେମ୍ବର ୧୪ ରୁ ୨୦ ତାରିଖ ମଧ୍ୟରେ ରାଜ୍ୟ ସାରା ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏହି ସମୟ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ସେଲସିୟସ୍ କମ୍ ହୋଇପାରେ।

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର, ସନ୍ଧାନୀ କୁକୁର ସହିଦ
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା ନାଗରା ଥାନା ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବାବେଳେ, ଏକ ସନ୍ଧାନୀ କୁକୁର ସହିଦ ହୋଇଛି । ଗୁରୁତର ଯବାନ ଜଣକ ହେଲେ ସୁମିତ ଏମ୍ । ତାଙ୍କର ଚିକିତ୍ସା ଜାରି ରହିଛି । ସହିଦ ହୋଇଥିବା ସନ୍ଧାନୀ କୁକୁର ଷ୍ଟନର ନିଜ ଜୀବନ ଦେଇ ଅନେକ ଯବାନଙ୍କ ଜୀବନ ରକ୍ଷାକରିଛି ବୋଲି କୁହାଯାଇଛି । ସେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଲଗା ଯାଇଥିବା ବୋମା ଖୋଜିବାରେ ସୁଦକ୍ଷ ଥିଲା ।

ମୃତକଙ୍କ ପରିବାରକୁ କ୍ଷତିପୁରଣ
କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। କଟକରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୩ଜଣ (ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲ) ଙ୍କର ପ୍ରାଣହାନିକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ସେ ଘୋଷଣା କରିଛନ୍ତି। 

ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ ପରେ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା। କହିଲେ ଜୀବନ ପ୍ରତି ବିପଦ ଅଛି। ପୁଅ ପାଖକୁ ମାମଲା ପ୍ରତ୍ୟାହାର କରିବାକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି । ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ। ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ। ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି। । ଧମକ ମିଳୁଥିବା ନେଇ ଆମେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କହିବା ସହ ଏନେଇ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା କହିଛନ୍ତି ।

୧୧ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ
ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ । ରାଇକିଆ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ସୁଗଡବାଡି ପଞ୍ଚାୟତର ନାଉଡ଼ିମାହା ନିକଟସ୍ଥ ଜଙ୍ଗଲରୁ ୨୫ ଏକର ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି । ବିଶେଷସୂତ୍ରରୁ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ ,ରାଇକିଆ ତହସିଲଦାର ବରିୟାଲ ମୁର୍ମୁ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୨୫୦୦୦ ଗଞ୍ଜେଇ ଗଛ ଆଇଆରବି ଯବାନଙ୍କ ସହାୟତା ରେ ପୋଡ଼ି ନଷ୍ଟ କରିଥିଲେ ।

୧ରୁ ଶୀତକାଳୀନ ଅଧିବେଶନ
ଆସନ୍ତା ୧ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ବିଶେଷସୂତ୍ରରୁ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ ,ରାଇକିଆ ତହସିଲଦାର ବରିୟାଲ ମୁର୍ମୁ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୨୫୦୦୦ ଗଞ୍ଜେଇ ଗଛ ଆଇଆରବି ଯବାନଙ୍କ ସହାୟତା ରେ ପୋଡ଼ି ନଷ୍ଟ କରିଥିଲେ ।

ଅତ୍ୟନ୍ତ ଖରାପ ବର୍ଗରେ ଦିଲ୍ଲୀ ବାୟୁମଣ୍ଡଳ
ଦିଲ୍ଲୀରେ ପୁଣି ଥରେ ବାୟୁମଣ୍ଡଳ ବିଷାକ୍ତ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଶନିବାର ଦିଲ୍ଲୀର ଅନେକ ସ୍ଥାନରେ AQI ସ୍ତର ୪୦୦ ଅତିକ୍ରମ କରିଛି। ୪୦୦ ଅତିକ୍ରମ କଲେ AQI ସ୍ତରକୁ ବିଷାକ୍ତ ବାୟୁ ବୋଲି ବିବେଚନା କରାଯାଏ। ଏହା ଜାତୀୟ ରାଜଧାନୀକୁ ଦେଶର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଗୋଟିଏ କରିଛି। 

About the Author