)
ଜାରି ହେଲା ରେଡ ଆର୍ଲଟ, ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ
ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଜି ଯାଏଁ ଏହା ସକ୍ରିୟ ରହିବା ସହ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ତେବେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହିପରି ପ୍ରଭାବ । ଏଥିସହ ଆସନ୍ତାକାଲି ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଶେଷ ହେଲା ଇସ୍ରାଏଲ ଗାଜା ଯୁଦ୍ଧ
ଇସ୍ରାଏଲ-ଗାଜା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଶାନ୍ତି ଚୁକ୍ତି ସ୍ବାକ୍ଷରିତ ନେଇ ଘୋଷଣା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇସ୍ରାଏଲ-ଗାଜା ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ହେବା ନେଇ ଆଶା କରାଯାଉଛି। ଚୁକ୍ତି ଅନୁସାରେ ଶନିବାର ସୁଦ୍ଧା ହମାସ ସମସ୍ତ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ। ଇସ୍ରାଏଲୀ ସେନା କବ୍ଜାକୁ ନେଇ ଅଧିକାଂଶ ସ୍ଥାନରୁ ପଛକୁ ହଟିବ।
ମାଲଗୋଦାମରେ ଜଳିଗଲା ଟ୍ରକ
କଟକ ମାଲ୍ଗୋଦାମରେ ଜଳିଗଲା ମାଲ୍ ବୋଝେଇ ଟ୍ରକ୍। ମଶାଧୂପ ଲଗାଇ ଟ୍ରକ୍ ଭିତରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ପ୍ରଥମେ କମ୍ବଳ ଓ ପରେ ଛୋଟ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ବ୍ୟାପିଥିବା ସୂଚନା। ଡେଇଁ ପଡ଼ି ଜୀବନ ବଞ୍ଚାଇଲେ ଡ୍ରାଇଭର, ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଆୟତ୍ତ।
ଫେରିଲେ ଅପହୃତ ୱାର୍ଡମେମ୍ବର
ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର। ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ ନଂ ୱାର୍ଡର ୱାର୍ଡସଭ୍ୟ ଧନେଶ୍ବର ସେଠୀ। ଅପହରଣକାରୀମାନେ ତାଙ୍କୁ ଛାଡ଼ି ଦେଇଥିବା କହିଲେ ଧନେଶ୍ବର। ସ୍ଥାନୀୟ କିଛି ଲୋକେ ଅପହରଣ କରିଥିବା ଅଭିଯୋଗ କଲେ। ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଅପହରଣ କରାଯାଇଥିଲା। ଏନେଇ ପରିବାର ଓ ନାଏବ ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ। ୱାର୍ଡମେମ୍ବରଙ୍କୁ ଅପହରଣ ଯୋଗୁଁ କାଲି ସ୍ଥଗିତ ରଖାଯାଇଥିଲା ଅନାସ୍ଥା ଭୋଟିଂ।
ଏଣିକି ପ୍ରି-ମାଟ୍ରିକ ସ୍କଲାରସିପ ପାଇବେ ୧୬ ହଜାର ଟଙ୍କା
ପ୍ରି-ମାଟ୍ରିକ୍ ସ୍କଲାରସିପ୍ରେ ଏଣିକି ମିଳିବ ୧୬ ହଜାର ଟଙ୍କା। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର। ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା। ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା। ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ଛାତ୍ରୀମାନଙ୍କୁ ୧୭ ହଜାର ଟଙ୍କା।
ଛାତ୍ରୀଙ୍କୁ ଅପହରଣ ଅଭିଯୋଗ
ଭୁବନେଶ୍ବର: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ଖଣ୍ଡପଡ଼ା ଫତେଗଡ଼ ଥାନା ଅଞ୍ଚଳରେ ଅପହରଣ ଅଭିଯୋଗ। ଦଶହରା ଛୁଟିରେ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ ଛାତ୍ରୀ।
ଫତେଗଡ଼ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ। ଭୁବନେଶ୍ବର ବଡଗଡ଼ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି।
ରାଜ୍ୟ ଡାକ୍ତର ସଂଘ- ଓମ୍ସାର ଖୋଲା ଚେତାବନୀ : ଦାବି ପୂରଣ ନହେଲେ ୨୧ରୁ ଧର୍ମଘଟ
ସରକାରଙ୍କୁ ରାଜ୍ୟ ଡାକ୍ତର ସଂଘ- ଓମସାରର ଖୋଲା ଚେତାବନୀ । ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ ନକଲେ ଅକ୍ଟୋବର ୨୧ରୁ OPD ରେ କଳା ଟି- ସାର୍ଟ ପିନ୍ଧି କରିବେ ସାଙ୍କେତିକ ଧର୍ମଘଟ । ତା' ସତ୍ତ୍ୱେ ଦାବି ପୂରଣ ନହେଲେ ନଭେମ୍ବର ୩ ରୁ ରାଜ୍ୟବ୍ୟାପୀ OPD ବୟକଟ୍ ପାଇଁ ଚରମବାଣୀ ଶୁଣାଇଛି ଓମ୍ସା । ପୂର୍ବରୁ ୧୮ ଦଫା ଦାବି ରଖିଛି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍।
୧୧ ବରିଷ୍ଠ ବିଜେଡି ନେତାଙ୍କୁ ସାଂଗଠନିକ ଦାୟିତ୍ବ, ଚିରଞ୍ଜୀବ ବିଶ୍ବାଳ ଉପସଭାପତି
ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ଦଳର ରାଜ୍ୟ ପଦାଧିକାରୀ ଭାବରେ ଆଉ ୧୧ ଜଣ ନେତାଙ୍କୁ ନିଯୁକ୍ତ କରିଛି। ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା ଉପନିର୍ବାଚନ ପୂର୍ବରୁ ଏହି ନିଯୁକ୍ତି ହୋଇଛି। ତେବେ ଆଗାମୀ ନିର୍ବାଚନକୁ ନଜରରେ ରଖି ଦଳର ଆଭ୍ୟନ୍ତରୀଣ ଗଠନ ଏବଂ ତୃଣମୂଳ ସ୍ତରର ନେଟୱର୍କକୁ ମଜବୁତ କରିବାର ପ୍ରୟାସ ଭାବରେ ଏହାକୁ ଦେଖାଯାଉଛି।
ପୋଲିସ ଏସଆଇ ପରୀକ୍ଷା ଜାଲିଆତି; ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ
ଓଡ଼ିଶାରେ ପୋଲିସ ସବ-ଇନ୍ସ୍ପେକ୍ଟର (SI) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୧୧୯ ଜଣ ଗିରଫଙ୍କ ଜାମିନ ଆବେଦନ ଖାରଜ । ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ଗିରଫଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।
ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫: ଆଜି ଦକ୍ଷିଣ ଆଫ୍ରିକା- ଭାରତ ମୁକାବିଲା
ଚଳିତ ମହିଳା ଦିନିକିଆ ବିଶ୍ୱକପ୍ର ନବମ ଲିଗ୍ ମ୍ୟାଚ୍ରେ ଆୟୋଜକ ଭାରତ - ଦକ୍ଷିଣ ଆଫ୍ରିକାକୁ ଭେଟିବ । ଉଭୟ ଦଳ ଚମତ୍କାର ଫର୍ମରେ ରହିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଭାରତ ପ୍ରଥମ ୨ଟି ମ୍ୟାଚ୍ରେ ଯଥାକ୍ରମେ ଶ୍ରୀଲଙ୍କା ଓ ପାକିସ୍ତାନକୁ ପରାଜିତ କରି ସାରିଛି । ପଏଣ୍ଟ ତାଲିକାରେ ଦଳ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ଘରୋଇ ଦଳ ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ରେ ପରାଜିତ ହୋଇଥିଲା । ମାତ୍ର ଏହାପରେ ଦଳ ଦମ୍ଦାର ପ୍ରତ୍ୟାବର୍ତ୍ତନ କରିଛି । ନ୍ୟୁଜିଲାଣ୍ଡ ଭଳି ଏକ ଅଭିଜ୍ଞ ତଥା ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟୀ ହୋଇ ଦକ୍ଷିଣ ଆଫ୍ରିକା ମନୋବଳ ସୁଦୃଢ କରିଛି । ଆଜି ଭାରତକୁ କଡ଼ା ଜବାବ ଦେବାକୁ ଦକ୍ଷିଣ ଆଫ୍ରିକା ପ୍ରସ୍ତୁତ ରହିଛି ।