Top 10 News: ଚୁଟକୀରେ ପଢିନିଅନ୍ତୁ ଦିନତମାମର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି
ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ଶ୍ରୀମନ୍ଦିରରେ ଦର୍ଶନ ସାରି ତିନି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି, ମଙ୍ଗଳବାର ଏହାର ସମୀକ୍ଷା କରିଛନ୍ତି ଏଡିଜି ଦୟାଲ ଗାଙ୍ଗୱାର ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି । ପ୍ରତି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି । କୋଣସି ପ୍ରକାର ତ୍ରୁଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି ।
ଶ୍ୱେତଗଙ୍ଗାରେ ପିଣ୍ଡଦାନ, ମହାପ୍ରଭୁଙ୍କ ଦର୍ଶନ
ଆଜି ପୁରୀର ଶ୍ୱେତଗଙ୍ଗାରେ ପିଣ୍ଡ ଦାନ ପରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କଲେ ମହାମହିମ। ଗର୍ଭଗୃହରେ ମହାପ୍ରଭୁଙ୍କୁ ଦେଖି ଲୁହ ଝରାଇଲେ। ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଆଶୀର୍ବାଦ ନେଇଥିବା ସୂଚନା ରହିଛି। ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ୪୫ ମିନିଟ୍ କାଳ ଭିତରେ ଦର୍ଶନ ସାନିଧ୍ୟ ନେଲେ। ମହାମହିମଙ୍କ ଉଦ୍ଦେଶ୍ୟରେ ଲାଗିଲା ବାନା। ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ଶୁଭିଲା ବେଦ ଧ୍ଵନି । ଫେରିବା ବାଟରେ ବାଇଶି ପାହାଚରେ ବସିଲେ। ମହାପ୍ରଭୁଙ୍କ ରତ୍ନ ସିଂହାସନସ୍ଥିତ ଦୁର୍ଲଭ ସୁନାବେଶର ପଟ ଚିତ୍ର ଉପହାର ଦେଲେ ଶ୍ରୀମନ୍ଦିର ପ୍ରସାଶନ । ଖଣ୍ଡୁଆ ଦେଇ ସ୍ବାଗତ କଲେ ମୁଖ୍ୟ ପ୍ରଶାସକ ।
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ
ମଣିପୁର ବିଜେପି ବିଧାୟକ ଦଳ ନେତା ୟୁମନାମ ଖେମଚାନ୍ଦ ସିଂହ ବୁଧବାର ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜାତିଗତ ବିବାଦ-ପ୍ରପୀଡ଼ିତ ରାଜ୍ୟରେ ପ୍ରାୟ ଏକ ବର୍ଷ ପରେ ରାଷ୍ଟ୍ରପତି ଶାସନ ଶେଷ ହୋଇଛି। ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲା ଇମ୍ଫାଲର ଲୋକ ଭବନରେ ଖେମଚାନ୍ଦଙ୍କୁ ଶପଥପାଠ କରାଇଛନ୍ତି। ଏହି ଉତ୍ସବରେ ରାଜ୍ୟର ଅନେକ ବିଜେପି ବିଧାୟକ, ଦଳର ବରିଷ୍ଠ କର୍ମକର୍ତ୍ତା ଓ ଏନ୍ଡିଏର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।
ରାଜ୍ୟରେ ଆରମ୍ଭ ହେଲା କାରାଭାନ ଟୁରିଷ୍ଟ ସୁବିଧା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପର୍ଯ୍ୟଟନ କାରାଭାନକୁ ଲୋକାର୍ପିତ କରିଛନ୍ତି। ଶାନ୍ତିସ୍ତୂପ ଧଉଳି ଠାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାରାଭାନ ମାଧ୍ୟମରେ ନିଜ ସ୍ବଚ୍ଛନ୍ଦରେ ପର୍ଯ୍ୟଟକମାନେ ଭ୍ରମଣ କରିବାର ମଜ୍ଜା ନେଇପାରିବେ। ନିଜେ କିମ୍ବା ନିଜ ପରିବାର ଓ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ଖାଦ୍ୟପେୟ, ସଂସ୍କୃତି ଏବଂ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାର ସୁଯୋଗ ପାଇପାରିବେ।
ସୁପ୍ରିମକୋର୍ଟରେ ଏସ୍ଆଇଆର୍ ଶୁଣାଣି ; ମମତା ରଖିଲେ ପକ୍ଷ
ସୁପ୍ରିମକୋର୍ଟରେ ବୁଧବାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ନେଇ ଶୁଣାଣି ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଛନ୍ତି । ମମତା ବ୍ୟକ୍ତିଗତ ଭାବରେ ମାମଲା ଉପରେ ଯୁକ୍ତି କରିବା ପାଇଁ ଅନୁମତି ମାଗି ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିଥିଲେ। ଏସ୍ଆଇଆର୍ ବିରୋଧରେ ମମତା, ମୋଷ୍ଟାରି ବାନୁ, ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ ବ୍ରାଏନ୍ ଓ ଡୋଲା ସେନ୍ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ।
ଅନଲାଇନ୍ ଗେମିଂ ନିଶା: ୯ ମହଲାରୁ ଡେଇଁ ପଡିଲେ ୩ ଭଉଣୀ
ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ତିନି ନାବାଳିକା ଭଉଣୀ ଏକ କୋଠାର ନବମ ମହଲାରୁ ଡେଇଁ ଜୀବନ ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଏହି ତିନି ଜଣ ଅନଲାଇନ୍ ଗେମ୍ସର ନିଶାର ମାୟା ଜାଲରେ ପଡ଼ିଥିଲେ । ପରିବାର ପକ୍ଷରୁ ସେମାନଙ୍କ ଖେଳିବାକୁ ବିରୋଧ କରାଯିବା ପରେ ସେମାନେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସେମାନଙ୍କନାମ ନିଶିକା , ପ୍ରାଚୀ ଓ ପାଖି। ତିନି ଭଉଣୀଙ୍କ ବୟସ ଯଥାକ୍ରମେ ୧୬, ୧୪ ଓ ୧୨ ବର୍ଷ ବୋଲି ଜଣାପଡ଼ିଛି ।
ଅନ୍ୱେଷଣ-୨ ଯୋଜନାରେ ୫୪୫୧ ଜଣ ଉଦ୍ଧାର
ଅନ୍ୱେଷଣ-୨ ଯୋଜନା ଅଧିନରେ ୫୪୫୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ୨୧.୦୧.୨୦୨୬ ରୁ ୩୦.୦୧.୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ‘ଅପରେସନ୍ ଅନ୍ୱେଷଣ–୨’ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ସକ୍ରିୟ ଭାବେ ସାମିଲ ହୋଇ ରେକର୍ଡ ସଂଖ୍ୟକ ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରେ ୭୭ ଜଣ ନାବାଳକ, ୭୦୯ ଜଣ ନାବାଳିକା ଓ ୪୬୬୫ ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି।
୧୯ରୁ ମାଟ୍ରିକ ପରୀକ୍ଷା
ଆସନ୍ତା ୧୯ ତାରଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ତୃଟିଶୁନ୍ୟ ପରିଚାଳନା ଉପରେ ଅଧିକ ଗୁରୁତ୍ତ୍ୱ ଦେଉଛି। ବିଶେଷ କରି ପ୍ରଶ୍ନପତ୍ର ଯେଭଳି ଲିକ ନ ହୁଏ ତାହା ଉପରେ ଅଧିକ ଗୁରୁତ୍ତ୍ୱ ପ୍ରଦାନ କରୁଛି। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହାତକୁ ନେଇ ବୋର୍ଡ। ସେହିପରି ପ୍ରଶ୍ନପତ୍ରରେ କ୍ୟୁଆର କୋର୍ଡ ଓ ୱାଟର ମାର୍କର ମଧ୍ୟ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି। ଫଳରେ ପ୍ରଶ୍ନପତ୍ର ଲିକ ହେଲେ ସହଜରେ ଧରାପଡିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ରାହୁଲ ଗାନ୍ଧୀ ଓ ରବନୀତ ବିଟ୍ଟୁ ମୁହାଁମୁହିଁ
ସଂସଦ ଭବନ ବାହାରେ ରାହୁଲ ଗାନ୍ଧି ଓ ରବନୀତ ସିଂ ବିଟ୍ଟୁ ମୁହାଁମୁହିଁ। ରବନୀତଙ୍କୁ ବିଶ୍ବାସଘାତକ କହି ରାହୁଲ ତାଚ୍ଛଲ୍ୟ କରିବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାହୁଲଙ୍କୁ ଦେଶ୍କା ଦୁଷ୍ମନ କହି କଡ଼ା ନିଶାନା କଲେ ରବନୀତ। ରାହୁଲ ହାତ ମିଳାଇବାକୁ କହିବାରୁ ମନା କଲେ ରବନୀତ। ଏହି ପ୍ରସଙ୍ଗରେ ରାହୁଲଙ୍କୁ ‘ଗଦ୍ଦାର’ କହି ବର୍ଷିଲେ ଦିଲ୍ଲୀର ମନ୍ତ୍ରୀ ମଞ୍ଜିନ୍ଦର ସିର୍ସା।
ଅଣ୍ଡର-୧୯ ବିଶ୍ବକପ : ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଭାରତ
ପୁଣି ଫାଇନାଲରେ ଭାରତ । ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲରେ ଟିମ୍ ଇଣ୍ଡିଆ । ଦ୍ବିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୭ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଆୟୂଷ ମାତ୍ରେଙ୍କ ଟିମ୍ । ଭାରତ ଫାଇନାଲରେ ଇଂଲଣ୍ଡକୁ ଭେଟିବ । ତେବେ ଷଷ୍ଠଥର ପାଇଁ ଅଣ୍ଡର-୧୯ ବିଶ୍ବକପର ଫାଇନାଲ ଖେଳିବ । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୩୧୦ ରନ କରିଥିଲା । ଭାରତ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଟିମ ଇଣ୍ଡିଆ ଏହାକୁ ୭ ଓ୍ବିକେଟରେ ଜିତି ନେଇଛି । ଭାରତ ପକ୍ଷରୁ ଓପର ଆରୁନ ଜର୍ଜ ଶତକୀୟ ପାଳି ଖେଳିଥିଲେ । ଭାରତ ମାତ୍ର ୪୧.୧ ବଲରେ ଏହି ବିଶାଳ ଲକ୍ଷ୍ୟକୁ ପୂରଣ କରିଛି ।