Advertisement
Article Detail0/zeeodisha/odisha2951570

Top 10 News Today:ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର...


ଚୁଟକୀରେ ପଢନ୍ତୁ  ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today:ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର...
1-Cabinet Approves 4 Railway Projects: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଏବଂ ସିସିଇଏ ବୈଠକରେ ଭିତ୍ତିଭୂମି ସମ୍ବନ୍ଧୀୟ ଚାରୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆଜି କ୍ୟାବିନେଟ ବୈଠକରେ ଚାରୋଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ଚାରୋଟି ରେଳ ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୫,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
 
2-CJI BR Gavai Shoe Attack: ସୋମବାର ଦିନ ସୁପ୍ରିମକୋର୍ଟରେ ଏକ ନିୟମିତ ଶୁଣାଣି ସେତେବେଳେ ଏକ ବିପଜ୍ଜନକ ମୋଡ଼ ନେଇଥିଲା ଯେତେବେଳେ ବରିଷ୍ଠ ଭାରତର ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଆଜି (ମଙ୍ଗଳବାର) ଓକିଲ ଏହି ଘଟଣା ପଛର କାରଣ କହିଛନ୍ତି। ସେ କହିଛନ୍ତି ଏହା ମୋର ପ୍ରତିକ୍ରିୟା ଥିଲା। ଆପଣ ଯେପରି ନେବାକୁ ଇଚ୍ଛା କର, ସେହିପରି ଗ୍ରହଣ କର। ମୁଁ କୌଣସି ଜିନିଷକୁ ଭୟ କରେ ନାହିଁ, କିମ୍ବା ମୁଁ କୌଣସି ଜିନିଷକୁ ଅନୁତାପ କରେ ନାହିଁ।
 
 
3-Clash Curfew relaxed in Cuttack: କଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଥିଲା। ଆସନ୍ତାକାଲି ଦିନ ୧୦ ଘଟିକା ପରେ ଘଟଣାକୁ ଅନୁଧ୍ୟାନ କରି କର୍ଫ୍ୟୁ ବଳବତ୍ତର ରହିବ କି କୋହଳ କରାଯିବ। ସେଥିଉପରେ ସୂଚନା ଦିଆଯିବ ବୋଲି  ପୋଲିସ୍ କମିଶନର ଏହି ସମ୍ପର୍କ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦେଇଛନ୍ତି। ଆଜି ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି।
 
4-Farmer Suicide: ପୁଣି ଆଉଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି । ଲଗାଣ ବର୍ଷା ରେ ଚାଷୀ ବିଭିନ୍ନ କରିଥିବା ଫସଲ ଉଜୁଡି ଯାଇଥିବା ସହ୍ୟ କରି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ । 
 
5-Luxmi Bus: ଲଷ୍ମୀ ଵସରେ ଯାତ୍ରା କରୁଥିବା ବେଳେ ୪ ଜଣ ଯାତ୍ରୀଙ୍କୁ ଵସ ଭିତରେ ପଶି ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହାଣିଲା ଯୁବକ। ପୁରୀ ଜିଲ୍ଲା କଣାସ ବିନ୍ଧଣ ଛକରେ ଫିଲ୍ମ ଷ୍ଟାଇଲ ରେ ୪ ଜଣକୁ ହାଣି ପକାଇଲା ଜଣେ ଯୁବକ। ସୂଚନା ପାଇ କଣାସ ଥାନା ଅଧିକାରୀ ଙ୍କ ସମେତ ପୋଲିସ ଅଭିଯୁକ୍ତକୁ କାବୁ କରି ଗଡ଼ିଶା ଗଦା ଥାନାରେ ଜିମା ଦେଇଛି। ସେପଟେ  ୪ ଜଣ ଯାତ୍ରୀ ଙ୍କ ମଧ୍ୟରୁ ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ କଣାସ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚାଲିଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ପୁରୀ ଡାକ୍ତରଖାନାକୁ ଅଣାଯାଇଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।
 
6-Heavy Rain Alert:ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଜି ବିଜୁଳି ଘଡ଼ଘଡ଼ି ସହ  ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର,ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି, ୮,୯ ଓ ୧୦ ତାରିଖରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସୋମବାର ପାରାଦ୍ବୀପରେ ୭୦ ମିମି ବର୍ଷା ରେକର୍ଡ଼ ହୋଇଛି। 
 
7-Y Puran Kumar suicide: ହରିୟାଣାର ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ପୁରନ କୁମାର ଚଣ୍ଡିଗଡ଼ସ୍ଥିତ ତାଙ୍କ ବ୍ୟକ୍ତିଗତ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କର ଏହି ଚରମ ପଦକ୍ଷେପର କାରଣ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ। ଚଣ୍ଡିଗଡ଼ ଏବଂ ହରିୟାଣାର ଅନେକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
 
 
8-Diwali Chhath special trains: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ରେଳ ଯାତ୍ରୀଙ୍କୁ ଧ୍ୟାନରେ ରଖି ସରକାର ୧୨,୦୦୦ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଦୀପାବଳି ଏବଂ ଛଟ ପର୍ବ ସମୟରେ ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ରେଳବାଇ ସାରା ଦେଶରେ ପୂର୍ବରୁ ୧୨୦୦ ସ୍ୱତନ୍ତ୍ର ଟ୍ରେନ୍ ଚଲାଉଛି।
 
9-Nobel Prize 2025: ୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଜନ୍ କ୍ଲାର୍କ, ମିଶେଲ ଏଚ୍. ଡେଭୋରେଟ, ଜନ୍ ଏମ୍. ମାର୍ଟିନିସଙ୍କୁ ନୋବେଲ୍‌। ଏହାସହ ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଗବେଷଣା ପାଇଁ ନୋବେଲ ପୁରସ୍କାର ମିଳିବ।
 
 
10-ICC ODI batting rankings: ଚଳିତ ମହିଳା ଏକଦିବସୀୟ ବିଶ୍ୱକପର ଦୁଇଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଭାରତର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ICC ମହିଳା ଏକଦିବସୀୟ ବ୍ୟାଟିଂ ରାଙ୍କିଙ୍ଗରେ ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଯଦିଓ ତାଙ୍କ ଅଙ୍କ ହ୍ରାସ ପାଇଛି।
 
Add Zee News as a Preferred Source
About the Author